ETV Bharat / state

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ, କାର ଧକ୍କାରେ ଜଣେ ମୃତ

author img

By

Published : Apr 14, 2021, 9:11 PM IST

ବୌଦ୍ଧ 57 ନମ୍ବର ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଅଧିକ ପଢନ୍ତୁ...

ଜାତୀୟ ରାଜପଥରେ ପୁଣି ସଡକ ଦୁର୍ଘଟଣା, ଜଣେ ମୃତ
ଜାତୀୟ ରାଜପଥରେ ପୁଣି ସଡକ ଦୁର୍ଘଟଣା, ଜଣେ ମୃତ

ବୌଦ୍ଧ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । ଗୋଟିଏ ପରେ ଗୋଟିଏ ସଡକ ଦୁର୍ଘଟଣାରେ ଗଡୁଛି ମୁଣ୍ଡ । ଆଜି(ବୁଧବାର) ପୁଣି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ବାଉଁଶୁଣୀ ନିକଟସ୍ଥ ସାହୁପଡାର ଉମେଶ ହାତୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାତୀୟ ରାଜପଥ ଜବରଦଖଲ ସହିତ ବେପରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

ଜାତୀୟ ରାଜପଥରେ ପୁଣି ସଡକ ଦୁର୍ଘଟଣା, ଜଣେ ମୃତ
ବୌଦ୍ଧ 57 ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନ ବର୍ତ୍ତମାନ ଉଠା ଦୋକାନୀ ଓ ଅନ୍ୟ ଜବରଦଖଲକାରୀଙ୍କ ଦ୍ବାରା କବଳିତ ହୋଇ ରହୁଛି । ଏପରିକି ଅନେକ ସ୍ଥାନରେ ବେଆଇନ ଭାବେ ଗୋଡି, ବାଲି, ଇଟା ରଖାଯାଇ ରାସ୍ତା ଅବରୋଧ ମଧ୍ୟ ହେଉଛି । ଫଳରେ ଦିନକୁ ଦିନ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି । ଏହାଛଡା ବେପରୁଆ ଗାଡି ଚାଳନା ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି ।

ଗତ ସପ୍ତାହରେ ରାଧାନଗର ଠାରେ କୋରୋନା ଟୀକା ନେବାପାଇଁ ଯିବା ସମୟରେ ଜାତୀୟ ରାଜପଥ ଉପରେ ଗାଡି ମାଡି ଯିବାରୁ ଦୁଇ ବୃଦ୍ଧ ଦମ୍ପତିଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଆଜି ପୁଣି ଥରେ ବାଉଁଶୁଣୀ ଠାରେ ଭୁବନେଶ୍ୱରରୁ ବୁର୍ଲା ଯାଉଥିବା ଏକ କାର ବାଇକ ଚାଳକ ଉମେଶଙ୍କୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.