ETV Bharat / state

ଧାମରା ନୀଳକଣ୍ଠ ହତ୍ୟାକାଣ୍ଡ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

author img

By

Published : May 12, 2023, 10:14 AM IST

ଧାମରା ରେଳ ଫ୍ଲାଏଓଭର ବ୍ରିଜ ନିକଟରେ ନୀଳକଣ୍ଠ ହତ୍ୟାକାଣ୍ଡ ଘଟଣା । ଦୀର୍ଘ ୩ ମାସ ପରେ ଟ୍ରାକିଂ ପରେ ତାମିଲନାଡୁରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ଧାମରା ନୀଳକଣ୍ଠ ହତ୍ୟାକାଣ୍ଡ

ଭଦ୍ରକ: ଜିଲ୍ଲା ଚରମ୍ପା ଧାମରା ରେଳ ଫ୍ଲାଏଓଭର ବ୍ରିଜ ନିକଟରେ ନୀଳକଣ୍ଠ ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ତାମିଲନାଡୁରୁ ଶେଷରେ ଗିରଫ କରିବାକୁ ସମର୍ଥ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଦୀର୍ଘ ୩ ମାସ ପରେ ଟ୍ରାକିଂ କରିବା ପରେ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛି । ସେପଟେ ହତ୍ୟାକାଣ୍ଡରେ ଅନ୍ୟ କିଛି ଲୋକ ସାମିଲ ଥିବା ଅଭିଯୋଗ କରି ମୃତକଙ୍କ ପରିବାର ପକ୍ଷରୁ ଅଧିକ ତଦନ୍ତ ଲାଗି ଦାବି କରାଯାଇଛି ।

ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ପୂର୍ବରୁ ଅଭିଯୁକ୍ତର ଶାଶୁ ସଞ୍ଜୁ ମୁଖୀ, ଶାଳକ ଅମର ମୁଖୀ ଏବଂ ସ୍ତ୍ରୀ ଚାନ୍ଦିନୀ ମୁଖୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ସାଗରର ଟେର ପାରୁନଥିଲା ପୋଲିସ । ଶେଷରେ ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମୁଖ୍ୟ ଅଭିଯୁକ୍ତ ସାଗର ଦାସକୁ ଦୀର୍ଘ ୩ ମାସ ପରେ ଟ୍ରାକିଂ କରି ତାମିଲନାଡୁରୁ ଗିରଫ କରିବାରେ ସକ୍ଷମ ହୋଇଛି । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାଗର ଦାସକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଏସଡିପିଓ ସୌରଭ ଓତା ।

ଏହା ବି ପଢନ୍ତୁ- ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ; ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡରେ କେବଳ ସାଗର ନୁହେଁ ବରଂ ଅନ୍ୟ କିଛି ଲୋକ ସାମିଲ ଥିବା ସନ୍ଦେହ ପ୍ରକାଶ କରିଛନ୍ତି ମୃତକଙ୍କ ଭାଇ ତ୍ରିଲୋଚନ ଦାସ । ତେଣୁ ଏ ଦିଗରେ ଆହୁରି ତଦନ୍ତ ପୋଲିସ ପକ୍ଷରୁ କରାଯିବା ପାଇଁ ଦାବି କରିଛନ୍ତି ତ୍ରିଲୋଚନ । ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ଲାଗି ଅଭିଯୁକ୍ତର ପରିବାର ସାହାଯ୍ୟ କରିବା ସହିତ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ସାଗର ଦାସକୁ ଫେରାର କରାଇଦେବାରେ ମଧ୍ୟ ସହଯୋଗ କରିଥିଲେ ବୋଲି ପୋଲିସ କହିଛି ।

କଣ ଥିଲା ଘଟଣା ? ଚଳିତ ବର୍ଷ ଫେବ୍ରୁଆରି ମାସ ୨ ତାରିଖ ସକାଳେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଏକ କ୍ଷତବିକ୍ଷତ ମୃତଦେହ ପଡିଥିଲା । ଯାହାକୁ ସେହି ବାଟ ଦେଇ ଯାଉଥିବା କିଛି ପଥଚାରୀ ତାହା ଦେଖିବାକୁ ପାଇଥିଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଗ୍ରାମାଞ୍ଚଳ ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଜାତୀୟ ରାଜପଥ କଡରେ ପଡିଥିବା ଯୁବକଙ୍କ ମୁହଁରେ ଗଭୀର କ୍ଷତ ଚିହ୍ନ ସହ କ୍ଷତ ବିକ୍ଷତ ମୃତଦେହକୁ କୌଣସି ଏକ ଧାରୁଆ ମାରଣାସ୍ତ୍ରରେ କେହି ଦୁର୍ବୃତ୍ତ ହାଣି ହତ୍ୟା କରିବା ପରେ, ମୃତଦେହକୁ ସେଠାରେ ପକାଇ ଦେଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ ପ୍ରକାଶ କରିଥିଲା ପୋଲିସ । ପ୍ରଥମ ପର୍ଯ୍ୟାୟରେ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପରବର୍ତ୍ତୀ ସମୟରେ ଯୁବକ ଜଣକ ଭଦ୍ରକ ଟାଉନ ଥାନା ନିକଟ ପୂଜାରୀ ସାହିର ନୀଳକଣ୍ଠ ଦାସ ବୋଲି ଜଣାପଡ଼ିଥିଲା । ତେଣୁ ନୀଳକଣ୍ଠର ଭାଇ ଅଜୟ ଦାସଙ୍କ ଅଭିଯୋଗ କ୍ରମେ ୫୦/୨୩ ନଂରେ ଏକ ମାମଲା ରୁଜୁ କରିଥିଲା ପୋଲିସ ।

ଘଟଣା ଦିନ ଭଦ୍ରକ ସହରର ରାଜଘାଟ ପୋଲ ନିକଟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବା ପରେ, କୌଣସି କାରଣରୁ ସାଗର ତାକୁ ସାଙ୍ଗରେ ଏକ ଅଟୋ ଯୋଗେ ଡାକି ନେଇ ଜାତୀୟ ରାଜପଥ ଧାମରା ବ୍ରିଜ ନିକଟକୁ ନେଇଥିଲା । ସେଠାରେ ସାଙ୍ଗ ହୋଇ ଉଭୟ ମଦ ପିଇବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସାଗର ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ମାରଣାସ୍ତ୍ରରେ ନୀଳକଣ୍ଠର ମୁଣ୍ଡ, ମୁହଁ ଓ ବେକକୁ ହାଣିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ପରେ ଅଭିଯୁକ୍ତ ସାଗର ତାର ଶ୍ବଶୁର ଘରକୁ ଆସି ଏହି ହତ୍ୟାକାଣ୍ଡ ଘଟଣା ବିଷୟରେ କହିବା ପରେ ପରିବାର ଏ ନେଇ ତାକୁ ସାହାଯ୍ୟ କରିଥିବା ପୋଲିସ କହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.