ETV Bharat / state

ନିଆରା ମାଇପି ମେଳା, ନଡିଆ ଫାଟିଲେ ପୂରଣ ହୁଏ ମାନସିକ

author img

By

Published : Mar 19, 2023, 1:25 PM IST

ବନବିହାରୀ ପୀଠରେ ଆରମ୍ଭ ହେଲା ପ୍ରସିଦ୍ଧ ମାଇପି ମେଳା । ନିଜ ମାନସିକ ପ୍ରାପ୍ତି ପାଇଁ ଅଧିଆ ପଡିଲେ ଶତାଧିକ ମହିଳା ଓ ପୁରୁଷ ଭକ୍ତ ! ତିନି ଦିନ ଧରି ଅନୁଷ୍ଠିତ ହେବ ମେଳା ।

famous maipi mela
famous maipi mela

famous maipi mela

ନିଆଳି: ରବିବାର ପ୍ରଦ୍ୟୁଷରୁ ଆରମ୍ଭ ହୋଇଛି ବନବିହାରୀଙ୍କ ପୀଠରେ ପ୍ରସିଦ୍ଧ ମାଇପି ମେଳା । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନରିଶୋ ପଞ୍ଚାୟତ ଛିଟିକଣା ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆରମ୍ଭ ହୋଇଛି ମାଇପି ମେଳା । ଏନେଇ ମେଳା ଆରମ୍ଭରୁ ଦେଖିବାକୁ ମିଳିଛି ଉଭୟ ପୁରୁଷ ଓ ମହିଳା ଭକ୍ତଙ୍କ ଭିଡ । ଏଠାରେ ବିଭିନ୍ନ ମାନସିକ କଲେ ନିଶ୍ଚିତ ପୂରଣ ହୋଇଥାଏ ବୋଲି ଦୃଢ ବିଶ୍ବାସ ରହିଛି । ଏହି ମାଇପି ମେଳା ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ପ୍ରତିବର୍ଷ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଆରମ୍ଭ ହୋଇଛି ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ନରିଶୋ ଛିଟିକଣା ବନବିହାରୀଙ୍କ ମେଳା । ଏହି ମେଳାଟି ମାଇପି ମେଳା ରୂପେ ପରିଚିତ । ରବିବାର ପ୍ରଦ୍ୟୁଷରୁ ମା' ବନବିହାରୀଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା । ମାନସିକଧାରୀ ମାନେ ନୂଆ ବସ୍ତ୍ର ପରିଧାନ କରି ପ୍ରଦ୍ୟୁଷରୁରୁ ବନବିହାରୀଙ୍କ ପରିସରରେ ମୁଣ୍ଡ ଉପରେ ନଡିଆ ଧୋଇ ଅଧିଆ ପଡିଥିଲେ। ନଡ଼ିଆ ଯଦି ଫାଟେ ବା କିଛି ସଙ୍କେତ ମିଳେ ତେବେ ମାନସିକ ପ୍ରାପ୍ତି ହୋଇଥାଏ ବୋଲି ଏଠାରେ ଦୃଢ ବିଶ୍ବାସ ରହିଛି । ଏହି ମେଳାଟି ଆଜି କାଲିର ନୁହେଁ ୨୦୦ ଶହ ବର୍ଷ ତଳର ପୁରୁଣା ପରମ୍ପରା । ମେଳାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ମହିଳା ଓ ପୁରୁଷ ମାନଙ୍କ ସମାଗମ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ-ଅମ୍ରିତପାଲ ସିଂହଙ୍କୁ ପଳାତକ ଘୋଷିତ କଲା ପୋଲିସ, ପଞ୍ଜାବରେ ସୁରକ୍ଷା କଡାକଡି

ତେବେ ମା' ବନବିହାରୀଙ୍କ ନିକଟରେ ବାନା ସହିତ କଦଳୀ, କୋରାଖଈ ଭୋଗ କରାଯାଇଥାଏ । ନରିଶୋ ଛିଟିକଣାର ଏହି ପ୍ରସିଦ୍ଧ ମେଳାରେ ବିଭିନ୍ନ ଘର କରଣା ଜିନିଷ ବ୍ୟବସାୟୀ ମାନଙ୍କ ଦ୍ବାରା ବିକ୍ରି କରାଯାଇଥାଏ ।‌ ବ୍ୟବସାୟୀଙ୍କ କହିବା କଥା ମେଳାଟି ତିନି ଦିନ ଧରି ଚାଲୁଥିବାରୁ ଭଲ ଦୁଇ ପଇସା ରୋଜଗାର ହୋଇଥାଏ । ଖରାପ ପାଗ ଏବଂ ବର୍ଷା ପାଇଁ ଚଳିତବର୍ଷ ଆଶାନୁରୂପ ରୋଜଗାର ହୋଇପାରିଵ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ ।

ସେହିପରି ଆପାପାଖ ଅଞ୍ଚଳର ୫୦ ରୁ ୬୦ଟି ଗ୍ରାମର ଲୋକମାନେ ମିଳିମିଶି ଆୟୋଜନ କରିଥାନ୍ତି ଏହି ମେଳା । ମେଳାରେ ବାଡିଖେଳ, ପାଲା, ଦାସକାଠିଆ, ସଂକୀର୍ତ୍ତନ ଓ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ । ମେଳାରେ ଭିଡ଼କୁ ଦୃଷ୍ଟିରେ ରଖି ବାଲିପାଟଣା ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବାଲିପାଟଣା ବ୍ଲକର ଛିଟିକଣାର ବନବିହାରୀଙ୍କ ମାଇପି ମେଳାରେ ମହିଳା ମାନଙ୍କୁ ଏକତ୍ରିତ କରିବା ଏକ ନିଆରା ପରମ୍ପରା ସୃଷ୍ଟି କରିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.