ETV Bharat / state

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ହାବିଲଦାର ମୃତ, ହୋମଗାର୍ଡ ଗୁରୁତର

author img

By

Published : Aug 20, 2023, 10:36 PM IST

ଜଣେ ପୋଲିସ ହାବିଲଦାର ମୃତ
ଜଣେ ପୋଲିସ ହାବିଲଦାର ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ ହାବିଲଦାର ମୃତ ଓ ଅନ୍ୟ ଜଣେ ହୋମଗାର୍ଡ ଗୁରୁତର । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିିଳିଛି ବୌଦ୍ଧ କଖାରୁଫାଳ ନିକଟରେ । ଅଧିକ ପଢନ୍ତୁ

ବୌଦ୍ଧ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ହାବିଲଦାର ମୃତ । ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଛି । ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ ହାବିଲଦାରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହୋମଗାର୍ଡ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ କଟକ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣାରେ କ୍ଷୟକ୍ଷତି ହେବାରେ ଲାଗିଛି । ଏଣୁ ବର୍ତ୍ତମାନ ବୌଦ୍ଧ ରାଜପଥକୁ ମରଣଯନ୍ତା ଭାବରେ ଅଭିହିତ କରିଛନ୍ତି ବୁଦ୍ଧିଜୀବୀ ।

ସୂଚନା ଅନୁଯାୟୀ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଆଢେଣୀଗଡ ଫାଣ୍ଡିକୁ ଫେରୁଥିବା ବେଳେ କଖାରୁଫାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଜଣେ ପୋଲିସ ହାବିଲଦାର ଓ ଅନ୍ୟ ଜଣେ ହୋମ୍‌ଗାର୍ଡ ଗୁରୁତର ଆହତ ହୋଇଥିଲେ । ଆଜି ଅପରାହ୍ନରେ ଚାରିଛକ ପଟରୁ ଆଢେଣୀଗଡକୁ ଏକ ବାଇକ ଯୋଗେ ଯାଉଥିବା ପ୍ରମୋଦ ଓ ଅନ୍ୟ ଜଣେ ହୋମଗାର୍ଡଙ୍କୁ ପଛରୁ ଏକ କାର ଭାରସାମ୍ୟ ହରାଇ ପିଟି ଦେଇଥିଲା । ତୁରନ୍ତ ଉଭୟ ପୋଲିସ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ଏସ୍‌ପି ରାଜ ପ୍ରସାଦ ପହଞ୍ଚି ପରିସ୍ଥିତି ସାମାନ୍ୟ କରିଥିଲେ ।
ଅଧିକ ପଢନ୍ତୁ: ଭାଉଜର ମୃତ୍ୟୁ ଖବର ପାଇ ବାପଘରକୁ ଆସିଥିଲା ନଣନ୍ଦ, ଦୁର୍ଘଟଣାରେ ଚାଲିଗଲା ଜୀବନ

ତେବେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହାବିଲଦାର ପ୍ରମୋଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିବା କରିଥିଲେ । ଅନ୍ୟ ଜଣେ ଗୁରୁତର ହୋମଗାର୍ଡଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ତେବେ ହାବିଲଦାର ପ୍ରମୋଦଙ୍କ ମୃତ୍ୟୁ ପରେ ରବିବାର ସନ୍ଧ୍ୟାରେ ଜିଲ୍ଲାରେ ଶୋକରେ ଛାୟା ଖେଳିଯାଇଛି । ପ୍ରମୋଦ ଜଣେ ଅତ୍ୟନ୍ତ ମେଳାପୀ ତଥା ଅସହାୟଙ୍କୁ ସହଯୋଗ କରୁଥିବାରୁ ତାଙ୍କ ବିୟୋଗରେ ବୌଦ୍ଧ ଅଞ୍ଚଳରେ ଶହ ଶହ ଲୋକେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ । ପୋଲିସ ଏସ୍‌ପି ରାଜ ପ୍ରସାଦ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚି ଦୁର୍ଘଟଣାରେ ମୃତ ପ୍ରମୋଦଙ୍କ ମର ଶରୀରକୁ ଦର୍ଶନ କରିଥିଲେ । ଏହାସହ ସହିତ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.