ETV Bharat / state

କଏଦୀଙ୍କ ମୃତ୍ୟୁ, ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ଆଣିଲେ ପରିବାର

author img

By

Published : Nov 14, 2022, 11:15 AM IST

ଭଦ୍ରକର ବିଚାରଧିନ କଏଦୀ ନିରଞ୍ଜନଙ୍କ ମୃତ୍ୟୁ । ପୋଲିସର ଥାର୍ଡ ଡିଗ୍ରୀରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ନିରଞ୍ଜନଙ୍କ ମାଆ । ଅଧିକ ପଢନ୍ତୁ

ଗୁରୁତର ଅବସ୍ଥାରେ କଏଦୀଙ୍କ ମୃତ୍ୟୁ
ଗୁରୁତର ଅବସ୍ଥାରେ କଏଦୀଙ୍କ ମୃତ୍ୟୁ

ଭଦ୍ରକ: ପୋଲିସର ଥାର୍ଡ ଡିଗ୍ରୀରେ ବିଚାରଧିନ କଏଦୀଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ବାସୁଦେବପୁର ଥାନାଧିନ ଅଲବଗା ଗାଁର ଭାଗବତ ପାଣିଙ୍କ ପୁଅ ନିରଞ୍ଜନ ପାଣି, ବୟସ ୩୩ ବର୍ଷ । ନିରଞ୍ଜନ କୌଣସି ଅପରାଧରେ ସଂପୃକ୍ତ ନଥିବାବେଳେ ଢେଙ୍କାନାଳ ଜିଲ୍ଲାର ଗଁଦିଆ ଥାନା ପୋଲିସ ଅକ୍ଟୋବର ମାସ 14 ତାରିଖ ରାତିରେ ନିରଞ୍ଜନଙ୍କୁ ଘରୁ ଉଠେଇ ନେଇ ଅମାନୁଷିକ ଭାବେ ମାଡ ମାରିଥିବା ଅଭିଯୋଗ କରିଛନ୍ତି ମାଆ ଶାନ୍ତିଲତା । ଘରୁ ଉଠାଇ ନେବାର ୧୩ ଦିନପରେ ପୋଲିସ କାହିଁକି କୋର୍ଟ ଚାଲାଣ କରିଲା ଏବଂ ସେହି ୧୩ ଦିନ ନିରଞ୍ଜନ କେଉଁଠାରେ ରହିଥିଲେ ବୋଲି ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ମାଆ ।

ଗୁରୁତର ଅବସ୍ଥାରେ କଏଦୀଙ୍କ ମୃତ୍ୟୁ

ସୂଚନା ଅନୁସାରେ, ଗତ ଅକ୍ଟୋବର ୧୪ ତାରିଖରେ ନିରଞ୍ଜନକୁ ଗଁଦିଆ ଥାନା ପୋଲିସ ଉଠାଇ ନେଇଥିଲା । ତଦନ୍ତ ପରେ ଘରକୁ ପଠାଇଦେବେ ବୋଲି ମାଆକୁ କହିଥିଲେ । ମାତ୍ର ପୁଅ ଘରକୁ ନଫେରିବାରୁ ବିବ୍ରତ ହୋଇ 19 ତାରିଖରେ ଥାନାକୁ ଯାଇଥିଲେ । କିନ୍ତୁ ସେଠାରେ ପୋଲିସ ଅଧିକାରୀ ଦେଖା କରାଇବେ ପରିବର୍ତ୍ତେ ଗାଳିଗୁଲଜ କରି ତଡିଦେଇଥିଲେ । ତେବେ ଚୋରି ଅଭିଯୋଗରେ ନିରଞ୍ଜନ ଗିରଫ ହୋଇଥିବା ଜାଣିବା ପରେ ଅକ୍ଟୋବର ୨୭ ତାରିଖରେ ଜେଲରେ ନିରଞ୍ଜନଙ୍କ ସହ ମାଆ ଦେଖା କରିଥିଲେ । ସେହି ସମୟରେ ନିରଞ୍ଜନ ଉଭୟ ବାସୁଦେବପୁର ଓ ଗଁଦିଆ ପୋଲିସ ତାଙ୍କୁ ଅମାନୁଷିକ ଭାବେ ଅତ୍ୟାଚାର କରୁଥିବା କଥା କହିବା ସହ ଜେଲରୁ ମୁକୁଳେଇବା ପାଇଁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆଜି ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ, ଜି-20 ସମ୍ମିଳନୀରେ ଦେବେ ଯୋଗ

ତେବେ ନଭେମ୍ବର ୧ ତାରିଖ ଦିନ ନିରଞ୍ଜନ ଅସୁସ୍ଥ ଥବା ଖବର ଆସିବା ପରେ ସେ ମେଡିକାଲକୁ ଯାଇ ନିରଞ୍ଜନଙ୍କ ସହ ଦେଖାଦୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଛାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।

ତେବେ ପୁଅର ମୃତ୍ୟୁ ପରେ ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନଙ୍କ ମାଆ । ଅକ୍ଟୋବର 14 ତାରିଖ ରାତିରେ ନିରଞ୍ଜନଙ୍କୁ ଘରୁ ଉଠେଇ ନେଇ କାହିଁକି 26 ତାରିଖ କୋର୍ଟ ଚାଲାଣ କରାଗଲା ? ତେଣୁ ସେହି 13 ଦିନ ପୋଲିସ ନିରଞ୍ଜନଙ୍କୁ କେଉଁଠି ରଖିଥିଲା ବୋଲି ପ୍ରଶ୍ନ କରିଛନ୍ତି ମୃତ ନିରଞ୍ଜନଙ୍କ ମାଆ । ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବା ସହିତ ମୃତକ ମାଆ ନ୍ୟାୟ ପାଇ ପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.