ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ରାଜ୍ୟରେ ଥିଲା ସ୍ବତନ୍ତ୍ର ଛାପ

author img

By

Published : Sep 21, 2021, 9:39 PM IST

Tribute to former  Minister Natabar  Pradhan

ରାଜ୍ୟର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ମରଣ କଲା ସାରା ଜିଲ୍ଲା । ସ୍ଥାନୀୟ ବିଧାୟକଙ୍କ ସମେତ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ରାଜ୍ୟର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ମରଣ କଲା ସାରା ଜିଲ୍ଲା । ସ୍ଥାନୀୟ ବିଧାୟକଙ୍କ ସମେତ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂ୍ର୍ବତନ ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ପୂ୍ର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ରାଜ୍ୟରେ ଥିଲା ସ୍ବତନ୍ତ୍ର ଛାପ

ଓଡିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଅବିଭକ୍ତ ବୌଦ୍ଧ କନ୍ଧମାଳର ସୁଯୋଗ୍ୟ ସନ୍ତାନ ବୌଦ୍ଧ ମାଟିର ଅଦ୍ବିତୀୟ ନେତା ସ୍ବର୍ଗତ ନଟବର ପ୍ରଧାନଙ୍କ ଥିଲା ଆଜି 38 ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଜିଲ୍ଲାବ୍ୟାପୀ ଆଜି ତାଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଏହାସହ ବିଭିନ୍ନ ବର୍ଗର ଲୋକେ ତାଙ୍କୁ ସ୍ମରଣ କରିଛନ୍ତି । ସ୍ବର୍ଗତ ପ୍ରଧାନ ଅବିଭକ୍ତ ବୌଦ୍ଧ କନ୍ଧମାଳ ମାଟିର ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସମବାୟ ଆନ୍ଦୋଳନ ପର୍ଯ୍ୟନ୍ତ ଓ ସାହିତ୍ୟ ଠାରୁ ନେଇ ମନ୍ତ୍ରୀ ମଣ୍ଡଳ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ମନ୍ତ୍ରୀ ମଣ୍ଡଳରେ ପାଞ୍ଚ ପାଞ୍ଚଟି ବିଭାଗର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିଥିଲେ । ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ସ୍ବର୍ଗତ ପ୍ରଧାନ ନିଜର ଉଦମ୍ୟ ଇଛାଶକ୍ତି ବଳରେ କେବଳ ଜିଲ୍ଲାରେ ନୁହେଁ, ସାରା ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ଆଜି (ମଙ୍ଗଳବାର) ସ୍ବର୍ଗତ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ସ୍ବର୍ଗତ ମହାନ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସ୍ବର୍ଗତ ପ୍ରଧାନଙ୍କ ଅନ୍ତରଙ୍ଗ ବନ୍ଧୁ ଶତାୟୁ ସ୍ବାଧୀନତା ସଂଗ୍ରାମୀ ନିଜ ସ୍ମୃତିକୁ ବର୍ଣ୍ଣନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.