ETV Bharat / state

ଡକାୟତି ଯୋଜନା ପଣ୍ଡ; ୫ ଅପରାଧୀଙ୍କୁ ଗିରଫ କଲା ପୋଲିସ

author img

By

Published : Jan 29, 2021, 7:24 PM IST

ଡକାୟତି ଯୋଜନାକୁ ପଣ୍ଡ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ଗତକାଲି ରାତିରେ ବିଦ୍ୟାଧରପୁର ତେଲି ସାହି ପଡିଆରେ କିଛି ଅପରାଧୀ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ସେହି ଯୋଜନା ବାବଦରେ ଖବର ପାଇ ଚାଉଳିଆଗଞ୍ଜ ଥାନାର ଏକ ଟିମ ସେଠାରେ ଚଢାଉ କରିଥିଲା । ଅଧିକ ପଢନ୍ତୁ...

କଟକ ଡକାୟତି ଯୋଜନା ପଣ୍ଡ; ୫ ଅପରାଧୀଙ୍କୁ ଗିରଫ କଲା ପୋଲିସ
କଟକ ଡକାୟତି ଯୋଜନା ପଣ୍ଡ; ୫ ଅପରାଧୀଙ୍କୁ ଗିରଫ କଲା ପୋଲିସ

କଟକ: ଡକାୟତି ଯୋଜନାକୁ ପଣ୍ଡ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ଗତକାଲି ରାତିରେ ବିଦ୍ୟାଧରପୁର ତେଲି ସାହି ପଡିଆରେ କିଛି ଅପରାଧୀ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ସେହି ଯୋଜନା ବାବଦରେ ଖବର ପାଇ ଚାଉଳିଆଗଞ୍ଜ ଥାନାର ଏକ ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ପରେ ସେଠାରୁ ୫ ଜଣକୁ ଗିରଫ କରିବା ସହ ପୋଲିସ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଗୁଳି, ଗୋଟିଏ କଟୁରୀ, ୩ଟି ମୋବାଇଲ ଫୋନ, ୨ଟି ବାଇକ ଜବତ କରିଛି । ତେବେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ୨ଜଣ ଅପରାଧୀ ।

କଟକ ଡକାୟତି ଯୋଜନା ପଣ୍ଡ; ୫ ଅପରାଧୀଙ୍କୁ ଗିରଫ କଲା ପୋଲିସ

ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଅଞ୍ଚଳର ବାବୁ ଓରଫ ସୂର୍ଯ୍ୟ ମାଝି, ବିଦ୍ୟାଧରପୁରର ବୁଡୁ ଓରଫ ସନାତନ ଦାସ, ଚୁଙ୍ଗୁଡି ଓରଫ ବିପିନ କୁମାର ସେଠୀ, ଚାଉଳିଆଗଞ୍ଜ ଥଟାରୀ ସାହିର ବୁଟୁ ଓରଫ ପ୍ରମୋଦ କୁମାର ମଲ୍ଲିକ ଏବଂ ଚାଉଳିଆଗଞ୍ଜ ନୀଳକଣ୍ଠେଶ୍ୱର ବସ୍ତିର ଗଣେଶ ନାୟକ । ଗଣେଶ, ବୁଡୁ, ଚୁଙ୍ଗୁଡିଙ୍କ ନାଁରେ ଏହା ପୂର୍ବରୁ ସହରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ତେବେ ଏମାନେ ପାରାଦୀପରୁ ଆସୁଥିବା ମାଛ ଗାଡିଗୁଡିକରୁ ଲୁଟ କରିବା ପାଇଁ ଯୋଜନା କରୁଥିଲେ ବୋଲି ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ଜୋନ-୧ ର ଏ.ସି.ପି । ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ ଚଲାଇଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.