ETV Bharat / state

ଦୁଇ ବର୍ଷ ପରେ ବୌଦ୍ଧରେ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ

author img

By

Published : Apr 10, 2022, 2:24 PM IST

ପବିତ୍ର ରାମ ନବମୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ଜିଲ୍ଲାର ରାମଙ୍କ ପୀଠ। ଜିଲ୍ଲାର ମଞ୍ଚ ନାଟକ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ଥିବା ପ୍ରାଚୀନ ପୀଠରେ ଆଡ଼ମ୍ବର ସହକାରେ ପ୍ରଭୁ ରାମଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

rama navami yatra in boudh
ଦୁଇ ବର୍ଷ ପରେ ବୌଦ୍ଧରେ ଆରମ୍ଭ ହେଲା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା

ବୌଦ୍ଧ: ପବିତ୍ର ରାମ ନବମୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ଜିଲ୍ଲାର ରାମଙ୍କ ପୀଠ । ଜିଲ୍ଲାର ମଞ୍ଚ ନାଟକ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ଥିବା ପ୍ରାଚୀନ ପୀଠରେ ଆଡ଼ମ୍ବର ସହକାରେ ପ୍ରଭୁ ରାମଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି । କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଉତ୍ସବ ପାଳିବାକୁ ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁମାନେ ବେଶ ଆନନ୍ଦିତ ଅଛନ୍ତି ।

ଦୁଇ ବର୍ଷ ପରେ ବୌଦ୍ଧରେ ଆରମ୍ଭ ହେଲା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା

ଚୈତ୍ରମାସ ଶୁକ୍ଳପକ୍ଷ ରାମ ନବମୀ ପାଇଁ ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରୀରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲା ସଦର ମହକୁମାର ପ୍ରସିଦ୍ଧ ରଘୁନାଥ ଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଠାକାର ଶ୍ରୀରାମ ଲୀଳା ଯାତ୍ରା ଗଡଜାତ ଶାସନ କାଳରୁ ପ୍ରସିଦ୍ଧି ଅର୍ଜନ କରିଆସିଛି । ସାରା ଦେଶରେ ଲୀଳା ନାଟକ କ୍ଷେତ୍ରରେ ବୌଦ୍ଧର ଏହି ପ୍ରସିଦ୍ଧ ଗଣପର୍ବ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଆଜିଠାରୁ ଏହି ଯାତ୍ରା ଦୀର୍ଘ ଅଠର ଦିନ ଧରି ଅନୁଷ୍ଠିତ ହେବ । ଗଣପର୍ବରେ ବୌଦ୍ଧ ସହରର ସମସ୍ତ ଲୋକ ସାମିଲ ହୋଇଥାନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.