ETV Bharat / state

ପରିତ୍ୟକ୍ତ କୂଅରୁ ନାବଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ

author img

By

Published : May 3, 2021, 6:21 PM IST

ବିଜେପୁର ଥାନା ଅନ୍ତର୍ଗତ ଖରମୁଣ୍ତା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ବିଜେପୁର ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

minor girls deadboy recue in well in padampur of bargarh
ପରିତ୍ୟକ୍ତ କୂଅରୁ ନାବଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ

ବରଗଡ: ନିଖୋଜ ନାବାଳିକାଙ୍କ ମୃତଦେହ ପରିତ୍ୟକ୍ତ କୂଅରୁ ଉଦ୍ଧାର । ସୋମବାର ସକାଳୁ ବିଜେପୁର ଥାନା ଅନ୍ତର୍ଗତ ଖରମୁଣ୍ତା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ବିଜେପୁର ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ପରିତ୍ୟକ୍ତ କୂଅରୁ ନାବଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ

ସୂଚନା ଅନୁଯାୟୀ, ଖରମୁଣ୍ତା ଗ୍ରାମର ତେଜରାଜ ପୋଢଙ୍କ ୧୬ ବର୍ଷୀୟା ନାବାଳିକା ଝିଅ ଏପ୍ରିଲ ୧ ତାରିଖ ଠାରୁ ନିଖୋଜ ଥିଲେ । ଏ ନେଇ ତେଜରାଜ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୋମବାର ସକାଳେ ଗ୍ରାମର ଏକ କୂଅରୁ ନାବାଳିକା ଝିଅର ମୃତଦେହ ଦେଖିବାକୁ ମିଳିଥିଲା । ଗ୍ରାମବାସୀ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳକୁ ବିଜେପୁର ପୋଲିସ ପହଞ୍ଚି ତଦନ୍ତ ଚାଲିଛି ଏବଂ ଅଗ୍ନିଶମ ବିଭାଗ ସହାୟତାରେ ପରିତ୍ୟକ୍ତ କୂଅରୁ ମୃତ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ବିଜେପୁର ଥାନା ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ହତ୍ୟାକାଣ୍ଡ ସନ୍ଦେହରେ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ପଦ୍ମପୁର ଏସଡିପିଓ ପ୍ରକାଶ କରିଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.