‘କଟକ weds ସମ୍ବଲପୁର’ ର ହେଲା ଶୁଭ ମହୁରତ୍‌

author img

By

Published : Jul 15, 2021, 8:46 PM IST

mahurat of odia film, cuttcak weds sambalpur film,  bargarh news, କଟକ weds ସମ୍ବଲପୁର, ବରଗଡ଼ ଜିଲ୍ଲା ମିଲନ ମଣ୍ଡପ, ଶୁଭ ମହୁରତ୍‌

ଓଡ଼ିଆ ଚଳଚ୍ଚିତ୍ର ‘‘କଟକ weds ସମ୍ବଲପୁର’’ ର ଶୁଭ ମହୁରତ୍ ବରଗଡ଼ ଜିଲ୍ଲା ମିଲନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ...

ବରଗଡ଼: ଓଡ଼ିଆ ଚଳଚ୍ଚିତ୍ର ‘‘କଟକ weds ସମ୍ବଲପୁର’’ ର ଶୁଭ ମହୁରତ୍ କାର୍ଯ୍ୟକ୍ରମ ସ୍ଥାନୀୟ ମିଲନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଭୟ କେ. ତମନ୍ନା ଏବଂ ରମେଶ ବାରିକଙ୍କ ମିଳିତ ପ୍ରଯୋଜନା ଓ ବାପ୍ପି ଡେଭିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏଇ ସିନେମାର ଶୁଭ ମହୁରତ ଅବସରରେ ଲୋକକବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

‘କଟକ weds ସମ୍ବଲପୁର’ ର ହେଲା ଶୁଭ ମହୁରତ୍‌

ଏହି ଅବସରରେ ଓଡି଼ଆ ସିନେମା ଜଗତର ବରିଷ୍ଠ କଳାକାର ପୃଥ୍ବୀରାଜ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ କଳାକାର ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଓଡି଼ଶାର ପଶ୍ଚିମାଞ୍ଚଳ ଏବଂ ପୂର୍ବାଞ୍ଚଳ ଭିତରେ ଦୀର୍ଘ ବର୍ଷରୁ ଲାଗି ରହିଥିବା ଅନ୍ତର୍ଦ୍ଵନ୍ଦ ଏବଂ ଶୀତଳ ଯୁଦ୍ଧକୁ ଦୂର କରିବାର ପ୍ରୟାସ କରି ଏକ କାହାଣୀ ମାଧ୍ୟମରେ ଭାଇଚାରା ସୃଷ୍ଟି କରିବା ସହ ପ୍ରେମ ସମ୍ପର୍କ ଯୋଡିବା ଏବଂ ସମାଜକୁ ଏକ ନୂତନ ବାର୍ତ୍ତା ଦେବା ହେଉଛି ଏହି ସିନେମାର ମୂଳ ଉଦ୍ଦେଶ୍ୟ ବୋଲି ମତ ଦେଇଥିଲେ ପୃଥ୍ବୀରାଜ।

ତେବେ ପୂର୍ବ ଓଡି଼ଶା ଏବଂ ପଶ୍ଚିମ ଓଡି଼ଶାବାସୀଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବାକୁ ଯାଇ ଯେଉଁ ମହତ ଉଦ୍ଦେଶ୍ୟରେ ଏହି ଓଡି଼ଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, ତାହାର ଶୁଭ ମହୁରତ ହୋଇଯାଇଛି । ଏହି ସିନେମାର ସୁଟିଂ ମଧ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଯିବ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.