ETV Bharat / state

ବକେୟା ପାଉଣା ଦାବିରେ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଠିକାଦାର

author img

By ETV Bharat Odisha Team

Published : Jan 18, 2024, 10:15 PM IST

Contractor lock the school gate: 5T କାର୍ଯ୍ୟ କରିଥିବା ଠିକାଦାର ବକେୟା ପାଉଣା ନପାଇବାରୁ ବିଦ୍ୟାଳୟ ଗେଟରେ ଲାଗାଇଲେ ତାଲା । ଅଧିକ ପଢ଼ନ୍ତୁ

ବିଦ୍ୟାଳୟ ଗେଟରେ ତାଲା ଲାଗାଇଲେ ଠିକାଦାର
ବିଦ୍ୟାଳୟ ଗେଟରେ ତାଲା ଲାଗାଇଲେ ଠିକାଦାର

ବିଦ୍ୟାଳୟ ଗେଟରେ ତାଲା ଲାଗାଇଲେ ଠିକାଦାର

ଭଦ୍ରକ: 5T କାର୍ଯ୍ୟ କରିଥିବା ଠିକାଦାର ବକେୟା ପାଉଣା ନପାଇବାରୁ ବିଦ୍ୟାଳୟ ଗେଟରେ ଲାଗାଇଲେ ତାଲା । ପରୀକ୍ଷା ଥିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଲେ ଛାତ୍ରଛାତ୍ରୀ । ପ୍ରଶାସନିକ ହସ୍ତକ୍ଷେପ ପରେ ଗେଟ ଖୋଲି ଥିଲେ ଠିକାଦାର । ଗେଟରେ ତାଲା ପକାଇବାରୁ 2 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା ।

ରାଜ୍ୟ ସରକାର ଶିକ୍ଷା ପ୍ରଦାନର ମାନ ବୃଦ୍ଧି କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ଗୁଡିକୁ 5T ଯୋଜନା ଅଧୀନରେ ନୂତନ ଭାବେ ରୂପାନ୍ତରିତ କରୁଛନ୍ତି । ସ୍ମାର୍ଟ କ୍ଲାସରୁମ ନିର୍ମାଣ କରିବା ସହିତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାରର ନୂତନ ନିର୍ମାଣ କରୁଛନ୍ତି । ହେଲେ ଏହି 5T ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ନିର୍ମାଣ ପରେ ଭିନ୍ନ ଭିନ୍ନ ପ୍ରକାରର ବିବାଦ ଏହାର ପିଛା ଛାଡୁନାହିଁ । ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜାଗୁଳା ଗ୍ରାମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟକୁ 5T ଯୋଜନାରେ ସାମିଲ କରାଯାଇଛି । ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିବା ଠିକାଦାର ତାଙ୍କର ପ୍ରାପ୍ୟ ପାଇ ନାହାଁନ୍ତି ବୋଲି ଅଭିଯୋଗ କରି ବିଦ୍ୟାଳୟ ଗେଟରେ ତାଲା ଲାଗାଇ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ଆଜି ସକାଳ 10 ଟାରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ଦେଖିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ । ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ପହଞ୍ଚି ଉକ୍ତ ଠିକାଦାରଙ୍କୁ ଅରୁରୋଧ କରିବା ପରେ ମଧ୍ୟ ଠିକାଦାର ଗେଟରେ ତାଲା ଖୋଲି ନଥଲେ । ପରେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ଅବିଭାବକ ଏବଂ ସ୍ଥାନୀୟ ବାସିନ୍ଦା । ଶେଷରେ ପ୍ରଶାସନିକ ହସ୍ତକ୍ଷେପ ପରେ ଠିକାଦାର ଜଣକ ଗେଟ ଖୋଲି ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଭୁବନେଶ୍ବରରେ ଖସୁଛି ଭୂତଳ ଜଳସ୍ତର, 24 ଘଣ୍ଟିଆ ପାଣି ଯୋଗାଣ କାର୍ଯ୍ୟକ୍ଷମ କେବେ ?

ତେବେ ଆଜି ପରୀକ୍ଷା ଥିବା ଯୋଗୁଁ, ପରିକ୍ଷା ଦେଇ ନପାରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗେଟ ଆଗରେ ଧାରଣା ଦେଇଥିଲେ । ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅବିଭାବକ ମାନେ ମଧ୍ୟ ଧାରଣା ଦେବା ସହ ସଂପୃକ୍ତ ଠିକାଦାରଙ୍କ ଉପରେ କାର୍ଯ୍ୟଅନୁଷ୍ଠାନ ଦାବି କରି ଗେଟ ଆଗରେ ଦୀର୍ଘ ସମୟ ଧରି ବସି ରହିଥିଲେ । ଜାଗୁଳା ଗ୍ରାମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟର କାର୍ଯ୍ୟ ନିର୍ଦ୍ଧାରିତ ନିୟମ ଏବଂ ସମୟ ସୀମା ମଧ୍ୟରେ, କନିଷ୍ଠ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଠିକାଦାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ସମାପ୍ତ କରିଥିଲେ । ଉକ୍ତ ଠିକାଦାର ଜଣକ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ତାଙ୍କ ପ୍ରାପ୍ୟ ପାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ଶେଷରେ ଠିକାଦାର ଜଣକ ବକେୟା ପାଉଣା ନପାଇବାରୁ ବିଦ୍ୟାଳୟ ଗେଟରେ ତାଲା ଲାଗାଇ ଦେଇଥିଲେ । ତେବେ ପ୍ରଶାସନିକ ଅବହେଳା ପାଇଁ ପରିକ୍ଷା ଦେବା 2 ଘଣ୍ଟାରୁ ଉର୍ଦ୍ଧ ସମୟ ବିଳମ୍ବ ହୋଇଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.