ବାଜିରେ ଲାଗୁଛି ଜୀବନ, ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି ନୌକା ଯାତ୍ରା

author img

By

Published : Sep 20, 2021, 11:41 AM IST

ବାଜିରେ ଲାଗୁଛି ଜୀବନ,  ବିପଦ ପୂର୍ଣ୍ଣ ଅବସ୍ଥାରେ ଚାଲିଛି ନୌକା ଯାତ୍ରା

ଉଛୁଳା ନଦୀରେ ବିପଦପୂର୍ଣ୍ଣ ନୌକା ଯାତ୍ରା । ବିଭିନ୍ନ ନଦୀରେ ବନ୍ୟାପାଣି ପ୍ରବାହିତ ହେଉଥିବା ବୌଦ୍ଧ ଜିଲ୍ଲାରେ ଗମନାଗମନର ଅସୁବିଧା ହେତୁ ଲୋକେ ଏପରି ବିପଦକୁ ବାଛି ନେଇଛନ୍ତି । ଅଧିକ ପଢନ୍ତୁ ....

ବୌଦ୍ଧ: ବିପଦଶଙ୍କୁଳ ଅବସ୍ଥାରେ ନୌକା ଯାତ୍ରା । ଉଛୁଳା ନଦୀରେ ଜୀବନକୁ ବାଜି ଲଗାଇ ନଦୀର ଏପଟରୁ ସେପଟକୁ ସେପଟରୁ ଏପଟକୁ ଯାତାୟତ କରୁଛନ୍ତି ବୌଦ୍ଧବାସୀ । ଜିଲ୍ଲାର ବିଭିନ୍ନ ନଦୀରେ ଏବେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଅତ୍ୟନ୍ତ ବିପଦ ଶଙ୍କୁଳ ଅବସ୍ଥାରେ ଲୋକେ ନୌକାଯାତ୍ରା କରୁଛନ୍ତି । ବୌଦ୍ଧ ଜିଲ୍ଲାର ମହାନଦୀ ସମେତ ତେଲନଦୀ, ବାଘନଦୀ, ସାଲୁଙ୍କୀନଦୀରେ ବନ୍ୟା ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି । ତେବେ ଲୋକେ ଗମନାଗମନର ଅନ୍ୟ ଉପାୟ ନଥିବାରୁ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବରେ ଦେଶୀ କାଠ ଡଙ୍ଗାରେ ଯାତାୟାତ କରୁଛନ୍ତି । ବିଶେଷ କରି ମନମୁଣ୍ଡା ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ପ୍ରବାହିତ ମହାନଦୀର ବିଭିନ୍ନ ନଦୀଘାଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ବାଜିରେ ଲାଗୁଛି ଜୀବନ, ବିପଦ ପୂର୍ଣ୍ଣ ଅବସ୍ଥାରେ ଚାଲିଛି ନୌକା ଯାତ୍ରା

ଏପରିକି ବୌଦ୍ଧ ସହରର ମର୍ଜାକୁଦ ଦ୍ବୀପକୁ ସଂଯୋଗ ପାଇଁ ଏକ ସେତୁ ନିର୍ମାଣଧୀନ ରହିଥିବା ବେଳେ ଦ୍ବୀପାଞ୍ଚଳବାସୀ ବାଧ୍ୟ ହୋଇ ପ୍ରତ୍ୟେକ ଦିନ ମହାନଦୀରେ ଏଭଳି ବିପଦପୂର୍ଣ୍ଣ ନୌକା ଯାତ୍ରା କରିଥାନ୍ତି । ସରକାର ଦ୍ବୀପାଞ୍ଚଳବାସୀଙ୍କ ପାଇଁ ସରକାରୀ ବୋଟର ବ୍ୟବସ୍ଥା କରିଥିଲେ ମଧ୍ୟ ସେମାନେ ଏହାର ସେବା ଠିକରେ ପାଉନାହାନ୍ତି । ସେପଟେ ଗତ ପ୍ରାୟ ସପ୍ତାହେ ହେଲା କୁଶଙ୍ଗ ପଞ୍ଚାୟତର ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗ୍ରାମବାସୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି । ମାରଡାକୁ ସିଧାସଳଖ ଯାତାୟତ ପାଇଁ କୌଣସି ସୁବିଧା ନଥିବାରୁ ସେମାନେ ବାଧ୍ୟ ହୋଇ କୁମ୍ଭୀର ଚଳପ୍ରଚଳ ଅଞ୍ଚଳରେ ବାଉଁଶରେ ଭେଳା ବାନ୍ଧି ଉଦଣ୍ଡୀ ନାଳରେ ଯାତାୟାତ କରୁଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.