ଜଙ୍ଗଲୀ ବାରାହା ଆକ୍ରମଣରେ ୪ ଗୁରୁତର

author img

By

Published : Sep 21, 2022, 4:39 PM IST

କଣ୍ଟାପଡ଼ା ବ୍ଲକରେ ଜଙ୍ଗଲୀ ବାରାହା ଆକ୍ରମଣରେ ୪ ଗୁରୁତର

ଜଙ୍ଗଲୀ ବାରାହା ଆକ୍ରମଣରେ ୪ ଗୁରୁତର । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବାଲିପଡା ଗ୍ରାମରେ ବାରହା ଆକ୍ରମଣରେ ୪ ଗୁରୁତର । ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ନିଆଳି: ଜଙ୍ଗଲୀ ବାରାହା ଆକ୍ରମଣରେ ୪ ଗୁରୁତର । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବାଲିପଡା ଗ୍ରାମରେ ବାରାହା ଆକ୍ରମଣରେ ୪ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବାରାହାର ଆତଙ୍କ ଯୋଗୁଁ ସ୍ଥାନିୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସଞ୍ଜ ହେଲେ ପଡ଼ି ଯାଉଛି ଗାଁର ତାଟି କବାଟ ।

କଣ୍ଟାପଡ଼ା ବ୍ଲକରେ ଜଙ୍ଗଲୀ ବାରାହା ଆକ୍ରମଣରେ ୪ ଗୁରୁତର

ଗତ କିଛି ଦିନ ହେବ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକରେ ବାରାହା ଉପଦ୍ରବ ଦେଖାଦେଇଛି । ସଞ୍ଜ ହେବା ମାତ୍ରେ ଗାଁକୁ ଭିତରକୁ ପଶି ଆସୁଛି ଜଙ୍ଗଲୀ ବାରାହା । ଚାଷଜମି ନଷ୍ଟ କରିବା ସହ ଧମଜୀବନ ନଷ୍ଟ କରୁଛନ୍ତି ବାରାହା ପଲ । ଖବର ଅନୁସାରେ, କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ବାଲିପଡା ଗାଁରେ ବାରହା ଆକ୍ରମଣରେ ୪ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ବାଲିପଡା ଗାଁର ଲିଜା ମଲ୍ଲିକ, ପ୍ରଦୀପ୍ତ ମଲ୍ଲିକ, ନିରଞ୍ଜନ ମଲ୍ଲିକ ଏବଂ ମନୋଜ ଦାଶ । ଆହାତ ମାନଙ୍କ ପାଖରେ ବନ ବିଭାଗ କର୍ମଚାରୀ ପହଞ୍ଚି ଚିକିତ୍ସା ପାଇଁ ହାତ ବଢାଇଛନ୍ତି । ସେପଟେ ବାରାହା ପଲର ଆତଙ୍କ ଯୋଗୁଁ ସ୍ଥାନିୟ ବାସିନ୍ଦା ଭୟଭୀତ ଅବସ୍ଥାରେ କାଳତିପାତ କରୁଛନ୍ତି । ବାରାହାକୁ କାବୁ କରିବା ପାଇଁ ଗତକାଲି ସନ୍ଧ୍ୟାରୁ ଫୁଲନଖର ବନ ବିଭାଗ ସବୁ ଉଦ୍ୟମ ସତ୍ତ୍ବେ ଫେଲ ମାରିଛି । ବୁଧବାର ସଂଧ୍ୟାରେ ପୁଣି ଥରେ ବାରାହାକୁ ଧରିବା ପାଇଁ ନନ୍ଦନକାନନର ଟ୍ରାଙ୍କୁଲାଇଜର ଟିମର ସହାୟତା ନିଆଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା କାବୁ ହୋଇନାହାନ୍ତି ବାରାହା ପଲ ।

ଏହା ମଧ୍ୟ ପଢନ୍ତୁ: ଦିନାସିଂହ ପାଟଣା ଗାଁରେ ବାରାହା ଆତଙ୍କ !

ଏହା ପୂର୍ବରୁ ନିଆଳି ବ୍ଲକ ଦିନାସିଂହ ପାଟଣା ଗ୍ରାମରେ ମଧ୍ୟ ଜଙ୍ଗଲୀ ବାରାହା ଆତଙ୍କ ଦେଖାଯାଇଥିଲା । ସଞ୍ଜ ହେବା ମାତ୍ରେ ଗାଁକୁ ଆସୁଥିଲେ ବାରାହା ପଲ । ଗୃହ ପାଳିତ ପଶୁ ରହୁଥିବା ଗୁହାଳ ଭିତରକୁ ସିଧା ପଶି ଯାଉଥିଲେ । ଘର ନିକଟରେ ଥିବା ଗୁହାଳକୁ ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ । ପୂର୍ବରୁ ମଧ୍ୟ ନିଆଳି ଅଞ୍ଚଳରେ ଜୈନିକ ବ୍ୟକ୍ତିଙ୍କ ଘରେ ବାରାହା ପଶି ଯାଇଥିଲା । ଫୁଲନଖରା ରେଞ୍ଜ ବିଭାଗ ପକ୍ଷରୁ ବାରାହାକୁ ଉଦ୍ଧାର କରାଯାଇଥିଲା । ଦିନାସିଂହ ପାଟଣା ଗ୍ରାମରେ ବାରାହା ଆତଙ୍କ ଦେଖିବାକୁ ମିଳିଥିଲା । ଏବେ କଣ୍ଟାପଡ଼ା ବ୍ଲକରେ ବାରାହା ପଲ ଉପଦ୍ରବ କରୁଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.