ETV Bharat / state

ଭୁବନେଶ୍ବରରେ ଖସୁଛି ଭୂତଳ ଜଳସ୍ତର, 24 ଘଣ୍ଟିଆ ପାଣି ଯୋଗାଣ କାର୍ଯ୍ୟକ୍ଷମ କେବେ ?

author img

By ETV Bharat Odisha Team

Published : Jan 18, 2024, 7:31 PM IST

Ground Water Level of Bhubaneswar: ଭୂତଳ ଜଳସ୍ତର କମୁଥିବାରୁ ବଢିଛି ଚିନ୍ତା । ସେପଟେ ସର୍ଫେସ ୱାଟରରୁ 24x7 ଜଳ ଦିଆଯାଉଥିବାରୁ ଭୂତଳ ଜଳ ସମସ୍ୟା ଦେଖାଦେବନି ବୋଲି କହିଛନ୍ତି ଓ୍ବାଟକୋ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

Ground Water Level dropped
ଖସୁଛି ଭୂତଳ ଜଳସ୍ତର
ଖସୁଛି ଭୂତଳ ଜଳସ୍ତର

ଭୁବନେଶ୍ବର: ଧୀରେ ଧୀରେ କମିବାରେ ଲାଗିଛି ଭୂତଳ ଜଳସ୍ତର । ଓଡିଶା ବିଧାନସଭା, ଲୋକସେବା ଭବନ ଏବଂ ୟୁନିଟ-1 ଓ ୟୁନିଟ-6ରେ ଥିବା ସରକାରୀ ଘର ଗୁଡିକୁ 24 ଘଣ୍ଟିଆ ପାଣି ଓ୍ବାଟକୋ ପକ୍ଷରୁ ସପ୍ଲାଏ ହେଉଛି । କିନ୍ତୁ ବାକି ଅଞ୍ଚଳରେ କେବେ ହେବ ତାହାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । 2020 ବର୍ଷର ତଥ୍ୟ ଅନୁସାରେ 422 ଏମଏଲଡି ପାଣି ପ୍ରତିଦିନ ଆବଶ୍ୟକ ହେଉଛି । ବର୍ତ୍ତମାନ ସମୟରେ 600 ଏମଏଲଡି ପାଣି ଦରକାର । ଯେଉଁଥି ପାଇଁ କୁଆଖାଇ, ମୁଣ୍ଡଳି ଏବଂ ଦୟା ପଏଣ୍ଟରୁ ଏସବୁ ପାଣି ଆସୁଛି । ଗାଇଡଲାଇନ ଅନୁସାରେ 165 ଲିଟର ପାଣି ମୁଣ୍ଡପିଛା ଯୋଗାଇ ଦେବା କଥା । ସରଫେସ ଓ୍ବାଟରକୁ ଛାଡିଦେଲେ ଭୂତଳ ଜଳ ଉପରେ ମଧ୍ୟ ରାଜଧାନୀବାସୀ ନିର୍ଭରଶୀଳ ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରର ବିଭିନ୍ନ ସ୍ଥାନମାନଙ୍କରେ ଭୂତଳ ଜଳସ୍ତର କମିବାରେ ଲାଗିଛି । ଯାହାକି ଚିନ୍ତା ଜନକ ବିଷୟ ହୋଇଛି । ଏନେଇ ଜଳ ବିଶେଷଜ୍ଞ ଲଳିତ ପଟ୍ଟନାୟକ କହିଛନ୍ତି, "24 ଘଣ୍ଟିଆ ଚାର୍ଜ କଲେ ପାଣି ଲିକ୍ ହେବାର ଆଶଙ୍କା ରହିଛି । କପିଳ ପ୍ରସାଦରେ 4.26 , କାର୍ଗିଲ ବସ୍ତିରେ 3.07, ସୁନ୍ଦରପଦାରେ 1.07, ପୋଖରୀପୁଟରେ 1.6 , ଲକ୍ଷ୍ମୀସାଗରରେ 1.49, ଡେଲଟାରେ 1.29 , ଡୁମଡୁମାରେ 1.32, ଗାଢକଣରେ 1.14 ମିଟର କମିଛି ଭୂତଳ ଜଳସ୍ତର । ଯାହାକି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା କରିବାର ସମୟ ବୋଲି କହିଛନ୍ତି ଜଳ ବିଶେଷଜ୍ଞ ଲଳିତ ପଟ୍ଟନାୟକ ।"

ଏହା ମଧ୍ୟ ପଢନ୍ତୁ...ବର୍ଷା ହେଉକି ଶୀତ, ପାଣି ପାଇଁ ଡହଳବିକଳ ଲକ୍ଷ୍ମୀପୁରବାସୀ

ବର୍ତ୍ତମାନ ସୁଦ୍ଧା 23ଟି ପାଣିଟାଙ୍କି କାର୍ଯ୍ୟକ୍ଷମ ଥିବାବେଳେ ମୋଟ 53ଟି ପାଣିଟାଙ୍କିର ବ୍ୟବସ୍ଥା କରାଯାଇଛି । ଅନେକ ପାଣିଟାଙ୍କି ଏବେ ନିର୍ମାଣଧୀନ ଅବସ୍ଥାରେ ଅଛି । ଏସବୁ ପାଣିଟାଙ୍କିରେ 5ହଜାର ଲିଟରରୁ 10 ହଜାର ଲିଟର ପାଣି ଧାରଣ କରିବାର କ୍ଷମତା ରହିଛି । କିନ୍ତୁ ଏତେ ପାଣି କେଉଁଠୁ ଆସିବ ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । କୁଆଖାଇରୁ ଆସୁଥିବା ପାଣି ଏହି ଆବଶ୍ୟକତାକୁ ମେଣ୍ଟାଇ ପାରିବ କି ନାହିଁ ସେନେଇ ସନ୍ଦେହ ଉପୁଜିଛି । "ଭୁବନେଶ୍ବରରରେ ଜନବସତି ବଢିବା ସହିତ ଲୋକଙ୍କ ସଂଖ୍ୟା ମଧ୍ୟ ବଢିଛି । ସେହି ଅନୁପାତରେ ବଢିଛି ପାଣିର ଆବଶ୍ୟକତା । ଏପରି ସ୍ଥଳେ ଆବଶ୍ୟକ ଭିତ୍ତିଭୂମି ନଥାଇ ରାଜ୍ୟ ସରକାର କିପରି 24 ଘଣ୍ଟିଆ ପାଣି ଯୋଗାଇ ଦେବେ ବୋଲି ଘୋଷଣା କଲେ?"ବୋଲି ପ୍ରଶ୍ନ କରିଛନ୍ତି ସିପିଆଇ ନେତା ସୁର ଜେନା । ସେହିପରି ସମସ୍ତ ଓ୍ବାଟକୋ କର୍ତ୍ତୃପକ୍ଷ କହିଛନ୍ତି, "ସର୍ଫେସ ୱାଟରରୁ 24x7 ଜଳ ଦିଆଯାଉଛି । ଯାହା ଫଳରେ ଭୂତଳ ଜଳ ବ୍ୟବହାର କମିବ । ସମସ୍ୟା ଦୂର ପାଇଁ ସମସ୍ତ ପ୍ରକାର କାମ ଚାଲିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.