ETV Bharat / state

ସମସ୍ୟା ଘେରରେ ସମିତି ସଭ୍ୟ, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

author img

By ETV Bharat Odisha Team

Published : Aug 27, 2023, 8:13 PM IST

ସମିତି ସଭ୍ୟମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ବୈଠକରେ ଆଲୋଚନା କରିଛନ୍ତି ବୌଦ୍ଧ ଜିଲ୍ଲାର ସମିତି ସଭ୍ୟ । ଅଧିକ ପଢନ୍ତୁ

meeting by samiti members
ସମସ୍ୟା ଘେରରେ ସମିତି ସଭ୍ୟ

ସମସ୍ୟା ଘେରରେ ସମିତି ସଭ୍ୟ

ବୌଦ୍ଧ: ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେ ସମିତି ସଭ୍ୟ । ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ଏନେଇ ଆଜି ଜିଲ୍ଲା ସଦର ବ୍ଲକର ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଏକତ୍ରିତ ହୋଇ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି ।


ବ୍ଲକରୁ ବ୍ଲକକୁ ଡେଉଁଛି ଅସନ୍ତୋଷର ଅଗ୍ନି । ପ୍ରଥମେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ଓ ସଭ୍ୟା ଏକତ୍ରିତ ହୋଇ ଗତ ୨୧ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଶେଷ ଭାବରେ ସମିତି ଫଣ୍ଡ୍‌ର ଅପବ୍ୟବହାରକୁ ନେଇ ସଭ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏନେଇ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ । ବର୍ତ୍ତମାନ କଣ୍ଟାମାଳ ବ୍ଲକର ସମିତି ସଭ୍ୟଙ୍କ ଅସନ୍ତୋଷର ଅଗ୍ନି ବୌଦ୍ଧ ବ୍ଲକକୁ ଡେଉଁଛି । ଆଜି ବୌଦ୍ଧ ବ୍ଲକର ସମସ୍ତ ସମିତି ସଭ୍ୟ ଓ ସଭ୍ୟାମାନେ ଏକତ୍ରିତ ହୋଇ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ଯେଉଁଥିରେ ଆଗକୁ ଆନ୍ଦୋଳନ ଜୋରଦାର କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

ଏହା ବି ପଢନ୍ତୁ...୨ ଦଫା ଦାବି ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଧାରଣା


ତେବେ 23ଟି ପଞ୍ଚାୟତକୁ ନେଇ ଗଠିତ ବୌଦ୍ଧ ବ୍ଲକର ସମିତି ସଭ୍ୟ ବିଭିନ୍ନ ସମସ୍ୟା ଘେରରେ ରହିଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ସମସ୍ୟା ଏପରି ଯେ, ସମିତି ସଭ୍ୟଙ୍କ ପାଇଁ ବ୍ଲକରେ ଘର ଖଣ୍ଡିଏ ନଥିବାରୁ ସେମାନଙ୍କୁ ଗଛ ମୂଳରେ ହିଁ ବିଶ୍ରାମ ନେବାକୁ ପଡିଥାଏ । ଏହିପରିଭାବେ ସେମାନେ ମାଳ ମାଳ ସମସ୍ୟାରେ ଛନ୍ଦି ହୋଇପଡିଥିବା ଅଭିଯୋଗ କରିଛନ୍ତି । ସେପଟେ ବୌଦ୍ଧ ବ୍ଲକରେ ସମିତି ଫଣ୍ଡର ସିଏଫସି ଓ ଏସଏଫସିରେ ନିର୍ବାଚିତ ସଭ୍ୟ ସଭ୍ୟାଙ୍କୁ ଆଦୌ ସାମିଲ କରାଯାଉନଥିବା ଅଭିଯୋଗ ହୋଇଛି ।

ଆଜି ବୌଦ୍ଧ ବ୍ଲକର ସମସ୍ତ ସମିତି ସଭ୍ୟମାନେ ସ୍ଥାନୀୟ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ସମିତି ସଭ୍ୟଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ କର୍ମକର୍ତ୍ତା ଚୟନ କରାଯାଇଛି । ଏହାସହ ସେମାନଙ୍କ ସମସ୍ୟାର ସମାଧାନ କରାନଗଲେ ବହୁବିଧ ସମସ୍ୟାର ସମାଧାନ ପାଇଁ ସେମାନେ 12 ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.