ବରଗଡ଼ ହସ୍ପିଟାଲରେ ମିଳିଲାନି ମହାପ୍ରଣାୟ ଗାଡି, ଡାଲା ଅଟୋରେ ମୃତଦେହ ନେଲେ ସମ୍ପର୍କୀୟ

author img

By

Published : Sep 10, 2021, 11:32 AM IST

ବରଗଡ଼ ହସ୍ପିଟାଲର ଚରମ ଅବହେଳା

ବରଗଡ଼ ହସ୍ପିଟାଲର ଚରମ ଅବହେଳା । ମୃତଦେହକୁ ନେବାକୁ ଦେଲାନାହିଁ ମହାପ୍ରଣାୟ ଗାଡି । ଶେଷରେ ଡାଲା ଅଟୋରେ ମୃତଦେହ ନେଲେ ସମ୍ପର୍କୀୟ । ଅଧିକ ପଢନ୍ତୁ...

ବରଗଡ: ମୃତଦେହକୁ ନେବାକୁ ମିଳିଲାନି ମହାପ୍ରଣାୟ ଗାଡି । ଶେଷରେ ଡାଲା ଅଟୋରେ ମୃତଦେହ ନେଲେ ସମ୍ପର୍କୀୟ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ । ଗତକାଲି ପ୍ରଧାନ ପାଳି ଗ୍ରାମର ନିରାକାର ପ୍ରଧାନ ନାମକ ଜଣେ ବ୍ୟକ୍ତି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ବ୍ୟବଚ୍ଛେଦ ପରେ ମୃତଦେହକୁ ନେବା ପାଇଁ ଡାକ୍ତରଖାନା ପକ୍ଷରୁ ମହାପ୍ରଣାୟ ଗାଡି ପ୍ରଦାନ କରାଯାଇନଥିଲା । ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ମୃତ ବ୍ୟକ୍ତିଙ୍କୁ ଏକ ଡାଲା ଅଟୋରେ ନିଜ ଗାଁକୁ ନେଇଥିଲେ ।

ବରଗଡ଼ ହସ୍ପିଟାଲର ଚରମ ଅବହେଳା

ତେବେ କେବଳ ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ହସ୍ପିଟାଲ ପକ୍ଷରୁ ଅନେକ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଥିଲେ ବି ଏନେଇ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯଦି ଅସୁବିଧା ଯଥା ଶୀଘ୍ର ସମାଧାନ ନହୁଏ ତେବେ ଆଗକୁ ଏନେଇ ଆନ୍ଦୋଳନ କରାଯିବ ବୋଲି ବରଗଡର ବୁଦ୍ଧିଜୀବୀ ମାନେ ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.