ଅମ୍ରିତପାଲ ସିଂହଙ୍କୁ ପଳାତକ ଘୋଷିତ କଲା ପୋଲିସ, ପଞ୍ଜାବରେ ସୁରକ୍ଷା କଡାକଡି

author img

By

Published : Mar 19, 2023, 12:44 PM IST

ଅମ୍ରିତପାଲକୁ ଧରିବା ପାଇଁ ପଞ୍ଜାବରେ ହାଇ ଆଲର୍ଟ

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ପଳାତକ ଘୋଷିତ କଲା ପୋଲିସ । ଅମ୍ରିତପାଲକୁ ଧରିବା ପାଇଁ ପଞ୍ଜାବରେ ହାଇଆଲର୍ଟ । ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ପୋଲିସକୁ ଚକମା ଦେଇ ଫେରାର୍ ହୋଇଯାଇଛି । ତାକୁ ଧରିବା ଏବେ ପଞ୍ଜାବ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ସାରା ରାଜ୍ୟରେ ହାଇଆର୍ଲଟ ଜାରି ହୋଇଛି । ଅମ୍ରିତପାଲ ଜଳନ୍ଧର କିମ୍ବା ଅମୃତସରରେ ଲୁଚିଥିବା ସନ୍ଦେହ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ହେଲେ ଏଯାବତ୍ ଖଲିସ୍ତାନୀ ନେତାର କୌଣସି ପତ୍ତା ମିଳିନଥିବାରୁ ପଞ୍ଜାବ ପୋଲିସ ତାକୁ ପଳାତକ ଘୋଷଣା କରିଛି ।

ସୂତ୍ରରୁ ପ୍ରକାଶ ଯେ, ଅମୃତପାଲ ଓ ତା'ର ସମର୍ଥକମାନେ ଚାରୋଟି ଗାଡିରେ ଫେରାର୍ ହୋଇଯାଇଥିଲେ । ଅମ୍ରିତପାଲର ଗାଡି ତିନି ନମ୍ବରରେ ଥିଲା । ପୋଲିସ ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା । ମାତ୍ର ସେମାନେ ଜଳନ୍ଧର ଆଡକୁ ଲମ୍ବିଥିବା ଅନ୍ୟ ଏକ ରାସ୍ତା ଦେଇ ଛୁ ମାରିଥିଲେ । ପୋଲିସ ୩୦ରୁ ଅଧିକ ଗାଡିରେ ତାଙ୍କର ପିଛା କରିଥିଲା । ପୋଲିସକୁ ଦେଖି ଖଲିସ୍ତାନୀ ନେତା ବସିଥିବା ଗାଡି ୟୁ-ଟର୍ଣ୍ଣ ମାରି ମେହେତାପୁର ଅଞ୍ଚଳକୁ ପଳାଇ ଯାଇଥିଲା । ଏହି ସମୟରେ ପୋଲିସ ଗୋଡିଏ ଗାଡିକୁ ଧକ୍କା ଦେଇଥିଲା । ହେଲେ ଅନ୍ୟ ତିନୋଟି ଗାଡି ସେଠାରୁ ଖସି ପଳାଇ ଯାଇଥିଲେ । ତେଣୁ ଏହି ଆଖପାଖ ଅଞ୍ଚଳରେ ଅମ୍ରିତପାଲ ଲୁଚି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଅନ୍ୟପଟେ ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପୃକ୍ତି ରହିଥିବା ସୂତ୍ରରୁ ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ, ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ବିଗାଡିବାକୁ ରାଜ୍ୟର ଯୁବବର୍ଗଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିବା ପାଇଁ ISI ପକ୍ଷରୁ ତାକୁ ନିର୍ଦ୍ଦେଶ ମିଳିଥିଲା । ସେ ଦୁବାଇରେ ISI ସହ ସମ୍ପର୍କରେ ଆସିଥିଲା । ସେଠାରୁ ପଞ୍ଜାବ ଫେରିବା ପରେ ଅମ୍ରିତପାଲ ଖଲସା ବାହେର ଅଭିଯାନ ଚଳାଇବା ସହ ବାହା ଗାଁ ଗାଁକୁ ଯାଇ ନିଜର ସଂଗଠନ ସୁଦୃଢ କରିବାକୁ ଚେଷ୍ଟା କରିଥିଲା । ସେ ପଞ୍ଜାବର ବିଭିନ୍ନ ମୁଦ୍ଦା ଉଠାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଶିଖ୍‌ମାନଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲା ।

ଏହାମଧ୍ୟ ପଢନ୍ତୁ: ଏବେବି ଫେରାର ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ: ପୋଲିସ ଅପରେସନ ଜାରି, ପଞ୍ଜାବରେ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ

ଅମ୍ରିତପାଲର ୟୁକେର ଖଲିସ୍ତାନୀ ଆତଙ୍କବାଦୀ ଅଭତର ସିଂହ ଖନ୍ଦା ସହ ଘନିଷ୍ଠ ସମ୍ପର୍କ ରହିଥିବା ମଧ୍ୟ ସନ୍ଦେହ କରାଯାଉଛି । ବ୍ୟାନ ହୋଇଥିବା ବାବା ଖଲସା ଇଣ୍ଟରନ୍ୟାସନାଲ ସଂଗଠନର ସଦସ୍ୟ ପରମଜିତ ସିଂହ ପମ୍ମାର ସହଯୋଗୀ ହେଉଛି ଖନ୍ଦା । ଏହାସହିତ ଆତଙ୍କୀ ତଥା ଇଣ୍ଟରନ୍ୟାସନାଲ ଶିଖ୍ ୟୁଥ ଫେଡେରେସନର ମୁଖ୍ୟ ଲଖବୀର ସିଂହ ରୋଡ ସହ ମଧ୍ୟ ଅମ୍ରିତପାଲର ଲିଙ୍କ ରହିଛି । ପଞ୍ଜାବରେ ଘୃଣା ବିସ୍ତାର କରିବା, ଦେଶରେ ରାଜନେତାଙ୍କ ଉପରେ ଆକ୍ରମଣ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀର ଚୋରା ଚାଲାଣ ଇତ୍ୟାଦି ମାମଲାରେ ଲଖବୀର ୱାଣ୍ଟେଡ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.