ETV Bharat / state

ରାସ୍ତାକଡରୁ ସ୍ବାସ୍ଥ୍ୟକର୍ମୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By ETV Bharat Odisha Team

Published : Sep 18, 2023, 10:39 AM IST

Updated : Sep 18, 2023, 2:50 PM IST

Medical Employee Dead body  Found
Medical Employee Dead body Found

ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦୋବଲ ପଞ୍ଚାୟତ ଅନ୍ତର୍ଗତ ରାଣୀ ପୋଖରୀ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ରାସ୍ତାକଡରୁ ସ୍ବାସ୍ଥ୍ୟକର୍ମୀଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ରାସ୍ତାକଡରୁ ସ୍ବାସ୍ଥ୍ୟକର୍ମୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦୋବଲ ପଞ୍ଚାୟତ ଅନ୍ତର୍ଗତ ରାଣୀ ପୋଖରୀ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କମଳ ଲୋଚନ ସାହୁଙ୍କ ପୁଅ ବସନ୍ତ କୁମାର ସାହୁ । ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବନ୍ଧଟିଆ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଥିଲେ ।

ସୂଚନା ମୁତାବକ, କୌଣସି କାମରେ ବସନ୍ତ ଘରୁ ଯାଇ ଆଉ ଘରକୁ ଫେରି ନ ଥିଲେ । ପରେ ବସନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ବସନ୍ତ ସାହୁଙ୍କ ପରିବାର ଲୋକେ । ଅସୁରାଳି ଅଞ୍ଚଳର ଅଜିତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର କିଛି ବିବାଦ ରହିଥିଲା । ଯାହାକୁ ଆଧାର କରି ପରିବାର ଲୋକ ଅଜିତ ସାହୁଙ୍କ ନାମରେ ଧାମନଗର ଥାନାରେ ଅଭିଯୋଗ ଆଣିଛନ୍ତି । ଏନେଇ ଘଟଣାରେ ଅଜିତ ସାହୁ ଫେରାର ଥିବାବେଳେ ପୋଲିସ ତାର ସହଯୋଗୀ ଲିଙ୍ଗରାଜକୁ ଅଟକ ରଖିଥିବା ଜଣାପଡିଛି ।

ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଅସୁରାଳି ଅଞ୍ଚଳର ଅଜିତ ସାହୁଙ୍କ ପତ୍ନୀ ସହ ବସନ୍ତଙ୍କର ସମ୍ପର୍କ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ବସନ୍ତଙ୍କୁ ଜୀବନରୁ ମାରିଦେବାକୁ ଅଜିତ ଧମକ ଦେଇଥିଲା । ଯାହାର ପରିଣାମ ସ୍ବରୂପ ଅଜିତ ଏବଂ ତାର ସାଙ୍ଗ ବସନ୍ତଙ୍କୁ ଗାଁର ଲିଙ୍ଗରାଜ ସହ ମିଶି ଉଭୟ ବସନ୍ତଙ୍କୁ ହତ୍ୟା କରିଛନ୍ତି ବୋଲି ଥାନାରେ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପ୍ରକାଶ ଥାଉକି, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତର ସାଗର ମୁଣ୍ଡା ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଗୀତାଞ୍ଜଳି ଗରଡା । ତାଙ୍କ ସ୍ବାମୀ ବାବୁଲି ବାଗଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ଏହି କାରଣରୁ ତାକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭଦ୍ରକ

Last Updated :Sep 18, 2023, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.