ETV Bharat / state

ବିଶ୍ଵ ଜନଜାତି ଦିବସ: ଆଦିବାସୀ ତାଲିକାରେ ସାମିଲ ହେଲେ ଲମ୍ବସରୀ ପଞ୍ଚାୟତ କନ୍ଧ ସମ୍ପ୍ରଦାୟ

author img

By

Published : Aug 9, 2023, 7:22 PM IST

ଆଜି ବିଶ୍ବ ଜନଜାତି ଦିବସ ତଥା କ୍ରାନ୍ତି ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାର ଲମ୍ବସରୀ ପଞ୍ଚାୟତରୁ ବାଦ ପଡ଼ିଥିବା କନ୍ଧ ଜନଜାତିର ହିତାଧିକାରୀଙ୍କୁ ବର୍ତ୍ତମାନ ଆବାସ ଯୋଜନାରେ ସାମିଲ କରାଯାଇଛି । ଅଧିକ ପଢ଼ନ୍ତୁ

ଆଦିବାସୀ ତାଲିକାରେ ସାମିଲ ହେଲେ କନ୍ଧ ସମ୍ପ୍ରଦାୟ
ଆଦିବାସୀ ତାଲିକାରେ ସାମିଲ ହେଲେ କନ୍ଧ ସମ୍ପ୍ରଦାୟ

ଆଦିବାସୀ ତାଲିକାରେ ସାମିଲ ହେଲେ କନ୍ଧ ସମ୍ପ୍ରଦାୟ

ବୌଦ୍ଧ: କନ୍ଧ ସମ୍ପ୍ରଦାୟର ଆଦିବାସୀ ଅଧିବାସୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଗୃହ । ଜିଲ୍ଲାର ଗୋଟିଏ ପଞ୍ଚାୟତରୁ କନ୍ଧ ସମ୍ପ୍ରଦାୟ ଆଦିବାସୀ ତାଲିକାରୁ ସମ୍ପୂର୍ଣ୍ଣ ବାଦ ପଡ଼ିଥିଲେ । ତେବେ ଆଜି ବିଶ୍ବ ଜନଜାତି ଦିବସ ଅବସରରେ ଉକ୍ତ ପଞ୍ଚାୟତର କନ୍ଧ ଜନଜାତିର ହିତାଧିକାରୀମାନେ ଆବାସ ଯୋଜନାରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ଆହୁରି ଅନେକ ସମସ୍ୟାରେ କନ୍ଧ ସମ୍ପ୍ରଦାୟର ଆଦିବାସୀ ଅଧିବାସୀମାନେ ଛନ୍ଦି ହୋଇ ରହିଥିବା ଅଭିଯୋଗ ହୋଇଛି ।

ଆଜି ବିଶ୍ବ ଜନଜାତି ଦିବସ ତଥା କ୍ରାନ୍ତି ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାର କନ୍ଧ ଜନଜାତି ଅଧ୍ୟୁଷିତ ଲମ୍ବସରୀ ପଞ୍ଚାୟତ । ଏହି ଲମ୍ବସରୀ ପଞ୍ଚାୟତର ହଜାରହଜାର କନ୍ଧ ସମ୍ପ୍ରଦାୟ କୌଣସି କାରଣରୁ ଆଦିବାସୀ ତାଲିକାରୁ ବାଦ ପଡ଼ିଥିଲେ । ଫଳରେ ପଞ୍ଚାୟତର ସମସ୍ତ କନ୍ଧ ହିତାଧିକାରୀ ଆବାସ ଯୋଜନା ଭଳି ବିଭିନ୍ନ ଯୋଜନାରୁ ବାଦ ପଡ଼ିଥିଲେ । ହେଲେ ବର୍ତ୍ତମାନ ଉକ୍ତ ପଞ୍ଚାୟତର କନ୍ଧ ହିତାଧିକାରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ମିଳିବା ପରେ ସେମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ବର୍ଷ ବର୍ଷର ଅପେକ୍ଷା, ବୌଦ୍ଧର କନ୍ଧ ସମ୍ପ୍ରଦାୟକୁ ମିଳିବ ଆବାସ ଘର

ଅନ୍ୟପଟେ ଆବାସ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ଆମ୍ବଝରୀ ପଞ୍ଚାୟତର କନ୍ଧ ବସ୍ତିରେ ସମସ୍ୟାର ଲମ୍ବା ତାଲିକା ରହିଛି । ପାନୀୟଜଳଠାରୁ ନେଇ ଶିକ୍ଷା, ସ୍ବାସ୍ଥ୍ୟ, ଆବାସ କ୍ଷେତ୍ରରେ ଏସବୁ ଅଞ୍ଚଳରେ ବସବାସ କରୁଥିବା କନ୍ଧ ଜନଜାତି ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ତେବେ ଆଜି ବିଶ୍ବ ଜନଜାତି ଦିବସ ଅବସରରେ ଉକ୍ତ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହରଭଙ୍ଗା ବ୍ଲକ ବୀରନରସିଂହପୁର ନର୍ସରୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଆଦିବାସୀ ତାଲିକାଭୁକ୍ତ ହୋଇପାରୁନାହାନ୍ତି ୮୦ ପ୍ରତିଶତ କନ୍ଧ ସଂପ୍ରଦାୟ

ସେପଟେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜିଲ୍ଲାର ମିଳିତ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବି କରିଥିଲେ । ବିଶେଷ ଭାବରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି, ଆଉଟ୍ ସୋର୍ସ ପ୍ରଥା ଉଚ୍ଛେଦ ସହିତ ଶ୍ରମିକଙ୍କ ଦରମା ବୃଦ୍ଧି ଭଳି ପ୍ରମୁଖ ଦାବି ନେଇ ବିଶିଷ୍ଟ ଶ୍ରମିକ ନେତା ଅବକାଶ ସାହୁଙ୍କ ନେତୃତ୍ବରେ ବହୁ ଟ୍ରେଡ୍‌ ୟୁନିୟନର ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.