ETV Bharat / bharat

ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ; ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

author img

By

Published : May 9, 2023, 8:36 AM IST

ଦୁଷ୍କର୍ମ ଉଦ୍ୟମ ବେଳେ ଅଭିଯୁକ୍ତ ଯୁବକର ଗୁପ୍ତାଙ୍ଗ କାଟିଲେ ମହିଳା । ଆସାମରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା
ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

ଗୌହାଟୀ: ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ । ଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ବେଳେ ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା । ଘଟଣାଟି ଘଟିଛି ଆସାମରେ । ମୋରଗାଁ ଜିଲ୍ଲା ବୋରାଲିମାରି ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ସେ ଅଭିଯୁକ୍ତର ଗୁପ୍ତାଙ୍ଗ କାଟି ଦେଇଛନ୍ତି । ଅଭିଯୁକ୍ତ ଯୁବକ ଜଣେ କ୍ବାକ ବା ନକଲି ଡାକ୍ତର । ମହିଳା ତା' ପାଖରେ ଚିକିତ୍ସିତ ହେଉଥିଲେ । ଗତକାଲି (ସୋମବାର) ଚିକିତ୍ସା ବାହାନାରେ ସେ ମହିଳାଙ୍କ ଘରକୁ ଆସି ତାଙ୍କ ସହ ଅସଦ୍ ଆଚରଣ କରିଥିଲେ । ଏହାକୁ ବିରୋଧ କରି ମହିଳା ତା'ର ଯୌନାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି ।

ପୋଲିସ ସୂଚନା ଦେଇଛି ଯେ, ମହିଳା ଆତ୍ମରକ୍ଷା ପାଇଁ ମହିଳା ଅଭିଯୁକ୍ତର ଗୁପ୍ତାଙ୍ଗ କାଟିଥିବା ଦାବି କରିଛନ୍ତି । ତେବେ ଏନେଇ ଖବର ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଅଭିଯୁକ୍ତର ନାମ ଉସମାନ ଅଲ୍ଲୀ ଓ ସେ କ୍ବାକ୍‌(ନକଲି) ଡାକ୍ତର ହୋଇଥିବା ଜଣାପଡିଛି । ବର୍ତ୍ତମାନ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛି । ଅନ୍ୟପଟେ ପୀଡିତା ମହିଳା ଥାନାରେ ପହଞ୍ଚି ଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିପରି ଅଭିଯୁକ୍ତ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ଗୌହାଟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏହାମଧ୍ୟ ପଢନ୍ତୁ: India Book of Records: ୬ମିଟର ଲମ୍ବା କପଡ଼ାରେ ମେହେନ୍ଦୀ କରି ମଧ୍ୟପ୍ରଦେଶ ଝିଅଙ୍କ ରେକର୍ଡ

ଅଭିଯୋଗ ଅନୁସାରେ, ଉସମାନ ଅଲ୍ଲୀ ଗ୍ରାମାଞ୍ଚଳରେ କ୍ବାକ୍‌ କାମ କରେ । ପୀଡିତ ଜଣକ ନିଜର ସ୍ବାସ୍ଥଗତ ସମସ୍ୟା ପାଇଁ ତା' ଠାରୁ ମେଡିସିନ ଖାଉଥିଲେ । ଗତକାଲି ଅଭିଯୁକ୍ତ ଚିକିତ୍ସା ବାହାନାରେ ମହିଳାଙ୍କ ଘରକୁ ଯାଇଥିଲା । ଘରେ ଏକାକୀ ପାଇ ସେ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ହେଲେ ମହିଳା ସାହାସ ଦେଖାଇ ଏକ ଧାରୁଆ ଅସ୍ତ୍ରରେ ତା'ର ଗୁପ୍ତାଙ୍ଗ କାଟି ଦେଇଥିଲେ । ଏହାପରେ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଆତ୍ମରକ୍ଷା ପାଇଁ ସେ ଏପରି କରିଥିବା କହିଛନ୍ତି । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: Harekrishna Heritage Tower: ଠିଆ ହେବ 400 ଫୁଟର ଟାଓ୍ୱାର, ଭିତ୍ତିପ୍ରସ୍ତର ସ୍ଥାପନ କଲେ KCR

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.