ETV Bharat / state

ଚନ୍ଦ୍ରଗ୍ରହଣ: ବାବା ଆଖଣ୍ଡଳମଣି ମନ୍ଦିର ବନ୍ଦ, ରାତ୍ର 8ଟା ପରେ ସାଧାରଣ ଦର୍ଶନ ଆରମ୍ଭ

author img

By

Published : Nov 8, 2022, 4:19 PM IST

ଚନ୍ଦ୍ରଗ୍ରହଣ ଯୋଗୁଁ ସକାଳ ୫ଟା ୪୦ ପରେ ବନ୍ଦ ରହିଛି ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ରାତି 8 ଟାରେ ଅନୁଷ୍ଠିତ ହେବ ବାବାଙ୍କ ଦୁର୍ଲଭ ହରଗୌରୀ ବେଶ । ଅଧିକ ପଢନ୍ତୁ

ରାତ୍ର 8ଟା ପରେ ସାଧାରଣ ଦର୍ଶନ ଆରମ୍ଭ
ଚନ୍ଦ୍ରଗ୍ରହଣ ପାଇଁ ବାବା ଆଖଣ୍ଡଳମଣି ମନ୍ଦିର ବନ୍ଦ

ଭଦ୍ରକ: ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ରାହାସ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଯୋଗୁଁ ଆଜି ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବନ୍ଦ ରହିଛି ସାଧାରଣ ଦର୍ଶନ(Baba Akhandalamani Temple closed for Lunar Eclipse) । ପାକ ତ୍ୟାଗ ପରେ ସକାଳ 5 ଟା 40 ମିନିଟରୁ ମନ୍ଦିର ଦର୍ଶନ ବନ୍ଦ ରହିଛି ।

ରାତ୍ର 8ଟା ପରେ ସାଧାରଣ ଦର୍ଶନ ଆରମ୍ଭ

ଗ୍ରହଣ ମୋକ୍ଷ ସନ୍ଧ୍ୟା 6 ଟା 30 ମିନିଟ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବା ସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ସର୍ବମୋକ୍ଷ ପରେ ମଣିବାବାଙ୍କୁ ରୀତିନୀତି ଅନୁଯାୟୀ ମହାସ୍ନାନ କରାଯିବା ପରେ ରାହାସ ପୂର୍ଣ୍ଣିମା ନୀତିକାନ୍ତି ସହ ରାତି 8 ଟାରେ ଦୁର୍ଲଭ ହରଗୌରୀ ବେଶ ଅନୁଷ୍ଠିତ ହେବ । ତେବେ ଚନ୍ଦ୍ରଗ୍ରହଣ ଯୋଗୁଁ ସମସ୍ତ ସକାଳ ନୀତିକାନ୍ତି ମଧ୍ୟରାତ୍ରରୁ ସମାପନ ହୋଇଥିଲା ।

ଚନ୍ଦ୍ରଗ୍ରହଣ ଯୋଗୁଁ ୫ଟା ୪୦ ପୂର୍ବରୁ ଡଙ୍ଗା ଭସାଇବା ପାଇଁ ଆଖଣ୍ଡଳଣମି ପୀଠର ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ବନ୍ଦାଣ ହୋଇଥିଲା । ଶହ ଶହ ଭକ୍ତ ଏଠାରେ ଏକତ୍ର ହୋଇ ଡଙ୍ଗା ଭସାଇଥିଲେ । ଗତ ଦୁଇ ବର୍ଷ କୋରୋନା କଟକଣା ପାଇଁ ବୋଇତ ବନ୍ଦାଣ ବନ୍ଦ ଥିଲା । ତେଣୁ ଚଳିତ ବର୍ଷ ଭକ୍ତମାନେ ବେଶ ଆନନ୍ଦ ଉତ୍ସାହର ସହ ପାହାନ୍ତାରୁ ବୋଇତ ବନ୍ଦାଣ କରିଥିଲେ। ବିଶେଷ କରି ବ୍ରତଧାରୀ ମହିଳାମାନେ ମନ୍ଦିର ପରିସରରେ ପୂଜା ପାଉଥିବା ଜଗନ୍ନାଥଙ୍କ ଦର୍ଶନ କରି ଡଙ୍ଗା ଭସାଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ କଟକ ବାଲିଯାତ୍ରା: ଟ୍ରାଫିକ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ

ଆଜି ଚନ୍ଦ୍ରଗ୍ରହଣ ଯୋଗୁଁ ଆଖଣ୍ଡଳମଣିଙ୍କ ସହଳ ନୀତିକାନ୍ତି ସାମାପନ କରାଯାଇଥିଲା। ରାତ୍ର 2 ଘଟିକାରେ ମନ୍ଦିର ପହଡ ଖୋଲାଯାଇଥିଲା। ପରେ ରୀତିନୀତି ଅନୁସାରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ମଧ୍ୟ ରାତ୍ରରୁ ଭିଡ ଜମାଇଥିଲେ ପୀଠରେ । ଆଜି କାର୍ତ୍ତିକ ପୂର୍ଣିମା ଥିବାରୁ ରାତିରେ ବାବାଙ୍କ ଅପୂର୍ବ ହରଗୌରୀ ବେଶ ଅନୁଷ୍ଠିତ ହେବ। ଯାହାକି ବର୍ଷକର ଏହି ଗୋଟିଏ ଦିନ ବାବା ହରଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିବା ବେଳେ ସନ୍ଧ୍ୟା 6 ଟା 30 ମିନଟ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ସର୍ବମୋକ୍ଷ ପରେ ପୁଣି ଥରେ ମନ୍ଦିର ଖୋଲାଯିବା ସହ ମହାସ୍ନାନ କରାଯାଇ ପୂଜାର୍ଚ୍ଚନା ଚାଲିବ।

ଏନେଇ ମନ୍ଦିର ସେବାୟତ କହିଛନ୍ତି, ''ଚନ୍ଦ୍ର ଗ୍ରହଣ ଯୋଗୁଁ ଗତରାତିରୁ ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯାଇଥିଲା, ଏହାପରେ ୫ଟା ୪୦ ମନିଟରେ ନ୍ଦିର ଦ୍ୱାର ବନ୍ଦ କରାଯାଇଥିଲା । ଏହା ପୂର୍ବରୁ ଭକ୍ତ ମାନେ ମନ୍ଦିର ଆସି ପୁଷ୍କରିଣୀରେ ଡଙ୍ଗା ଭସାଇଥିଲେ । ସନ୍ଧ୍ୟା ସମୟରେ ମନ୍ଦିର ଖୋଲିବା ପରେ ପୁଣି ଭକ୍ତଙ୍କ ସମାଗମ ହେବ ।''

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.