ETV Bharat / state

ରେଭେନ୍ସାରେ ନାମ ଲେଖାରେ ଅନିୟମିତତା ଅଭିଯୋଗ, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ଧାରଣା

author img

By ETV Bharat Odisha Team

Published : Oct 13, 2023, 9:13 PM IST

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ଲେଖାରେ ଅନିୟମିତତା ଅଭିଯୋଗ । କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଜଣେ ଛାତ୍ର । ଅଧିକ ପଢନ୍ତୁ

ରେଭେନ୍ସାରେ ନାମ ଲେଖାରେ ଅନିୟମିତତା ଅଭିଯୋଗ,କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ର
ରେଭେନ୍ସାରେ ନାମ ଲେଖାରେ ଅନିୟମିତତା ଅଭିଯୋଗ,କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ର

ରେଭେନ୍ସାରେ ନାମ ଲେଖାରେ ଅନିୟମିତତା ଅଭିଯୋଗ,କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ର

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ର । ଏହାର ପ୍ରତିବାଦରେ ସେ ଦୀର୍ଘ ସମୟ ହେଲା କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଆୟୁଷ୍ମାନ ଅଗ୍ରୱାଲ। ନାମକ ଜଣେ ଛାତ୍ର ଏମବିଏରେ ନାମ ଲେଖାଇ ନ ପାରିବାରୁ ଗତକାଲିଠାରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ଆୟୁଷ୍ମାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୱେଟିଂ ଲିଷ୍ଟ୍ ରେ ତାଙ୍କର ନାଁ ରହିଥିଲା । ବିଶ୍ଵବିଦ୍ୟାଳୟ ପକ୍ଷରୁ ମଧ୍ୟ ତାଙ୍କ ପାଖକୁ ଫୋନ କରାଯାଇ ସୂଚନା ଦିଆଯାଇଥିଲା । ଆଡ଼ମିଶନ ନିଶ୍ଟିତ ହେବା ପରେ ଆବଶ୍ୟକୀୟ କାଗଜପତ୍ର ନେଇ ବିଶ୍ଵବିଦ୍ୟାଳୟରେ ପହଞ୍ଚିବା ପାଇଁ କୁହାଯାଇଥିଲା । କିନ୍ତୁ ସେ ଯେତେବେଳେ ଆଡ଼ମିଶନ ପାଇଁ ପହଞ୍ଚିଥିଲେ ସେତେବେଳେ ତାଙ୍କ ନାମ ଲେଖାଯାଇ ନଥିବା ଅଭିଯୋଗ କରିଛନ୍ତି । ଆୟୁଷ୍ମାନ ୱେଟିଂ ଲିଷ୍ଟ ୬ ନମ୍ବର ଥିବାବେଳେ ୫ ନମ୍ବର ୱେଟିଂ ଲିଷ୍ଟରେ ରହିଥିବା ଛାତ୍ର ଅନୁପସ୍ଥିତ ଥିବାବେଳେ କିଭଲି ତାଙ୍କୁ ନାମଲେଖା ପାଇଁ ସୁଯୋଗ ଦିଆଗଲା ତାହା ପ୍ରଶ୍ନ କରିଛନ୍ତି । ଏନେଇ ଉକ୍ତ ଛାତ୍ର ଜଣକ ଗତକାଲି ଠାରୁ କୁଳପତିଙ୍କ କାର୍ଯ୍ୟଳୟ ସମୁଖରେ ଧାରଣାରେ ବସିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଇଂରାଜୀ ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ

ଆୟୁଷ୍ମାନଙ୍କ ମାଆ ମଧ୍ୟ ପିଲାର ଭବିଷ୍ୟତ ସହ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳିଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଆୟୁଷ୍ମାନ ଅଗ୍ରୱାଲାଙ୍କ ଘର ତାଳଚେରରେ ବୋଲି ସୂଚନା ମିଳିଛି । ତେବେ ଭବିଷ୍ୟତରେ ଜଣେ ସଫଳ ବ୍ୟବସାୟୀ ହେବା ଲକ୍ଷରେ ଏମବିଏ ପଢିବା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆଶା ରଖିଥିଲେ । ହେଲେ 5 ନମ୍ବର ୱେଟିଂ ଲିଷ୍ଟରେ ଥିବା ଛାତ୍ରଙ୍କୁ ଅନୁପସ୍ଥିତି ସତ୍ତ୍ୱେ କିଭଳି ନାମ ଲେଖା ଗଲା ତାହା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମାଗିଛନ୍ତି ।

ବିଶ୍ୱବିଦ୍ୟାଳୟର ଏଭଳି ମନମୁଖୀ କାର୍ଯ୍ୟ ପାଇଁ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଛି ବୋଲି ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗତକାଲି ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଆୟୁଷ୍ମାନ । ଯଦି ଏହି ଦିଗରେ ରେଭେନ୍ସା ପକ୍ଷରୁ କୌଣସି ସ୍ପଷ୍ଟୀ କରଣ ନରଖାଯାଏ ତେବେ ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ଅନ୍ୟପଟେ ଆଡ଼ମିସନ ପ୍ରକ୍ରିୟାରେ କୌଣସି ପକ୍ଷପାତିତା ହୋଇନାହିଁ ବୋଲି ସିଧାସଳଖ ସ୍ପଷ୍ଟି କରଣ ରଖିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।ଏହି ଘଟଣାରେ ପ୍ରତିକ୍ରିୟା ରଖି ପି ଜି କାଉନସିଲ୍ ଅଧ୍ୟକ୍ଷ ଲୁନା ସାମନ୍ତ କହିଛନ୍ତି," ସାମ୍ସ ମେରିଟ ଲିଷ୍ଟ ଅନୁଯାୟୀ ସମସ୍ତ ଆଡ଼ମିଶନ କରାଯାଇଛି । ତେଣୁ କୌଣସି ଅନିୟମିତତା କିମ୍ବା ଦୁର୍ନୀତି ହୋଇନାହିଁ । "

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.