ETV Bharat / state

ଜୀବନ ଯୁଦ୍ଧର ଶ୍ରେଷ୍ଠ ଯୋଦ୍ଧା, ସଫଳ ମହିଳା ଚାଷୀ ରାମବାଇ

author img

By

Published : Mar 7, 2019, 10:58 AM IST

ଅସୀମ ସହନଶୀଳତା ଏବଂ ଧର୍ଯ୍ୟର ପ୍ରତୀକ ହେଉଛି ନାରୀ । ନିଜର ସାହସ ଓ ଦୃଢଇଚ୍ଛା ଶକ୍ତି ବଳରେ ନାରୀ ଅନେକ କ୍ଷେତ୍ରରେ ପୁରୁଷ ଠାରୁ ଆଗରେ । ଘରେ-ବାହାରେ ସବୁଠି ସେ ସାବ୍ୟସ୍ତ କରିଦେଇଛି ଯେ, ପୁରୁଷ ଠାରୁ କୌଣସି ଗୁଣରେ କମ ନୁହେଁ ସେ। ଏପରିକି କୃଷି କ୍ଷେତ୍ରରେ ମଧ୍ୟ ନିଜକୁ ପ୍ରମାଣିତ କରି ସଫଳତା ସାଉଣ୍ଟୁଛି ଆଜିର ନାରୀ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବରଗଡର ସଫଳ ମହିଳା ଚାଷୀ ରାମବାଇ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ନାରୀ ଜାତି ପାଇଁ ଉଦାହରଣ ମଣିଷଟିଏ ।ପ୍ରତିକୂଳ ପରିସ୍ଥିତି ଏବଂ ତମାମ ସାମାଜିକ ପ୍ରତିବନ୍ଧନକୁ ହଟାଇ ନିଜ ଗୋଡରେ ନିଜେ ଠିଆ ହୋଇ ସ୍ୱାବଲମ୍ବୀର ସଜ୍ଞା ବଦଳାଇ ଦେଇଛନ୍ତି ସେ । ସେ ଆଉ କେହି ନୁହେଁ, ସେ ହେଉଛନ୍ତି ସଫଳ ଚାଷୀ ରାମବାଇ। ଏପରିକି ପ୍ରେରଣାର ଉତ୍ସ ସାଜିବା ସହିତ ହୋଇ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ରାମବାଇ।

ବରଗଡ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଜଣେ ୪୫ ବର୍ଷର ମହିଳା ଚାଷୀ ଯିଏକି ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଅନ୍ୟ ଚାଷୀଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି । ମାତ୍ର ଅଢେଇ ଏକର ଭାଗ ଜମିରେ ପନିପରିବା ଚାଷକରି ନିଜର ପରିବାର ପ୍ରତିପୋଷଣ କରିବା ସହ ଚାଷୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ରାମବାଇଙ୍କ ମନରେ ଭରି ରହିଛି ସାହସ ଓ ସ୍ଵାଭିମାନ । ଛୋଟ ବେଳୁ ବାପ ଛେଉଣ୍ଡ ରାମବାଇ ବିବାହ କରି ସୁଖର ସଂସାର କରିବା ପାଇଁ ସ୍ୱପ୍ନ ଦେଖିଥିଲେ । ସ୍ୱାମୀଙ୍କ ମୃତ୍ୟୁପରେ ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା। ତଥାପି ଜୀବନ ଯୁଦ୍ଧରେ ଭାଙ୍ଗି ପଡ଼ି ନଥିଲେ ରାମବାଈ । ଝିଅ ଜନ୍ମ କରିଥିବାରୁ ଶାଶୁ ଘର ମୁହଁ ଫେରାଇ ନେଲେ, ସାବତ ବାପା ମଧ୍ୟ ପର କରି ଦେଲେ ତାଙ୍କୁ । ଅର୍ଥାଭାବରୁ ଟାଇଫଏଡରୁ ବଞ୍ଚାଇ ପାରିଲେ ନାହି ରାମବାଇ ତାଙ୍କର ବଡ ଝିଅକୁ । ରାମବାଇଙ୍କ ସାବତ ବାପା କୁଆଡେ ଚାଲିଯିବାରୁ ରାମବାଇଙ୍କ ମୁଣ୍ଡ ଉପରେ ପଡିଥିଲା ରୋଗିଣା ମାଁ ଓ ସାନ ଝିଅର ଦାୟିତ୍ୱ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ରାମବାଇଙ୍କ ପାଖରେ ନା ଥିଲା ନିଜର ଜମି ନା ସେ ଶିଖିଥିଲେ ଚାଷକାମ ତଥାପି ମଧ୍ୟ ପରିବାର ପୋଷଣ ପାଇଁ ଅନ୍ୟ ଉପାୟ ନପାଇ ଆରମ୍ଭ କରିଥିଲେ ଚାଷ । ପାଖ ପଡୋଶୀଙ୍କ ଚାଷକାମକୁ ନିରୀକ୍ଷଣ କରି ଭାଗଚାଷରେ ଅଧ ଏକର ଜମିରୁ ପରିବା ଚାଷ ଆରମ୍ଭ କରିଥିଲେ ରାମବାଇ। ଚାଷକାମ ଶିଖିନଥିଲେ ମଧ୍ୟ ଧିରେ ଧିରେ ଦୁଇ ଏକର ଭାଗ ଜମିରେ ପରିବା ଚାଷ କରି ଅନ୍ୟ ଉପରେ ନିର୍ଭର ନକରି ନିଜ ରାଜଗାର ପନ୍ଥା ନିଜେ ବାଛି ନେଇଥିଲେ ସେ । ପନିପରିବା ଚାଷ ସହ ତାଙ୍କର ସଂପର୍କ ଏବେ ଏତେ ନିବିଡ଼ ଯେ ସେ କୋବି, ବାଇଗଣ, ଲଙ୍କା, ପୋଟଳ ଚାଷରେ ସେ ପାରଙ୍ଗମ ହୋଇଯାଇଛନ୍ତି । ଜଣେ ସଫଳ ଚାଷୀ ଭାବେ ରାମବାଇଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇଛି ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚାଷୀ ସମାବେଶରେ ରାମବାଇଙ୍କୁ ସମ୍ମାନିତ କରିଛନ୍ତି । ରାମବାଇଙ୍କ ଧର୍ଯ୍ୟ ଓ ସଂଘର୍ଷକୁ ସମ୍ମାନ ଜଣାଇ ରାଜ୍ୟ ତଥା ରାଜ୍ୟ ବାହାରୁ ତାଙ୍କୁ ବହୁ ସଙ୍ଗଠନ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଛି ।

ଚାଷୀ ଦେଶକୁ ଅନ୍ନ ଯୋଗାଇ ଥାଏ ଆଉ ଚାଷୀ ଯଦି ଆତ୍ମହତ୍ୟାର ବାଟ ବାଛିନେବ ତାହେଲେ ଦେଶର ଦୁଖଃ କିଏ ବୁଝିବ ବୋଲି କୁହନ୍ତି ରାମବାଇ । ପାଠପଢ଼ି ନାହାନ୍ତି ରାମବାଇ କିନ୍ତୁ ତାଙ୍କ ବିଚାରଧାରା ତାଙ୍କୁ ସମ୍ମାନର ଅଧିକାରୀ କରିଛି । ସ୍କୁଲ ଯାଇ ପାରି ନଥିବାର ଅବସୋସ କରନ୍ତି ସେ ସବୁବେଳେ । ତେଣୁ ଝିଅକୁ ପାଠ ପଢ଼ାଇ ଭଲ ମଣିଷ କରବା ପାଇଁ ସ୍ଥିର କରିଛନ୍ତି ରାମବାଇ । ଏମିତି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ରାମବାଇଙ୍କ ଜୀବନ ସଂଗ୍ରାମ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ସହ ଚାଷୀକୂଳ ପାଇଁ ପ୍ରେରଣାର ଉତ୍ସ ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ଅଲୋଡା ଶିଶୁଙ୍କ ପାଇଁ ନୁହେଁ ଅଳିଆ ଗଦା,
ପ୍ରଶାସନ କରିଛି ସୁରକ୍ଷା ଦୋଳିର ବ୍ଯବସ୍ଥା

ଏଣିକି କମିବ ଅଲୋଡା ଶିଶୁ ମୃତ୍ଯ ହାର। କାରଣ ଅଲୋଡା ଶିଶୁଙ୍କୁ ଏଣେ ତେଣେ ନଫିଙ୍ଗିବାକୁ ଆରମ୍ଭ ହୋଇଛି ସଚେତନତା। ଜଙ୍ଗଲି ଜନ୍ତୁୁ ବା ପଶୁଙ୍କ ମୁହଁରେ ନଫିଙ୍ଗି ସୁରକ୍ଷା ଦୋଳିରେ ରଖିବାକୁ ଆରମ୍ଭ କରାଯାଇଛି ବ୍ଯବସ୍ଥା। ପାପସମ୍ପର୍କ ବା ଅଲୋଡା ଶିଶୁ କନ୍ଯାଙ୍କୁ ମରଣ ମୁହଁଙ୍କୁ ନଠେଲି ସେମାନଙ୍କ ଜିବନ ବଂଚାଇବାକୁ ଆରମ୍ଭ କରାଯାଇଛି ସୁରକ୍ଷା ଦୋଳିର ବ୍ଯବସ୍ଥା। ଯାହାକି କ୍ଯାପିଟାଲ ହସପିଟାଲର ପରିସରରେ ଏହାକୁ ଲଗାଯାଇଛି। ଯାଦ୍ବାରା ଅନେକ ସମୟରେ ଅନେକ ଲୋକ ଅଲୋଡା ଶିଶୁଙ୍କୁ ଡଷ୍ଟବିନ ବା ଅଳିଆ ଗଦାରେ ଫିଙ୍ଗି ଦେଉଥିଲେ । ନିରିହ ଜିବନ ଟି ଅକାଳରେ ହରାଉଥିଲା ପ୍ରାଣ । ତେବେ ଏଭଳି ସମସ୍ଯାକୁ ରୋକିବାକୁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ତେବେ ଆଗକୁ ଏନେଇ ଅଧିକ ସଚେତନତା କରାଯିବା ସହ ଅନେକ ସ୍ଥାନରେ ସୁରକ୍ଷା ଦୋଳିର ବ୍ଯବସ୍ଥା କରିବାକୁ ଯୋଜନା କରାଯାଇଛି।ତେବେ ଏଭଳି ଅପରାଧ କରୁଥିବା ଅପରାଧି ଚାହିଲେ ନିଜ କୁଆରି ମାତୃତ୍ବ ପରିଚୟ ଦେଇ ବଂଚାଇ ପାରିବେ ନିରିହ ଜିବନ। ଏଥିପାଇଁ ମୁଣ୍ଡାଇବାକୁ ପଡିବନି ନିନ୍ଦାଅପମାନ। ନଚେତ ଏଣେତେଣେ ଫିଙ୍ଗିଲେ ଲାଗିପାରେ ୩୦୭ ଭଳି ଜାମିନ ବିହିନ ଦଫା।
ବାଇଟ-ବେଣୁଧର ସେନାପତି,ଚାଇଲଡ ଲାଇନ ସଦସ୍ଯ

ଭିଜୁଆଲ ହ୍ବାଟସପରେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.