ETV Bharat / state

ବୌଦ୍ଧରେ ୫୨୧ ଜଣ ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

author img

By

Published : Sep 14, 2020, 9:44 PM IST

ବୌଦ୍ଧ ଜିଲ୍ଲାର ତିନୋଟି ପରୀକ୍ଷା କେନ୍ଦ୍ରରେ ସୋମବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା । ଜିଲ୍ଲାର ୫୫୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୧ ଜଣ ପରୀକ୍ଷା ଦେଇଥିବା ବେଳେ ୩୦ ଜଣ ଅନୁପସ୍ଥିତ ରହିଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧରେ ୫୨୧ ଜଣ ଛାତ୍ରଛାତ୍ରୀ ଦେଲେ ସପ୍ଲିମେଣ୍ଟାରୀ ପରୀକ୍ଷା
ବୌଦ୍ଧରେ ୫୨୧ ଜଣ ଛାତ୍ରଛାତ୍ରୀ ଦେଲେ ସପ୍ଲିମେଣ୍ଟାରୀ ପରୀକ୍ଷା

ବୌଦ୍ଧ: ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା । ଜିଲ୍ଲାରେ ତିନୋଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ୫୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

ବୌଦ୍ଧରେ ୫୨୧ ଜଣ ଛାତ୍ରଛାତ୍ରୀ ଦେଲେ ସପ୍ଲିମେଣ୍ଟାରୀ ପରୀକ୍ଷା

ବୌଦ୍ଧ ଜିଲ୍ଲାର ତିନୋଟି ପରୀକ୍ଷା କେନ୍ଦ୍ରରେ ସୋମବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା । ଜିଲ୍ଲାର ବୌଦ୍ଧ ସ୍ଥିତ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି । ଜିଲ୍ଲାର ସମୁଦାୟ ୫୫୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୧ ଜଣ ପରୀକ୍ଷା ଦେଇଥିବା ବେଳେ୩୦ ଜଣ ଅନୁପସ୍ଥିତ ଥିଲେ । ସେହିପରି ସରସରା ଉଚ୍ଚ ବିଦ୍ୟାଳୟରେ ଏସ ଓ୍ବାଇଏସ ପରୀକ୍ଷା କେନ୍ଦ୍ର ଖୋଲାଯାଇଥିବା ସୂଚନା ମିଳିଛି ।

ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଛାତ୍ରଛାତ୍ରୀ କିନ୍ତୁ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ସେପଟେ ରବିବାର ଭାରତୀୟ ଶିକ୍ଷକ ମଣ୍ଡଳ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତି ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.