ମୃତ ମାଆର ସତ୍କାର ପାଇଁ ମନାକଲା ପୁଅ, ସଂକଳ୍ପ ପରିବାର ହେଲା ସାହା

author img

By

Published : Sep 12, 2021, 8:42 AM IST

ମୃତ ମାଆର ସତ୍କାର ପାଇଁ ମନାକଳା ପୁଅ, ସଂକଳ୍ପ ପରିବାର ହେଲା ସାହା

ବଞ୍ଚିଥିବା ବେଳେ ତ ଦାୟିତ୍ବ ଭୁଲିଥିଲା ଏବେ ମାଆର ଶେଷ ସମୟରେ ବି ଆଡ ଆଖିରେ ଅନେଇଲା ନାହିଁ । ମୃତ୍ୟୁ ପରେ ବି ମାଆ ମୁହଁରେ ନିଆଁଟିକେ ଦେବାକୁ ଆସିଲା ନାହିଁ ଜନ୍ମ କଲା ପୁଅ । ଫଳରେ ୧୫ ଘଣ୍ଟା ପଡିରହିଲା ମୃତଦେହ । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲାରେ । ଅଧିକ ପଢନ୍ତୁ...

ବରଗଡ: ଯିଏ ଦୁଃଖ କଷ୍ଟ ସହି ପୁଅଟିକୁ ପାଳି ପୋଷି ବଡ କଲା ଶେଷ ସମୟରେ ବି ହାତ ଛାଡିଦେଲା ସେହି ପୁଅ । ବଞ୍ଚିଥିବା ବେଳେ ତ ଦାୟିତ୍ବ ଭୁଲିଥିଲା ଏବେ ମାଆରେ ଶେଷ ସମୟରେ ବି ଆଡ ଆଖିରେ ଅନେଇଲା ନାହିଁ । ମୃତ୍ୟୁ ପରେ ବି ମାଆ ମୁହଁରେ ନିଆଁଟିକେ ଦେବାକୁ ଆସିଲା ନାହିଁ ଜନ୍ମ କଲା ପୁଅ । ଫଳରେ ୧୫ ଘଣ୍ଟା ପଡିରହିଲା ମୃତଦେହ । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲାରେ ।

ମୃତ ମାଆର ସତ୍କାର ପାଇଁ ମନାକଳା ପୁଅ, ସଂକଳ୍ପ ପରିବାର ହେଲା ସାହା

ସୂଚନାଅନୁସାରେ,ବରଗଡ ସହର ପୁରୁଣା ବସ ଷ୍ଟାଣ୍ଡ ପଛପଟେ ଥିବା ଝୁପୁଡି ପଡ଼ାର 60 ବର୍ଷୀୟ ବୃଦ୍ଧା ମଳି ମିର୍ଧା ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ଥିଲେ । ଗତକାଲି(ଶନିବାର) ତାଙ୍କର ମୃତ୍ୟୁ ହୋଇଛି । ପାଖରେ ସ୍ବାମୀ ମୁକୁନ୍ଦ ମିର୍ଧା ଓ ଝିଅ ସଞ୍ଜୁ ଥିଲେ । ମାଆର ମୃତ୍ୟୁ ଖବର ଅନ୍ୟତ୍ର ରହୁଥିବା ପୁଅକୁ ଦେଇଥିଲେ । ଖବର ପାଇ ମଧ୍ୟ ପୁଅ ଆସିନଥିଲା । ନୂଆଁଖାଇ ଥିବାରୁ ସେ ଆସି ପାରିବେ ନାହିଁ ବୋଲି କହିଥିଲେ । ଦୀର୍ଘ ୧୫ ଘଣ୍ଟା ପଡରହିଥିଲା ମଳି ମିର୍ଧାଙ୍କ ମୃତଦେହ ।

ଏହାପରେ ନିରୁପାୟ ହୋଇ ପଡୋଶୀ ସଂକଳ୍ପ ସ୍ବଚ୍ଛାସେବୀ ପରିବାରରୁ ଖବର ଦେଇଥିଲେ । ଖବର ପାଇଁ ସଂକଳ୍ପ ପରିବାର ପହଞ୍ଚି ମୃତଦେହ ଉଦ୍ଧାର କରି ସଂକଳ୍ପ ରଥରେ ଜିରା ନଦୀ ତଟରେ ଥିବା ଶ୍ମଶାନରେ ସତ୍କାର କରିଥିଲେ । ଅସୁବିଧା ସମୟରେ ସଂକଳ୍ପ ପରିବାରର ଏପରି କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.