ETV Bharat / state

ସାଂସଦ ଅନୁଭବଙ୍କ ନାଁରେ ମାମଲା ରୁଜୁ

author img

By

Published : Dec 20, 2020, 12:51 PM IST

Updated : Dec 20, 2020, 12:56 PM IST

ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବର୍ଷା । ଏହାସହ ଅନୁଭବଙ୍କ ସହ ତାଙ୍କ ଆଉ ଦୁଇ ସହଯୋଗୀ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଉଭୟ ସ୍ବାମୀ-ସ୍ତ୍ରୀ ଆକ୍ଷେପ ଭିଡିଓକୁ ନେଇ ବର୍ଷା ଏହି ମାମଲା ରୁଜୁ କରିଛନ୍ତି ।

ଥମୁନି ଅନୁଭବ-ବର୍ଷା ବିବାଦ
ଥମୁନି ଅନୁଭବ-ବର୍ଷା ବିବାଦ

କଟକ: ଥମୁନି ଅନୁଭବ-ବର୍ଷା ବିବାଦ । ପୁଣି ପୁରୀଘାଟ ଥାନାରେ ଆଉଥରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ । ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବର୍ଷା । ଏହାସହ ଅନୁଭବଙ୍କ ସହ ତାଙ୍କ ଆଉ ଦୁଇ ସହଯୋଗୀ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଉଭୟ ସ୍ବାମୀ-ସ୍ତ୍ରୀ ଆକ୍ଷେପ ଭିଡିଓକୁ ନେଇ ବର୍ଷା ଏହି ମାମଲା ରୁଜୁ କରିଛନ୍ତି ।

ସେ କହିଛନ୍ତି ଯେ, ଗତ 2ଦିନ ତଳେ ବର୍ଷା ଓ ଅନୁଭବଙ୍କ ଏକ ଭିଡିଓ କ୍ଲିପ ଭାଇରାଲ ହୋଇଥିଲା । ଯେଉଁଥିରେ ବର୍ଷା-ଅନୁଭବ ପରସ୍ପରକୁ ଆକ୍ଷେପ କରୁଥିବା ଦେଖାଯାଇଥିଲା । ତେବେ ଭିଡିଓରେ ଅନୁଭବ ନଜର ଆସୁଥିବା ବେଳେ ବର୍ଷାଙ୍କ ସ୍ବର ବୋଲି ଜଣାପଡିଛି। ତେବେ ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ସହ ତାଙ୍କୁ ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଭାବେ ଏହି ଭିଡିଓକୁ ଭାଇରାଲ କରାଯାଇଥିବା ବର୍ଷା ଅଭିଯୋଗ କରି ଏହା ମାମଲା ରୁଜୁ କରାଯାଇଛି ।

ଗତକାଲି ବର୍ଷା ଦାୟର କରିଥିବା ଅଭିଯୋଗ ପରେ ଆଜି(ରବିବାର) ମାମଲା ରୁଜୁ ହୋଇଛି । ଆସନ୍ତାକାଲି(ସୋମବାର) କୋର୍ଟଙ୍କୁ ଏ ବାବଦରେ ଅଵଗତ କରିବ ପୋଲିସ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Dec 20, 2020, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.