ETV Bharat / state

Dhamnagar By poll Result: ବିଜୟୀ ହେଲେ ସୁରଜ, କହିଲେ ଧାମନଗରବାସୀଙ୍କ ପାଇଁ ସର୍ବଦା ସମର୍ପିତ ରହିବି

author img

By

Published : Nov 6, 2022, 9:08 PM IST

ବିଜେଡ଼ି ଠାରୁ ୯,୮୮୧ ଭୋଟ ବ୍ୟବଧାନରେ ଜିତିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ବିଜୟ ପରେ ଆସିଲା ସୁରଜଙ୍କ ପ୍ରତିକ୍ରିୟା । ଅସମୟରେ ନିର୍ବାଚନ ଲଢୁଥିବାର ବିଜୟ ଉତ୍ସାହିତ କରିନି । ମାତ୍ର ଏହା ସ୍ବାଭିମାନର ବିଜୟ । ବାପାଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

Dhamnagar Bypoll Result: ବିଜୟୀ ହେଲେ ସୁରଜ, କହିଲେ ଧାମନଗରବାସୀଙ୍କ ପାଇଁ ସର୍ବଦା ସମର୍ପିତ ରହିବି
Dhamnagar Bypoll Result: ବିଜୟୀ ହେଲେ ସୁରଜ, କହିଲେ ଧାମନଗରବାସୀଙ୍କ ପାଇଁ ସର୍ବଦା ସମର୍ପିତ ରହିବି

ଭଦ୍ରକ: ଧାମନଗର (Dhamnagar Bypoll Result)ରେ ବିଜୟର ମୁକୁଟ ପିନ୍ଧିଲେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ (BJP winning candidate Suryavanshi Suraj) । ବିଜେପି ଶାସକ ଦଳ ବିଜେଡ଼ି ଠାରୁ ୯ ହଜାର ୮୮୧ ଭୋଟ ବ୍ୟବଧାନୀରେ ବିଜୟଲାଭ କରିଛି । ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଅବନ୍ତୀ ଦାସଙ୍କଠାରୁ ଆଗରେ ରହି ଆସିଥିଲେ । ବିଜୟ ପରେ ଆସିଛି ସୁରଜଙ୍କ ପ୍ରତିକ୍ରିୟା । ଏହା ସ୍ବାଭିମାନର ବିଜୟ । ଧାମନଗରରେ ପରିବର୍ତ୍ତନ ହେବା ନେଇ ଅଞ୍ଚଳବାସୀ ସଙ୍କେତ ଦେଇସାରିଛନ୍ତି ବୋଲି କହିଛନ୍ତି ସୁରଜ ।

Dhamnagar Bypoll Result: ବିଜୟୀ ହେଲେ ସୁରଜ, କହିଲେ ଧାମନଗରବାସୀଙ୍କ ପାଇଁ ସର୍ବଦା ସମର୍ପିତ ରହିବି

ଏ ନେଇ ସୂରଜ କହିଛନ୍ତି, " ଅସମୟରେ ଆମେ ନିର୍ବାଚନ ଲଢିଥିଲୁ, ଫଳରେ ଏହି ବିଜୟ ମୋ ପାଇଁ ଉତ୍ସାହିତ ନୁହେଁ । ଧାମନଗର ବାସୀ ମୋତେ ଭଲ ପାଇବା ଦେଇଛନ୍ତି । ଫଳରେ ଧାମନଗରବାସୀଙ୍କ ଆଶାକୁ ପୂରଣ କରିବା ପାଇଁ ମୋ ଆଗରେ ଏକ ଆହ୍ବାନ ରହିଛି । ଯାହା ନେତୃତ୍ବରେ ଆମେ ନିର୍ବାଚନ ଲଢିଲୁ । ତାଙ୍କୁ ବହୁତ ଧନ୍ୟବାଦ । ମୁଁ ପ୍ରାର୍ଥୀପତ୍ର ଦାଖଲ କରିବା ମୋର କାମ ଥିଲା, କିନ୍ତୁ ଧାମନଗରର ପ୍ରତିଟି ବାସୀ ଏହି ନିର୍ବାଚନ ଲଢିଥିଲେ । ଏହା ସ୍ବାଭିମାନର ବିଜୟ । ଧାମନଗରରେ ପରିବର୍ତ୍ତନ ହେବା ନେଇ ଅଞ୍ଚଳବାସୀ ସଙ୍କେତ ଦେଇସାରିଛନ୍ତି ।"

ଚଳିତ ମାସ ୩ ତାରିଖ ଦିନ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ହୋଇଥିବା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ ଗଣତି । ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଅବନ୍ତୀ ଦାସଙ୍କ ଠାରୁ ଆଗରେ ଥିଲେ। ଯାହାକି ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଜାରି ରହିଥିଲା । ଶେଷରେ ସୂର୍ଯ୍ୟବଂଶୀ ସୁରଜ ବିଜୟ ହୋଇଛନ୍ତି । ଯାହାକୁ ନେଉ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଏହା ଧାମନଗର ବାସୀଙ୍କ ବିଜୟ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ।

ଏହା ବି ପଢନ୍ତୁ- Dhamnagar bypoll Results: ଭାଙ୍ଗିଲା ଇତିହାସର ଧାରା, 9881 ଖଣ୍ଡ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ସୁରଜ

ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟରେ ଦେଇଥିବା ସୂଚନା ଅନୁସାରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ୮୦,୩୫୧ଭୋଟ ମିଳିଥିବା ବେଳେ ଶାସକ ଦଳ ବିଜେଡିର ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ମୋଟ ୭୦,୪୭୦ ଖଣ୍ଡ ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୬୧ଟି ଭୋଟ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮,୧୫୩ ଓ ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ମାତ୍ର ୪୯୭ ଖଣ୍ଡ ଭୋଟ ମିଳିଛି । ୬୫୦ ଖଣ୍ଡ ଭୋଟ ନୋଟା (NOTA ) ରେ ପଡିଥିବା କାରଣରୁ ନାକଜ ହୋଇଯାଇଛି ।

ଚଳିତ ଉପନିର୍ବାଚନ ଫଳାଫଳରେ ରାଜ୍ୟ ରାଜନୀତି ଇତିହାସରେ ପ୍ରଚଳିତ ଧାରାରେ ଏକ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୦୯ ମସିହା ପରେ ପ୍ରଥମ ଥର ଓ ୨୦୦୦ ମସିହା ପରେ ଶାସକ ବିଜେଡିକୁ ୩ୟ ଥର ପାଇଁ ଉପନିର୍ବାଚନରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଏହି ନିର୍ବାଚନରେ ବିଜେପିର ବାଜିମାତ ପରେ ବିଜେପି ଶିବରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ଘୋଷଣା କରିସାରିବା ପରେ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଆରମ୍ଭ ହୋଇସାରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.