ବର୍ଷା ପରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ନଦୀକୂଳିଆ ଲୋକେ ଆତଙ୍କିତ

author img

By

Published : Sep 16, 2021, 12:20 PM IST

ବର୍ଷା ପରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ଆତଙ୍କିତ ନଦୀକୂଳିଆ ଲୋକେ

ରାଜ୍ୟରେ ଲଗାଣ ବର୍ଷା ହେବା ପରେ ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ: ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ ଯୋଗେ ଜଳ ନିଷ୍କାସନ ହେଉଥିବା ବେଳେ ବୌଦ୍ଧ ଜିଲ୍ଲାରେ ମହାନଦୀ ଫୁଲିବାରେ ଲାଗିଛି । ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ତଥା ଲଗାଣ ବର୍ଷାର ଯୋଗୁଁ ଲୋକମାନଙ୍କର ବହୁତ କ୍ଷୟକ୍ଷତି ଘଟିଥିବା ବେଳେ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ସୂଚନା ମିଳିଛି ।

ବର୍ଷା ପରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ଆତଙ୍କିତ ନଦୀକୂଳିଆ ଲୋକେ

ଜିଲ୍ଲାରେ ବର୍ଷା କମିଛି, ହେଲେ ବନ୍ୟା ଚିନ୍ତା ବଢିବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ତେଲନଦୀ, ବାଘନଦୀ ଓ ସାଲୁଙ୍କୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବର୍ତ୍ତମାନ ପୁଣିଥରେ ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟରେ ଜଳ ପ୍ରବାହିତ ହେଉଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଜିଲ୍ଲାର ମନମୁଣ୍ଡା ଠାରୁ ଅତଳସରା ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହେଉଥିବା ବେଳେ ଜଳସ୍ତର ବୃଦ୍ଧି ଯୋଗୁଁ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଜିଲ୍ଲାରେ ମହାନଦୀର ବିପଦ ଶଙ୍କେତ ୮୭ ମିଟର ଥିବା ବେଳେ ଗୁରୁବାର ସକାଳ ୮ଟା ସୁଦ୍ଧା ଜଳସ୍ତର ୮୬ ମିଟରରେ ପହଞ୍ଚିଛି । ଜିଲ୍ଲାର ପୁରୁଣା ଜଗନ୍ନାଥ ସଡ଼କ ଉପରେ ୫ଟି ସ୍ଥାନରେ ମହାନଦୀର ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଧଳପୁର, ହରଭଙ୍ଗା, ମାରଡ଼ା ଭଳି ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି । ଲଗାଣ ବର୍ଷା ଯୋଗୁଁ ଅନେକ ରାସ୍ତା ଘାଟରେ ଘାଇ ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.