ETV Bharat / state

ପୂଜା ମଣ୍ଡପରେ ଡାକ୍ତର ଦେଖାଇଲେ ଭକ୍ତି, ବଜାଇଲେ ମା’ଙ୍କ ଆଳତୀ ବାଦ୍ୟ

author img

By

Published : Oct 28, 2020, 7:18 PM IST

ବରଗଡର ଦଶହରା ପୂଜା ମଣ୍ଡପରେ ଡାକ୍ତର ଦେଖାଇଲେ ଭକ୍ତି । ସନ୍ଧ୍ୟା ଆଳତି ସମୟରେ ଡାକ୍ତର ଜଣକ ନିଜକୁ ଅଟକାଇ ନପାରି ମା’ଙ୍କ ସନ୍ଧ୍ୟା ଆଳତି ବାଦ୍ୟ ବଜାଇଥିଲେ । ଅଧିକ ପଢନ୍ତୁ...

ପୂଜା ମଣ୍ଡପରେ ଡାକ୍ତର ଦେଖାଇଲେ ଭକ୍ତି , ବଜାଇଲେ ମାଁଙ୍କ ଆଳତୀ ବାଦ୍ୟ
ପୂଜା ମଣ୍ଡପରେ ଡାକ୍ତର ଦେଖାଇଲେ ଭକ୍ତି , ବଜାଇଲେ ମାଁଙ୍କ ଆଳତୀ ବାଦ୍ୟ

ବରଗଡ: ପୂଜା ମଣ୍ଡପରେ ଡାକ୍ତର ଦେଖାଇଲେ ଭକ୍ତି । ଜଣେ ଡାକ୍ତର ମା’ଙ୍କ ଆଳତୀ ବାଦ୍ୟ ବଜାଇ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡର ଦଶହରା ମଣ୍ଡପରେ । ଜଣେ ଡାକ୍ତର ଦେବୀ ମା’ ଦୁର୍ଗାଙ୍କ ଦର୍ଶନ କରିବାକୁ ଆସି ସର୍ବସମ୍ମୁଖରେ ଏପରି ବାଜା ବଜାଇବା ସ୍ଥାନୀୟ ଲୋକଙ୍କୁ ଆଚମ୍ବିତ କରିପକାଇଛନ୍ତି ।

ପୂଜା ମଣ୍ଡପରେ ଡାକ୍ତର ଦେଖାଇଲେ ଭକ୍ତି , ବଜାଇଲେ ମାଁଙ୍କ ଆଳତୀ ବାଦ୍ୟ

ସମାଜସେବୀ ଡାକ୍ତର ତଥା ସାଇକୃପା ହସ୍ପିଟାଲର ମାଲିକ ଡ଼ା ରାଜେଶ ତ୍ରିପାଠୀ ମା’ ଦୁର୍ଗାଙ୍କ ଦର୍ଶନ କରିବାକୁ ଆସିଥିଲେ । ସନ୍ଧ୍ୟା ଆଳତି ସମୟରେ ଡାକ୍ତର ଜଣକ ନିଜକୁ ଅଟକାଇ ନପାରି ଡାକ୍ତର ମା’ଙ୍କ ସନ୍ଧ୍ୟା ଆଳତିରେ ବାଦ୍ୟକ ହୋଇପଡିଥିଲେ । ସେ ନିଜେ ସନ୍ଧ୍ୟା ଆଳତି ସମୟରେ ମା’ଙ୍କ ଆଳତି ବାଦ୍ୟ ବଜାଇଥିଲେ । ତାଙ୍କ ବାଦ୍ୟ ବଜାଉଥିବା ଘଟଣାର ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ ଜମିଯାଇଥିଲା । ସ୍ଥାନୀୟ ଲୋକେ ମୋବାଇଲରେ ଡାକ୍ତରଙ୍କ ଏହି ଦୃଶ୍ୟର ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ।

ଦୁର୍ଗା ମା’ଙ୍କ ପ୍ରତି ଡାକ୍ତର ରାଜେଶ ତ୍ରିପାଠୀଙ୍କ କେତେ ଭକ୍ତି ରହିଛି ତାହା ଡାକ୍ତରଙ୍କ ଏପରି କାର୍ଯ୍ୟରୁ ଜଣାପଡି ଯାଇଥିଲା | ସେ ଜଣେ ଡାକ୍ତର ହେଲେ ମଧ୍ୟ ମା’ ଦୁର୍ଗାଙ୍କ ସମ୍ମୁଖରେ ସେ କେବଳ ଜଣେ ଭକ୍ତ ବୋଲି ପ୍ରମାଣିତ କରିଦେଇଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.