ETV Bharat / state

ବୌଦ୍ଧରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଦୁଇ ମନ୍ତ୍ରୀ, ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା

author img

By

Published : Aug 16, 2022, 6:52 PM IST

ବୌଦ୍ଧ ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର । ବନ୍ୟା ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ କହିଲେ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

odisha ministers reviewed boudh flood situation
ବୌଦ୍ଧରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଦୁଇ ମନ୍ତ୍ରୀ, ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା

ବୌଦ୍ଧ: ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ହରଭଙ୍ଗା ବ୍ଲକର ଦଶଟି ପଞ୍ଚାୟତର ଶତାଧିକ ଗ୍ରାମର ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଦୁଇ ବରିଷ୍ଠ ମନ୍ତ୍ରୀ ବୌଦ୍ଧ ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି (odisha ministers reviewed boudh flood situation) ।

ବୌଦ୍ଧରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଦୁଇ ମନ୍ତ୍ରୀ

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ବୌଦ୍ଧ ସର୍କିଟ ହାଉସ ଠାରେ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସମୀକ୍ଷା ବୈଠକ ପରେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, " ଜିଲ୍ଲାରେ ବନ୍ୟା ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ପ୍ରଥମେ ନାଗରିକଙ୍କ ସୁରକ୍ଷା ଓ ଉଦ୍ଧାର ପ୍ରତି ପଦକ୍ଷେପ ନିଆଯିବ । ଆଗାମୀ ଦିନରେ କ୍ଷୟକ୍ଷତି ଆକଳନ ଉପରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।"

ବୌଦ୍ଧ ଜିଲ୍ଲା ପ୍ରଶାସନ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସହିତ ବିପନ୍ନଙ୍କୁ ଉଦ୍ଧାର ଓ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାକୁ ଚେଷ୍ଟା ଚଳାଇଛି । ବିଶେଷ ଭାବରେ କୁଶଙ୍ଗ, ହରଭଙ୍ଗା ଓ ଧଳପୁର ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଥିବା ଯୋଗୁଁ ପ୍ରଶାସନ ସଜାଗ ରହିଛି । ବନ୍ୟାପାଣି ରାସ୍ତାରେ ପ୍ରବାହିତ ହେଉଥିବାରୁ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଏହାଛଡା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.