ETV Bharat / state

ସେପ୍ଟେମ୍ବର ୧୬ରେ ଲୋକାର୍ପିତ ହେବ କଟକ ନେତାଜୀ ବସ୍‌ ଟର୍ମିନାଲ

author img

By ETV Bharat Odisha Team

Published : Sep 8, 2023, 6:43 PM IST

Updated : Sep 8, 2023, 10:26 PM IST

ସେପ୍ଟେମ୍ବର ୧୬ ରେ ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ
ସେପ୍ଟେମ୍ବର ୧୬ ରେ ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ

ଆସନ୍ତା ୧୬ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ ଟର୍ମିନାଲ । ଏହାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ରୁ ପରୀକ୍ଷା ମୂଳକ ଭାବରେ ବସ ଚଳାଚଳ ଆରମ୍ଭ ହେବ । ଅଧିକ ପଢନ୍ତୁ...

ସେପ୍ଟେମ୍ବର ୧୬ ରେ ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ

କଟକ: ପୁରଣ ହେବ କଟକବାସୀଙ୍କ ସ୍ବପ୍ନ । ଲୋକାର୍ପିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନୀକ ବସଷ୍ଟାଣ୍ଡ । ସେପ୍ଟେମ୍ବର ୧୬ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ ଟର୍ମିନାଲ। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହି ଟର୍ମିନାଲର ଉଦ୍‌ଘାଟନ କରିବେ । ଏହାସହ କ୍ଳକ୍‌ ଟାୱାର, ଅର୍ବାନ ହାଟ, ବୋଟ୍‌ କ୍ଲବ୍‌ ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ, ଜାତୀୟ ଆଇନ୍‌ ବିଶ୍ୱ ବିଦ୍ୟାଳୟର ପାଠାଗାର ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ତେବେ ଟର୍ମିନାଲରେ ଆସନ୍ତା ୧୧ରୁ ପରୀକ୍ଷା ମୂଳକ ଭାବରେ ବସ ଚଳାଚଳ ଆରମ୍ଭ ହେବ ।

ଏନେଇ ଆଜି କଟକ ନେତାଜୀ ବସ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି CMC ମେୟର, କମିଶନର ଓ ବିଧାୟକ । ପାର୍କିଂ ବ୍ୟବସ୍ଥା, ପିଇବା ପାଣି ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କଇଯାଇଛି । ନିର୍ମାଣ ଚାଲିଥିବା ବସ୍‌ ଟର୍ମିନାଲରେ ଡ୍ରାଇଭର ଏବଂ ହେଲପରମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବିଶ୍ରାମ ଗୃହ, ଆହାର କେନ୍ଦ୍ର, ବସ ରହଣି ସ୍ଥାନ ଇତ୍ୟାଦି ସମୀକ୍ଷା କରିଛନ୍ତି ସିଏମସି ଅଧିକାରୀ । ହାତରେ ଆଉ କମ୍‌ ସମୟ ରହିଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ତେବେ ବସ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ୍‌ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...କେନ୍ଦୁଝରରେ ଗଡିବ ମୋ ବସ, ୫ ସହରରେ ଇ-ବସ ସେବା

ଏଥିସହ ୨୦ଟି ମୋ ବସ ସହ ମୋଟ ୧୯୧ଟି ବସ ମଧ୍ୟ ରହଣୀର ସୁବିଧା ରହିଛି । ଖୁବଶୀଘ୍ର ଖାନନଗର ରିଂ-ରୋଡ୍‌ ରାସ୍ତାକୁ ୬ ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ । ତେବେ କଟକର ଗୌରବ ଭିତ୍ତିଭୂମି ମଧ୍ୟରେ ଏହି ଟର୍ମିନାଲ ମଧ୍ୟ କଟକକୁ ଆଉ ଏକ ସ୍ବତନ୍ତ୍ର ପରିଚୟ ଦେବ । ତେବେ ଏହାଛଡ଼ା ଅନ୍ୟ ମେଗା ପ୍ରକଳ୍ପର ମଧ୍ୟ ସେ ଦିନ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ରହିଥିବାରୁ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଜି ସମୀକ୍ଷା କରାଯାଇଛି । ଟର୍ମିନାଲର ସବୁ କାମ ଏକପ୍ରକାର ଶେଷ ହୋଇ ଆସିଛି । ଅଳ୍ପ କାମ ବାକି ରହିଛି, ଯାହା ସମୟ ଥାଇ ଶେଷ କରି ଦିଆଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।


ଇଟିଭି ଭାରତ,କଟକ

Last Updated :Sep 8, 2023, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.