Padampur Bypoll: ବର୍ଷାଙ୍କ ଜାତିକୁ ନେଇ ଆକ୍ଷେପ କଲେ ଜୁଏଲ ଓରାମ

author img

By

Published : Dec 2, 2022, 7:45 AM IST

Updated : Dec 2, 2022, 7:57 AM IST

Padampur Bypoll: ବର୍ଷାଙ୍କ ଜାତିକୁ ନେଇ ଆକ୍ଷେପ କଲେ ଜୁଏଲ ଓରାମ

ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଲାଗି ରହିଛି ବୟାନବାଜି । ବିଜେଡି ପ୍ରାର୍ଥୀ ବର୍ଷାଙ୍କ ଜାତି ଓ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ କଲେ ଜୁଏଲ ଓରାମ । ଅଧିକ ପଢନ୍ତୁ

ବରଗଡ: ଦୁଇ ଦିନ ପରେ ପଦ୍ମପୁର ଉପନିର୍ବାଚନ(Padampur Bypoll) ଥିବାବେଳେ ଜୋରଦାର ପ୍ରଚାର କରୁଛନ୍ତି ତିନି ଦଳର ନେତା । ମାଳ ମାଳ ଜନସଭା ସାଙ୍ଗକୁ ରୋଡ ସୋ' ଚାଲିଛି । ଏସବୁ ଭିତରେ ବିଜେଡି ଓ ବିଜେପି ଦଳର ନେତାମାନଙ୍କ ମଧ୍ୟରେ ବୟାନବାଜି ଥମିବାର ନାଁ ନେଉନାହିଁ । ଉଭୟ ଦଳର ନେତାମାନେ ପରସ୍ପର ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଉଛନ୍ତି । ଏପରିକି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଜାତି ଓ ବ୍ୟକ୍ତିଗତ ଜୀବନକୁ ନେଇ ବିଜେପି ନେତା(Jual Oram attacks BJD candidate Barsha Singh) ଆକ୍ଷେପ କରୁଥିବା ଦେଖାଯାଇଛି । ଏକ ସାଧାରଣ ସଭାରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବର୍ଷାଙ୍କୁ ଆକ୍ଷେପ କରିଛନ୍ତି ।

Padampur Bypoll: ବର୍ଷାଙ୍କ ଜାତିକୁ ନେଇ ଆକ୍ଷେପ କଲେ ଜୁଏଲ ଓରାମ

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ସାଂସଦ ଜୁଏଲ ଓରାମ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ । ଗତକାଲି(ଗୁରୁବାର) ଝାରବନ୍ଧ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ସୁନ୍ଦର ସାଂସଦ ଓରାମ୍ ଉଦବୋଧନ ଦେଇ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘‘ହାତୀ ଠାରୁ ବଡ ହେଉଛି ଜାତି । ବର୍ଷା ସିଂ ବରିହା କାହାକୁ ବିବାହ କରିଛନ୍ତି ? ବାହାଘର ପରେ ବର୍ଷ ସିଂ ବରିହା ଆଦିବାସୀ କି ନୁହେଁ । ସତ୍ୟବାଦୀ ବିଜେପି ନେତା ରମାରଞ୍ଜନ ବଳିଆର ସିଂଙ୍କ ବୋହୂ ହେବା ପରେ ସେ ଏବେ କ'ଣ ଆଦିବାସୀ ସମ୍ପ୍ରଦାୟର ? ବିବାହ ପରେ ବର୍ଷା ଆଉ ସିଂ ବରିହା ହୋଇନାହାନ୍ତି ବରଂ ବଳିୟାର ସିଂ ହୋଇଯାଇଛନ୍ତି । ଯିଏ ଜାତିର ନୁହେଁ ସେ ପାର୍ଟିର କେମିତି ହେବ ? ମାଟିର କେମିତି ହେବ ।'' ଏପରି କହି ସାଂସଦ ଆକ୍ଷେପ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Padmapur Bypoll: ଅପପ୍ରଚାରକୁ ନେଇ ବିଜେପି ଉପରେ ବର୍ଷିଲେ ବର୍ଷା

ଆହୁରିମଧ୍ୟ ବିଜେଡି ପ୍ରାର୍ଥୀ ବର୍ଷା ପ୍ରଚାର ସମୟରେ କାନ୍ଦିବାକୁ ନେଇ ମଧ୍ୟ ଜୁଏଲ ଓରାମ ତାଙ୍କ ବ୍ୟକ୍ତିଗତ ଜୀବନ ଉଠାଇ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ''ବର୍ଷା ତାଙ୍କ ବାପାଙ୍କ ପରି ଅନ୍ୟ ଜାତିରେ ପ୍ରେମ ବିବାହ କରିଛନ୍ତି । ସେ ଶାଶୁଘରକୁ ବିଦା ବେଳେ କାନ୍ଦି ନଥିଲେ ବୋଲି ଏବେ କାନ୍ଦି ତାହା ପୂରଣ କରୁଛନ୍ତି ।'' ଉପନିର୍ବାଚନରେ ଆରୋପ ପ୍ରତ୍ୟାରୋପ ସହ ଏପରି ବୟାନ ବାଜି ନେଇ ପଦ୍ମପୁର ରାଜନୀତି ସରଗରମ ରହିଛି ।

ଇଟିଭି ଭାରତ, ବରଗଡ

Last Updated :Dec 2, 2022, 7:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.