ETV Bharat / state

ଆସିଲାନି ଟାର୍ଗେଟ, ଧାନ ବିକି ପାରିଲେନି ଚାଷୀ

author img

By

Published : Mar 10, 2022, 10:23 PM IST

Updated : Mar 11, 2022, 2:52 PM IST

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ସିନ୍ଦୋଳ ପଞ୍ଚାୟତ ମହିଳା ମହାସଂଘ ଧାନମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଧାନବିକ୍ରି ପାଇଁ ଟାର୍ଗେଟ ନଆସିବାରୁ 54ଜଣ ଚାଷୀଙ୍କ ଧାନ ବିକ୍ରି ଟୋକନ୍ ରଦ୍ଦ(Lapse) ହୋଇଛି । ଅଧିକ ପଢ଼ନ୍ତୁ

ଆସିଲାନି ଟାର୍ଗେଟ, ଧାନ ବିକି ପାରିଲେନି ଚାଷୀ
ଆସିଲାନି ଟାର୍ଗେଟ, ଧାନ ବିକି ପାରିଲେନି ଚାଷୀ

ଭଦ୍ରକ: ଜିଲ୍ଲା ଅନ୍ତର୍ଗତ ସିନ୍ଦୋଳ ପଞ୍ଚାୟତ ମହିଳା ମହାସଂଘ ଧାନମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଧାନ ବିକ୍ରି ପାଇଁ ଟାର୍ଗେଟ ନଆସିବାରୁ 54ଜଣ ଚାଷୀଙ୍କ ଧାନ ବିକ୍ରି ଟୋକନ୍ ରଦ୍ଦ(Lapse) ହୋଇଛି । ପୂର୍ବରୁ ଏଠାରେ 71 ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରି ଧାନ ବିକ୍ରି କରି ପାରିନଥିଲେ ।

ଆସିଲାନି ଟାର୍ଗେଟ, ଧାନ ବିକି ପାରିଲେନି ଚାଷୀ

ଧାନ ବିକ୍ରି ପାଇଁ ଚାଷୀଙ୍କ ଯେଉଁ ମୋବାଇଲ୍‌କୁ ମେସେଜ୍ ଆସିଥିଲା ତାହାର ଅବଧି ଏକ ମାସ ପର୍ଯ୍ୟନ୍ତ ରଖାଯାଇଥିଲା । ଏହି ୧ ମାସ ମଧ୍ୟରେ ସେମାନଙ୍କ ଠାରୁ ଧାନ କିଣାନଯିବାରୁ ଟୋକନ୍ ଲାପ୍ସ ହୋଇଛି । ଟୋକନ୍ ପାଇଥିଲେ ମଧ୍ୟ ଧାନ ବିକିବାକୁ ସକ୍ଷମ ହୋଇପାରିନାହାଁନ୍ତି । ସେପଟେ କେତେକ ଚାଷୀ ପଞ୍ଜିକରଣ ବେଳେ ତ୍ରୁଟି ଯୋଗୁଁ ଧାନ ବିକ୍ରି କରିପାରି ନାହାନ୍ତି । ଆଉ କେତେକଙ୍କର ଜମି ପରିମାଣ ଅନୁସାରେ ଧାନ ବିକ୍ରି ପରିମାଣକୁ କମାଇ ଦିଆଯାଇଥିବାରୁ ଚିନ୍ତାରେ ପଡି଼ଛନ୍ତି ଚାଷୀ।

ଅନ୍ଯପକ୍ଷରେ ବାମନବିନ୍ଧା ସେବା ସମବାୟ ସମିତିରେ ପଞ୍ଜିକରଣ ତ୍ରୁଟି ଯୋଗୁଁ 27 ଜଣ ଚାଷୀଙ୍କ ଧାନ ବିକ୍ରି ହୋଇ ପାରିନାହିଁ । ଟାର୍ଗେଟରେ ନଆସିଲେ 165 ଚାଷୀଙ୍କର ଟୋକନ୍ ରଦ୍ଦ ହେବା ଆଶଙ୍କା କରାଯାଉଛି । ସେହିପରି ବାରସର ସମିତିର 65 ଟୋକନ୍‌, ଅମୃତପୁର ସମିତିରେ ଟୋକନ୍‌ , ନିଶ୍ଚନ୍ତପୁରର 211 ଟୋକନ୍‌ ସମେତ ଭାଟପଡାରେ 150ରୁ ଊର୍ଦ୍ଧ୍ବ ଚାଷୀଙ୍କ ଟୋକନ୍ ରଦ୍ଦ ହୋଇଛି । ଧାନ କିଣାନଗଲେ ଚାଷୀ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।

ଟୋକନ ରଦ୍ଦ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ ମଣ୍ଡିକୁ ଚିଠି କରାଯାଇଛି । ସମସ୍ତ ପ୍ରକ୍ରିୟା ସୁରୁଖୁରୁରେ ହେଲେ ଚାଷୀ ନିଜନିଜର ଧାନ ବିକ୍ରି କରିପାରିବେ ବୋଲି ଜିଲ୍ଲା ଯୋଗାଣ ବିଭାଗ ସୂଚନା ଦେଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 11, 2022, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.