ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ୧୪୪ ଧାରା ଜାରି

author img

By

Published : Sep 21, 2022, 11:25 AM IST

ଜବରଦଖଲ ଉଚ୍ଛେଦ ସମୟରେ ଉତ୍ତେଜନା, ୧୪୪ ଧାରା ଜାରି

ଭଦ୍ରକରେ ଜବରଦଖଲ ଉଚ୍ଛେଦ ବେଳେ ବିରୋଧ । ପୋଲିସ ସହିତ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ୧୪୪ ଧାରା ଜାରି କରିଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ଭଦ୍ରକ: ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ ବେଳେ ବିରୋଧ । କେତେକ ସ୍ଥାନୀୟ ନେତା ଆରମ୍ଭରୁ ବିରୋଧ କରିବା ପରେ ସେମାନଙ୍କୁ ଅଟକ ରଖିଛି ପୋଲିସ । ତେବେ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ୧୪୪ ଧାରା ଜାରି କରିଲା ପ୍ରଶାସନ । ମଙ୍ଗଳବାର ମଧ୍ୟାହ୍ନରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ସେଠାରେ ୧୪୪ ଧାରା ଜାରି କରିଥିଲା ପ୍ରଶାସନ ।

ସୂଚନା ଅନୁସାରେ, ଭଦ୍ରକର ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଛି । ଏହି ସ୍ଥାନ ଗୁଡ଼ିକୁ ଖାଲି କରିବା ପାଇଁ ଅନେକ ଥର ସୂଚନା ଦିଆଯାଇଥିଲା । ତେବେ ଏଗୁଡ଼ିକ ମଙ୍ଗଳବାର ଉଚ୍ଛେଦ କରାଯିବ ବୋଲି ପୂର୍ବରୁ ଘୋଷଣା ସତ୍ତ୍ବେ ଦୋକାନ ଗୁଡିକ ଖୋଲା ରହିଥିଲା । ପ୍ରଶାସନ ଉଚ୍ଛେଦ କରିବା ପାଇଁ ପ୍ରୟାସ କରିବା ବେଳେ ଦୋକାନୀମାନେ ବିରୋଧ ପ୍ରଦର୍ଶନ କରିଥିଲେ ।

ଜବରଦଖଲ ଉଚ୍ଛେଦ ସମୟରେ ଉତ୍ତେଜନା, ୧୪୪ ଧାରା ଜାରି

ଏହି କାରଣରୁ ଜବରଦଖଲ ଉଚ୍ଛେଦ ହୋଇ ପାରିନଥିଲା । ଫଳରେ ଘଟଣା ସ୍ଥଳରେ ୧୪୪ ଧାରା ଜାରି କରି ପୁଣିଥରେ ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବ୍ୟାପକ ପୋଲିସ ମୁତୟନ ସହ ଉଚ୍ଛେଦ ଆରମ୍ଭ ବେଳେ କେତେକ ନେତା ବିରୋଧ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଥିବା ବେଳେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି । ଏହି ସମୟରେ ପୋଲିସ ସହ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ମଙ୍ଗଳବାର ମଧ୍ୟାହ୍ନରୁ ଆଜି (ବୁଧବାର) ସକାଳ ୮ଟା ପର୍ଯ୍ୟନ୍ତ ସେଠାରେ ୧୪୪ ଧାରା ଜାରି କରିଥିଲା ପ୍ରଶାସନ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.