ETV Bharat / state

ବୌଦ୍ଧରୁ ଉଦ୍ଧାର ହେଲା ୧୧ କିଲୋର ବଜ୍ରକାପ୍ତା, ଜଣେ ଗିରଫ

author img

By

Published : Apr 25, 2022, 4:05 PM IST

ଜିଲ୍ଲାରେ ବଜ୍ରକାପ୍ତା ଚୋରା ଚାଲାଣର ଏକ ବଡ଼ ନେଟୱାର୍କ କାମ କରୁଥିବା ସ୍ପଷ୍ଟ ହୋଇଛି । ଆଜି ପୁଣି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସଟିଏଫ । ଅଧିକ ପଢ଼ନ୍ତୁ

ବୌଦ୍ଧରୁ ଉଦ୍ଧାର ହେଲା ୧୧ କିଲୋର ବଜ୍ରକାପ୍ତା
ବୌଦ୍ଧରୁ ଉଦ୍ଧାର ହେଲା ୧୧ କିଲୋର ବଜ୍ରକାପ୍ତା

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବିପଦରେ ପଡିଛନ୍ତି ବନ୍ୟଜନ୍ତୁ । କେତେବେଳେ ଦାନ୍ତ ପାଇଁ ଦନ୍ତାହାତୀର ଶୀକାର କରାଯାଉଛି ତ ପୁଣି କେତେବେଳେ ନଖ, ଛାଲ, ମାଂସ, ହାଡ, କାତି, ଶିଙ୍ଗ ପାଇଁ ହେଉଛି ବନ୍ୟଜନ୍ତୁଙ୍କ ଶିକାର । ବୌଦ୍ଧ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜଙ୍ଗଲ ବିଭାଗର ପଦକ୍ଷେପ ଆଦୌ ସନ୍ତୋଷଜନକ ନଥିବା ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ଉଦ୍ଧାର ହେଲା ୧୧ କିଲୋର ବଜ୍ରକାପ୍ତା

ଆଜି ପୁଣି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସ୍‌ଟିଏଫ(STF) । ବୌଦ୍ଧ ଜିଲ୍ଲା ସାମ୍ପୋଚ୍‌ ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ବତନ୍ତ୍ର ଟାସ୍କଫୋର୍ସ ଚଢ଼ାଉ କରି ଗୋଟିଏ ଏଗାର କିଲୋଗ୍ରାମ ବିଶିଷ୍ଟ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହିତ ଜଣେ ଯୁବକକୁ ଗିରଫ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି ।

ବଜ୍ରକାପ୍ତା ଚୋରା ଚାଲାଣ ନେଟୱାର୍କ ପଛରେ କେତେକ ସ୍ଥାନୀୟ ଶିକାରୀ, ମାଫିଆ ଓ ବିଭାଗୀୟ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏହାର ତଦନ୍ତ ଜଙ୍ଗଲ ବିଭାଗ କରୁଥିବା ସୂଚନା ମିଳିଛି । ତେବେ ଏନେଇ ବ୍ୟାପକ ଜନସଚେତନତାର ଅଭାବ ମୁଖ୍ୟ କାରଣ ବୋଲି ପରିବେଶ ପ୍ରେମୀ ସୂଚନା ଦେବା ସହ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.