ETV Bharat / state

ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ

author img

By

Published : Sep 25, 2022, 5:08 PM IST

Updated : Sep 26, 2022, 9:51 AM IST

ପିତୃପୁରୁଷଙ୍କୁ ମହାଳୟାରେ ତିଳ ତର୍ପଣ କରାଯାଇଛି । ମହାଳୟାରେ ବିଭିନ୍ନ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ କେତେକ ସ୍ଥାନରେ ସମୂହ ତିଳ ତର୍ପଣ କରାଯାଇଥିଲା । ଅଧିକ ପଢନ୍ତୁ

ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ
ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ବୌଦ୍ଧ: ଆଜି ହେଉଛି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ବତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି । ମହାଳୟା ଅମାବାସ୍ୟାରେ ଏହା ହେଉଥିବାରୁ ଏହାକୁ ମହାଳୟା ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ ମଧ୍ୟ କୁହାଯାଏ । ଏନେଇ ମହାଳୟା ଅବସରରେ ଆଜି ବୌଦ୍ଧର ଆରାଧ୍ୟ ଦେବୀ ଭୈରବୀ ଓ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ରିତୀନିତୀ ରେ ପୂଜାର୍ଚ୍ଚନା କରାଯାଇଥିଲା ।

ମହାଳୟାରେ ପିତୃ ପୁରୁଷଙ୍କୁ ଶାନ୍ତି କରିବାକୁ ତିଳ ତର୍ପଣ ର ପରମ୍ପରା ପ୍ରଚଳିତ । ସେହିପରି ପୁରୁଣାକଟକ ସ୍ଥିତ ଦେବୀ ମା ଭୈରବୀ ଙ୍କ ପୀଠରେ ଗୁପ୍ତ ପୂଜାର୍ଚ୍ଚନା ଜାରି ରହିଛି । ତେବେ ମହାଳୟାରେ ପିତୃପୁରୁଷଙ୍କ ଶାନ୍ତି ନିମନ୍ତେ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠ ତଥା ନଦୀରେ ତିଳ ତର୍ପଣ କରାଯାଇଛି । ତେବେ ବୌଦ୍ଧ ର ରାଜବାଟୀ ନିକଟରେ ଥିବା ଗାୟତ୍ରୀ ପରିବାର ପକ୍ଷରୁ ସ୍ବତନ୍ତ୍ର ଭାବରେ ସମୂହ ତିଳ ତର୍ପଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ସେହିପରି ବୁଟୁପାଲି ର ଗଙ୍ଗାଧର ମେହେର ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନେ ବର୍ଷ ତମାମ ଅସହାୟ ତଥା ଅଜଣା ମର ଶରୀରକୁ ଦାହ ସଂସ୍କାର କରୁଥିବାରୁ ସଦସ୍ୟମାନେ ମହାନଦୀର ହନୁମାନ ଘାଟ ଠାରେ ମୃତବ୍ୟକ୍ତିଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ତିଳ ତର୍ପଣ ଅର୍ପଣ କରିଥିଲେ ।

ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ତେବେ ଏନେଇ ସ୍ବେଚ୍ଛାସେବୀ ମୀନୁ ପ୍ରସାଦ ମିଶ୍ର କହିଛନ୍ତି, " ଆମେ ବୁଟୁପାଲି ର ଗଙ୍ଗାଧର ମେହେର ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନେ ବର୍ଷ ତମାମ ଅସହାୟ ତଥା ଅଜଣା ମର ଶରୀରକୁ ଦାହ ସଂସ୍କାର କରୁଛୁ । ତାଙ୍କର ଅମର ଆତ୍ମା ଶାନ୍ତି ପ୍ରାପ୍ତାର୍ଥେ ଆଜି ପବିତ୍ର ମହାଳୟା ଶ୍ରାଦ୍ଧ ଦିବସରେ ଆମେ ଗଙ୍ଗାନଦୀରେ ତିଳ ତର୍ପଣ କରୁଛୁ । ସେହି ଅତୃପ୍ତ ଆତ୍ମାର ଶାନ୍ତି ପାଇଁ ଆମେ ଏହି ଅନୁଷ୍ଠାନ ତରଫରୁ ସମୂହ ତିଳ ତର୍ପଣ କରୁଛୁ ।"

ଇଟିଭି ଭାରତ, ବୌଦ୍ଧ

Last Updated :Sep 26, 2022, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.