ଶୋଇଛି ବନ ବିଭାଗ, ବନ୍ୟଜନ୍ତୁ ଶିକାରରେ ବ୍ୟସ୍ତ ଶିକାରୀ

author img

By

Published : Sep 17, 2021, 11:37 AM IST

ବୌଦ୍ଧ ଜିଲ୍ଲା ଜଙ୍ଗଲ ବନ୍ୟଜନ୍ତୁ

ବିପଦରେ ବୌଦ୍ଧ ଜିଲ୍ଲାର ଜଙ୍ଗଲ ବନ୍ୟଜନ୍ତୁ । କେତେବେଳେ ଜନ୍ତୁ ମାଂସ ପାଇଁ ତ ପୁଣି କେତେବେଳେ ଦାନ୍ତ, ନଖ, ଛାଲ ପାଇଁ ଜନ୍ତୁଙ୍କ ଅବାଧ ଶିକାର କରାଯାଉଛି । ଅଧିକ ପଢନ୍ତୁ...

ବୌଦ୍ଧ: ବିପଦରେ ବୌଦ୍ଧ ଜିଲ୍ଲାର ଜଙ୍ଗଲ ବନ୍ୟଜନ୍ତୁ । କେତେବେଳେ ଜନ୍ତୁ ମାଂସ ପାଇଁ ତ ପୁଣି କେତେବେଳେ ଦାନ୍ତ, ନଖ, ଛାଲ ପାଇଁ ଜନ୍ତୁଙ୍କ ଅବାଧ ଶିକାର କରାଯାଉଛି । ଆଉ ଏହି ଅପରାଧିକ କାର୍ଯ୍ୟରେ କିଛି ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣାପଡିଛି ।

ଶୋଇଛି ବନ ବିଭାଗ; ଅବାଧରେ ବନ୍ୟ ଜନ୍ତୁ ଶୀକାର କରୁଛନ୍ତି ଶୀକାରୀ

ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ପ୍ରାୟ ସମୟରେ ବେଆଇନ କାଠ ଚୋରା ଚାଲାଣ ସାଙ୍ଗକୁ ଅବାଧ ବନ୍ୟଜନ୍ତୁ ଶିକାର ଘଟଣା ଏକ ନିତିଦିନିଆ ଘଟଣା ହୋଇଗଲାଣି । ଫଳରେ ବର୍ତ୍ତମାନ ଜିଲ୍ଲାରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି । ବୌଦ୍ଧ ଜିଲ୍ଲାର ବନଖଣ୍ଡ ଅଧିନରେ ପାଞ୍ଚଟି ବନାଞ୍ଚଳ ସହିତ କୁଶଙ୍ଗ ଠାରେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି ।

କିନ୍ତୁ ଅନେକ ଜଙ୍ଗଲ ଅଞ୍ଚଳରେ ବାରହା, କୁଟୁରା, ସମ୍ବର, ଜଙ୍ଗଲୀ କୁକୁଡା, ଝିଙ୍କ, ଠେକୁଆ ଭଳି ବିଭିନ୍ନ ବନ୍ୟଜନ୍ତୁଙ୍କ ଅବାଧ ଶିକାର ହେଉଥିବା ଜଣାପଡିଛି । ଆଉ ବର୍ତ୍ତମାନ ନୂଆଁଖାଇ ଓ ଛାଡଖାଇ ନାରେ ବ୍ୟାପକ ଭାବରେ ଜଙ୍ଗଲ ଜନ୍ତୁଙ୍କ ଶିକାର କରୁଛନ୍ତି ଶିକାରୀ । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଭଳି ଅପରାଧିକ କାର୍ଯ୍ୟରେ କିଛି ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ଚାଲିଛି । ଯାହା ପରିବେଶ ପ୍ରେମୀଙ୍କୁ ଚିନ୍ତିତ କରିଛି ।

ଏପରିକି କେତେକ ସ୍ଥାନରେ ବନ୍ୟଜନ୍ତୁଙ୍କ ମାଂସ ଖୋଲା ବଜାରରେ ବିକ୍ରି ହେଉଥିବା ମଧ୍ୟ ନଜିର ରହିଛି । ଜଙ୍ଗଲ ବିଭାଗର ଉଦାସୀନତା ପାଇଁ ଗତ ପ୍ରାୟ ଦୁଇ ମାସ ତଳେ ଲଗାତାର ଏସଟିଏଫ ଚଢାଉ କରି ଦୁଇ ଦୁଇଟି ବାଘ ଛାଲ ରାକେଟକୁ ଧରିବାରେ ସଫଳ ହୋଇଥିଲା ।

ତେବେ ଜିଲ୍ଲାରେ ବୃଦ୍ଧି ପାଉଥିବା ବନ୍ୟଜନ୍ତୁ ଶୀକାର କୁନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଜଙ୍ଗଲ ବିଭାଗ ଏହି ଅସାଧୁ କର୍ମଚାରୀଙ୍କୁ ଖୋଜି ବାହାରି କରିବା ମଧ୍ୟ ଦାବି କରିଛନ୍ତି । ଏହାବାଦ ଜିଲ୍ଲାର ବୀରନରସିଂପୁର ଠାରେ ପ୍ରସ୍ତାବିତ ନନ୍ଦନବନ କାର୍ଯ୍ୟ କାରୀ ହେଲେ ଏଭଳି ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦିଆଯାଇ ପାରିବ ବୋଲି ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.