ETV Bharat / state

ବିକାଶର ନକ୍ସାରୁ ଦୂରରେ ନୂଆବେତଣ୍ତା ଗାଁ, ବାଉଁଶ ପୋଲ ଭରସା

author img

By ETV Bharat Odisha Team

Published : Nov 23, 2023, 10:28 PM IST

ନିଆଳି ବ୍ଲକ ନୂଆବେତଣ୍ତା ଗାଁ ଲୋକଙ୍କ ପାଇଁ ରାସ୍ତା ଓ ବ୍ରିଜ ସାତ ସପନ । ଅସନ୍ତୋଷ ବଖାଣିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ବିକାଶର ନକ୍ସାରୁ ଦୂରରେ ନୂଆବେତଣ୍ତା ଗାଁ, ବାଉଁଶ ପୋଲ ଭରସା
ବିକାଶର ନକ୍ସାରୁ ଦୂରରେ ନୂଆବେତଣ୍ତା ଗାଁ, ବାଉଁଶ ପୋଲ ଭରସା

ବିକାଶର ନକ୍ସାରୁ ଦୂରରେ ନୂଆବେତଣ୍ତା ଗାଁ, ବାଉଁଶ ପୋଲ ଭରସା

ନିଆଳି: ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ଏବେ ମଧ୍ୟ ଏମିତି କିଛି ଗାଁ ରହିଛି ଯେଉଁଠାକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଲୋକମାନେ ଆଜି ମଧ୍ୟ ବାଉଁଶ ପୋଲ ସାହଯ୍ୟରେ ଯାତାୟତ କରୁଛନ୍ତି । ଏହା ସହ ଯଦି କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ ତେବେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ହେଲେ ଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଏହା ହେଉଛି ରାଜଧାନୀ ଉପକଣ୍ଠ ତଥା କଟକ ଜିଲ୍ଲା ନିଆଳି ବ୍ଳକର କୃଷ୍ଣ ପ୍ରସାଦ ପଞ୍ଚାୟତ ନୂଆ ବେତଣ୍ତା ଗାଁର ସମସ୍ୟା ।

ସୂଚନା ଯୋଗ୍ୟ ସ୍ୱାଧୀନତାର ୭୫ ବର୍ଷ ପୂରିଥିଲେ ମଧ୍ୟ କୃଷ୍ଣ ପ୍ରସାଦ ପଞ୍ଚାୟତ ନୂଆ ବେତଣ୍ତା ଗାଁକୁ ପକ୍କାଟି ନାହିଁ । ଏହି ଗାଁକୁ ଯିବା ପାଇଁ ହେଲେ ଗୋଟି କୋନାଲ ରାସ୍ତା ହିଁ ଭରସା । ହେଲେ ଏହି ରସ୍ତାଟି ଏତେ ଦୁର୍ବିସହ ହୋଇପଡିଛି, ଯେ ଯାତାୟତ କରିବା କଷ୍ଟ କରି ହୋଇପଡିଛି । ଏହା ସହ କେନାଳ ଆର ପଟେ ସ୍କୁଲ, କଲେଜ ରିହିଛି । ହେଲେ କେନାଲ ଉପରେ ଏକ ବ୍ରିଜ ନିର୍ମାଣ କରାଯାଉ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ତଅଁଳା ନଦୀ ହଳଦିମୁଖି ଠାରୁ ନିର୍ଭରଣ ପର୍ଯ୍ୟନ୍ତ ଯାଇଥିବା ୧ କିମି ଦୂର କାକଟପୁର ବ୍ରାଞ୍ଚ କେନାଲ ରାସ୍ତାଟି ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ସରକାର କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କାକଟପୁର ବ୍ରାଞ୍ଚ କେନାଲ ଉପରେ ବ୍ରିଜ ନିର୍ମାଣ ହୋଇନଥିବା ଯୋଗୁଁ ଏକ ବାଉଁଶ ଚାର ଯାତୟାତ କରୁଛନ୍ତି ନୂଆ ବେତଣ୍ତା ୨୧ ନମ୍ବର ଓ୍ୱାର୍ଡର ଲୋକେ । ବାଉଁଶ ଚାର ଦଦରା ଯୋଗୁଁ ମହିଳାମାନେ ନିଜ ପିଲାମାନଙ୍କୁ ପିଠିରେ ସ୍କୁଲ ଯିବା ପାଇଁ କେନାଲ ପାର କରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ଗାଁକୁ ସରକାର ଦୃଷ୍ଟି ଦେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ ....ଗଛ ତଳେ ଅଙ୍ଗନବାଡି କେନ୍ଦ୍ର; ରାସ୍ତା ଅଭାବରୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ସେପଟେ କୃଷ୍ଣ ପ୍ରସାଦ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ସ୍ୱାଇଁ କହିଛନ୍ତି," ନୂଆ ବେତଣ୍ତା ଗାଁର କାକଟପୁର ବ୍ରାଞ୍ଚ କେନାଲ ରାସ୍ତାଟିକୁ ପୁନଃଉଦ୍ଧାର ପାଇଁ ସ୍ଥାନୀୟ ବିଧାୟକଙ୍କୁୁ ସୂଚନା ଦିଆଯାଇଛି ।ଏହାକୁ ମରାମତି କରିବା ପାଇଁ ଟଙ୍କା ମଧ୍ୟ ମଞ୍ଜୁର ହୋଇଛି ଏବଂ ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ।"


ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.