ETV Bharat / state

କେବେ ଗଡ଼ିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ? ବୌଦ୍ଧରେ ରେଳପଥ ନିର୍ମାଣ ଶେଷ ହେବାକୁ ଲାଗିପାରେ 3 ବର୍ଷ

author img

By ETV Bharat Odisha Team

Published : Jan 8, 2024, 7:34 AM IST

Khurdha Balangir Railway Project : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ ଚାରି ଗୋଟି ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇଛି । ବୌଦ୍ଧ ଜିଲ୍ଲାରେ ରେଳପଥ ସମ୍ପୂର୍ଣ୍ଣ ହେବା ପାଇଁ ଆହୁରି ପ୍ରାୟ ତିନି ବର୍ଷ ସମୟ ଲାଗିବ । ଆଗକୁ ପଢ଼ନ୍ତୁ,

ଖୋର୍ଦ୍ଧା ବଲାଙ୍ଗୀର ରେଳ
ଖୋର୍ଦ୍ଧା ବଲାଙ୍ଗୀର ରେଳ

ଖୋର୍ଦ୍ଧା ବଲାଙ୍ଗୀର ରେଳ

ବୌଦ୍ଧ: ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ ଚାରି ଗୋଟି ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇ ରେଳ ଚଳାଚଳ ଆରମ୍ଭ ହେଲାଣି । କିନ୍ତୁ ଏହି ରେଳପଥର ସର୍ବାଧିକ ପଥ ରହିଥିବା ବୌଦ୍ଧ ଜିଲ୍ଲାରେ ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଆହୁରି ପ୍ରାୟ ତିନି ବର୍ଷ ସମୟ ଲାଗିବ ବୋଲି ସୂଚନା ମିଳିଛି । ଏହି ରେଳପଥ ଖୋର୍ଦ୍ଧା, ନୟାଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାକୁ ଯୋଡ଼ିବ।

ଜିଲ୍ଲାର ଲାଇଫଲାଇନ ହେବାକୁ ଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ରେଳପଥ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ସାମଗ୍ରୀକ ଭାବରେ ବିକାଶ ହୋଇ ପାରିବ । ଖୋର୍ଦ୍ଧା ପଟରୁ ଶନିବାର ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଗଢିଛି । ଆଉ ବଲାଙ୍ଗୀର ପଟରୁ ସୋନପୁର ପର୍ଯ୍ୟନ୍ତ ଟ୍ରାଏଲରନ ହୋଇ ସରିଲାଣି । କିନ୍ତୁ ଏହି ରେଳପଥର ସର୍ବାଧିକ ପଥ ଅତିକ୍ରମ କରୁଥିବା ବଉଦ ଜିଲ୍ଲାରେ ଏହି ରେଳପଥ ସମ୍ପୂର୍ଣ୍ଣ ହେବାକୁ ଆହୁରି ପ୍ରାୟ ତିନି ବର୍ଷ ସମୟ ଲାଗିବ ବୋଲି ସୂଚନା ମିଳିଛି । ଏହି ରେଳପଥ ସିଧାସଳଖ ଭାବରେ ଖୋର୍ଦ୍ଧା, ନୟାଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ଯୋଡ଼ିବ । କିନ୍ତୁ କେବଳ ବୌଦ୍ଧ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଚାରିଟି ଜିଲ୍ଲାରେ ରେଳ ଚଳାଚଳ ଆରମ୍ଭ ହୋଇଛି । କେବଳ ବୌଦ୍ଧ ଜିଲ୍ଲା ଦେଇ ଏହି ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ବାଧିକ ୧୧୦ କିଲୋମିଟର ପଥ ରହିଥିବା ସହିତ ଓଡ଼ିଶାର ସର୍ବାଧିକ ରେଳ ଟନେଲ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ବେଗରେ ନିର୍ମାଣ ନହେଲେ ଏହା ସମ୍ପୂର୍ଣ୍ଣ ହେବାକୁ ଆହୁରି ଅଧିକ ସମୟ ଲାଗିପାରେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.... ଦଶପଲ୍ଲାକୁ ଗଡ଼ିଲା ଟ୍ରେନ: ଉଦଘାଟନ କଲେ ରେଳମନ୍ତ୍ରୀ

ଏହି ରେଳ ପ୍ରକଳ୍ପର ସର୍ବାଧିକ ପଥ ଅତିକ୍ରମ କରୁଥିବା ଜିଲ୍ଲା ହେଉଛି ବୌଦ୍ଧ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ବଦଲାସାହି ପର୍ଯ୍ୟନ୍ତ ପ୍ରାୟ ୧୦୦ କିଲୋମିଟରରୁ ଊର୍ଦ୍ଧ୍ବ ଏହି ରେଳପଥ ନିର୍ମାଣରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା ଚାରିଛକଠାରୁ ବାଣୀଗୋଛା ପର୍ଯ୍ୟନ୍ତ ଥିବା ଜଙ୍ଗଲ ପଥ । ଏହି ରାସ୍ତାରେ ବ୍ୟାପକ ଘଞ୍ଚ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ରହିଛି । ଉକ୍ତ ୬୮ କିଲୋମିଟର ଜଙ୍ଗଲ ରାସ୍ତା ପାଇଁ ରେଳପଥ ନିର୍ମାଣର ଭବିଷ୍ୟତ କ'ଣ ହେବ ସେନେଇ ଆଶା ଆଶଙ୍କା ଲାଗି ରହିଥିଲା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହାକୁ ସ୍ବୀକୃତି ପ୍ରଦାନ କରିଥିଲେ । ତେବେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ଭୁବନେଶ୍ବର ଓ ବଲାଙ୍ଗୀର ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇବ । ଏହି ରେଳ ପ୍ରକଳ୍ପ ଦ୍ବାରା ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ଦଶପଲ୍ଲା ଦେଇ ଖୁବ କମ ସମୟରେ ଲୋକେ ଯାତାୟତ କରିପାରିବେ । ଏହି ପ୍ରକଳ୍ପର ସୁବିଧା ନେବା ଲାଗି ଲୋକେ ବହୁ ଦିନରୁ ଅପେକ୍ଷା କରିଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହି ରେଳପଥ ଦେଇ ଲୋକେ ଖୁବ କମ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା ସହିତ ସେମାନଙ୍କର ସମୟ ମଧ୍ୟ ବଞ୍ଚିପାରିବ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.