ETV Bharat / state

ଆକର୍ଷଣୀୟ ତୋରଣରେ ଝଲସିବ କଟକ: ଖାନନଗରରେ ମିନାକ୍ଷୀ ଓ ବାଦାମବାଡିରେ ଜାନକୀ ମନ୍ଦିର

author img

By ETV Bharat Odisha Team

Published : Oct 16, 2023, 8:40 PM IST

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ କଟକ ସହର । ବିଭିନ୍ନ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବାରେ ଲାଗି ପଡିଛନ୍ତି କର୍ମକର୍ତ୍ତା । ଅଧିକ ପଢନ୍ତୁ

attractive gate in cuttack
କଟକରେ ଆକର୍ଷଣୀୟ ତୋରଣ

କଟକରେ ଆକର୍ଷଣୀୟ ତୋରଣ

କଟକ: ଦଶହରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସାଜସଜ୍ଜା ପାଇଁ ମଣ୍ଡପ ମଧ୍ୟରେ ପ୍ରତିଯୋଗୀତା ଦେଖିବାକୁ ମିଳୁଛି । ପୂଜା ପାଇଁ କଟକ ସହରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବ । ସେଥିପାଇଁ ସହରର ସମସ୍ତ ପୂଜା ମଣ୍ଡପ ଏବେ ଚଳଚଞ୍ଚଳ ହୋଇ ପଡିଛି । ନିଜ ନିଜ ମଣ୍ଡପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଗି ପଡିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା । ପ୍ରତ୍ୟେକ ବର୍ଷ ସାଜସଜା ପାଇଁ ବେଶ ଚର୍ଚ୍ଚାରେ ରହୁଥିବା ଖାନନଗର ପୂଜା ମଣ୍ଡପ ଚଳିତ ବର୍ଷ ମଧ୍ୟ ବି ଦର୍ଶକଙ୍କୁ ଆକର୍ଷଣ କରିବା ପାଇଁ ପ୍ରୟାସ କରିଛି । ଦକ୍ଷିଣ ଭାରତର ମିନାକ୍ଷୀ ମନ୍ଦିରର ତୋରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ସାଜସଜ୍ଜା କାର୍ଯ୍ୟ ବି ଜୋରସୋରରେ ଚାଲିଛି।

ଖାନନଗର ପୂଜା ମଣ୍ଡପର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି,"ଦକ୍ଷିଣ ଭାରତର ଏହି ମିନାକ୍ଷୀ ମନ୍ଦିରକୁ କଟକ ଖାନନଗର ପୂଜା ମଣ୍ଡପରେ ଅନେକ ଲୋକ ଦେଖିବାର ସୁଯୋଗ ପାଇବେ । ଆଲୋକମାଳାରେ ଝଲସିବ କଟକ ଖାନନଗର ପୂଜା ମଣ୍ଡପର ପ୍ରାୟ ୫ କିଲୋମିଟର ପରିଧି । କଲିକତାରୁ ଆସିଥିବା ବିଭିନ୍ନ ଲାଇଟ ଗେଟ୍ ବି ଦର୍ଶକଙ୍କୁ ବେଶ ଆକର୍ଷିତ କରିବ । ଏହି ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ନୂଆ ଡିଜାଇନର ଲାଇଟ ଗେଟ୍ ବି କରାଯାଉଛି ।"


"ଖାନନଗର ପୂଜା ମଣ୍ଡପ ପରି କଟକର ମୁଖଶାଳା କୁହାଯାଉଥିବା ବାଦାମବାଡି ପୂଜା ମଣ୍ଡପରେ ଦେଖିବାକୁ ମିଳିବ ଆକର୍ଷଣୀୟ ତୋରଣ । ଏହି ସ୍ଥାନ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି । ଏଥିପାଇଁ ଏହି ପୂଜା ମଣ୍ଡପରେ ଏଥର ନେପାଳର 'ଜାନକୀ ମନ୍ଦିର'ର ତୋରଣ କରାଯାଉଛି । କଟକର ବାଦାମବାଡିକୁ ଆସୁଥିବା ବ୍ୟକ୍ତିବିଶେଷ ଯେପରି ନେପାଳର 'ଜାନକୀ ମନ୍ଦିର'ର ପରିବେଶ ଅନୁଭବ କରିପାରିବେ ସେନେଇ ଏହି ତୋରଣକୁ ଗୁରୁତ୍ୱ ଦିଆଯାଇଛି" ବୋଲି କହିଛନ୍ତି ବାଦାମବାଡି ପୂଜା କମିଟିର ଯୁଗ୍ମ ସମ୍ପାଦକ । ସେହିପରି ବାଦାମବାଡ଼ିର ସମସ୍ତ ଅଞ୍ଚଳ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯିବ।

ଏହା ବି ପଢନ୍ତୁ...Durga Puja Special: ମାଆଙ୍କ ସେବାରେ ସମର୍ପିତ ଜାହିର ଖାନଙ୍କ ପରିବାର, ଜରିମେଢ କରି ସମୃଦ୍ଧ କରୁଛନ୍ତି ସମ୍ପର୍କ

ସମସ୍ତ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଷଷ୍ଠୀ ପୂର୍ବରୁ ଏହି ସାଜସଜ୍ଜା ଶେଷ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ସୁକ୍ଷ୍ମ ତାରକସି କାମ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଦର୍ଶକମାନେ କଟକ ଆସିଥାନ୍ତି । ତେବେ ଏଥର ପାଗ ଭଲ ରହିଲେ କଟକରେ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.