ଭାରସାମ୍ୟ ହରାଇ ଘରେ ପଶିଲା ଚଳନ୍ତା ଟ୍ରକ, ଡ୍ରାଇଭର ମୃତ

author img

By

Published : Sep 11, 2022, 9:16 AM IST

ଭାରସାମ୍ୟ ହରାଇ ଘରେ ପଶିଲା ଚଳନ୍ତା ଟ୍ରକ, ଡ୍ରାଇଭର ମୃତ

ଲୁହୁରାଚଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଚଳନ୍ତା ଟ୍ରକ । ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବରଗଡ: ଜିଲ୍ଲାରେ ଅଭାବନୀୟ ଘଟଣା, ଭାରସାମ୍ୟ ହରାଇ ଘରେ ପଶିଲା ଚଳନ୍ତା ଟ୍ରକ । ଘର ଭାଙ୍ଗିବା ସହ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ବରଗଡ ଜିଲ୍ଲାର ଲୁହୁରାଚଟି ନିକଟରେ । ମୃତ ଡ୍ରାଇଭରର ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସୋହେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭାରସାମ୍ୟ ହରାଇ ଘରେ ପଶିଲା ଚଳନ୍ତା ଟ୍ରକ, ଡ୍ରାଇଭର ମୃତ

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ରାୟପୁରରୁ ବରଗଡ଼ ପଟକୁ ଏକ ଲୁହା ବୋଝେଇ ଟ୍ରଲର ଆସୁଥିଲା । ହଠାତ ଲୁହୁରାଚଟି ନିକଟରେ ଟ୍ରଲର ସାମ୍ନାକୁ ଏକ ଗାଈ ଆସିଯିବାରୁ ଡ୍ରାଇଭର ଜଣଙ୍କ ହଠାତ୍‌ ଅନ୍ୟପଟକୁ ଗାଡ଼ି ନେଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର ପାର କରି ଏକ ଘର ମଧ୍ୟକୁ ପଶିଯାଇଥିଲା । ଫଳରେ ଘରର କାନ୍ଥ ଭାଙ୍ଗିବା ସହ ଡ୍ରାଇଭର ଜଣଙ୍କ ଟ୍ରକ ମଧ୍ୟରେ ଫସି ରହିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ତେବେ ମୃତ ଡ୍ରାଇଭରର ପରିଚୟ ମିଳିନଥିବା ବେଳେ ଏନେଇ ପୋଲିସ ତଦନ୍ତ କରୁଛି । ତେବେ ଦୁର୍ଘଟଣା ଯୋଗୁଁ ଭାଙ୍ଗିଥିବା ଘର ମଧ୍ୟରେ କେହି ନଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ବ୍ରିଟେନ କବଳରେ କୋହିନୂର ସମେତ ଅନେକ ମୂଲ୍ୟବାନ ପଦାର୍ଥ, ଫେରସ୍ତ ପାଇଁ ଉଠିଲା ଦାବି

ତେବେ ଜୁନ ୨୯ରେ ବରପାଲି ମେହେର ପଡ଼ା ନିକଟରେ ଟ୍ରକ ସହ ବସ ଧକ୍କା ହେବାରୁ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ବସରେ ପାଖାପାଖି 30 ଯାତ୍ରୀ ଥିବାବେଳେ କେହି ମୃତାହତ ହୋଇନଥିଲେ । ସମସ୍ତଙ୍କୁ ହସ୍ପିଚାଟାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ମେ ୨୩ ତାରିଖ ଦିନ ବରପାଲି ନିକଟସ୍ଥ ସରଣ୍ଡାପାଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.