ଗୋଲ୍ଡେନ ବଏ ପ୍ରମୋଦକୁ ନିଆରା ଢଙ୍ଗରେ ସ୍ୱାଗତ

author img

By

Published : Sep 24, 2021, 10:29 PM IST

bargarh sankalp paribar felicitation to  golden boy pramod bhagat

ବରଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ସଂକଳ୍ପ ପରିବାର ନିଆରା ଢ଼ଙ୍ଗରେ ସୁନାପୁଅ ପ୍ରମୋଦଙ୍କୁ ସ୍ବାଗତ କରିଛି । ଅଧିକ ପଢନ୍ତୁ...

ବରଗଡ: ଟୋକିଓ ପାରାଅଲମ୍ପିକରେ ସ୍ବର୍ଣ୍ଣ ବିଜେତା ଗୋଲ୍ଡେନ ବଏ ପ୍ରମୋଦ ଭଗତଙ୍କ ପାଇଁ ସାରା ବିଶ୍ବ ଉତ୍ସାହିତ ଥିବା ବେଳେ ଜନ୍ମମାଟି ବରଗଡ଼ରେ ମଧ୍ୟ ବିପୁଳ ସ୍ବାଗତ ଦିଆଯାଇଛି । ବରଗଡ଼ର ସ୍ବେଛାସେବୀ ସଙ୍ଗଠନ ସଂକଳ୍ପ ପରିବାର ନିଆରା ଢ଼ଙ୍ଗରେ ସୁନାପୁଅ ପ୍ରମୋଦଙ୍କୁ ସ୍ବାଗତ କରିଛି । ସହରର ବିଜୁପଟ୍ଟନାୟକ ଟାଉନ ହଲ ଠାରେ ରକ୍ତଦାନ ମହତ ଦାନ ଭଳି ବାର୍ତ୍ତା ଦେଇ ସଂକଳ୍ପ ପରିବାର ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଗୋଲଡେନ ବଏ ପ୍ରମୋଦକୁ ନିଆରା ଢଙ୍ଗରେ ସ୍ୱାଗତ କଲା ସଂକଳ୍ପ ପରିବାର

ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଉତ୍ସର୍ଗୀକୃତ କରି ରକ୍ତଦାନ କରିଛନ୍ତି ବରଗଡ଼ର ବହୁ ରକ୍ତଦାତା । ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପ୍ରଥମେ ଫିତାକାଟି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦଘାଟନ କରିଥିବାବେଳେ ରକ୍ତର ଅଭାବକୁ ଦୂରକରିବା ପାଇଁ ରକ୍ତଦାନ ଶିବିର ମାଧ୍ୟମରେ ଯୁବପିଢ଼ି ଆଗକୁ ଆସିବାପାଇଁ ସୁନାପୁଅ ଆହ୍ବାନ କରିଥିଲେ । ଏହାସହ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାରକୁ ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ପଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରୀ ଯୋଗଦେଇ ସଂକଲ୍ପ ପରିବାର ସହ ସମସ୍ତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ତେବେ ଆଜିର ଏହି ରକ୍ତଦାନ ଶିବିରରେ ସମୁଦାୟ 51 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ବରଗଡ଼ ଟାଉନ ଥାନାର ଏସଆଇ ସମ୍ୟକାନ୍ତ ବଳିଆର ସିଂ ଏବଂ ହୋମଗାର୍ଡ ଦୀପକ ସେଠ ରକ୍ତଦାନ କରିଥିଲେ । 4 ଜଣ ମହିଳାଙ୍କ ସହିତ 5 ଜଣ ସାମ୍ବାଦିକ ଉକ୍ତ ଶିବିରରେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରକୁ ସଂକଲ୍ପ ପରିବାରର ସଭାପତି ରୋହିତ ଜୟସ୍ବାଲ ଓ ବିକାଶ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂକଳ୍ପ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ସଂକଳ୍ପ ପରିବାରର ସଭାପତି ରୋହିତ ଜୟସ୍ବାଲ ଧନ୍ୟବାଦ ଦେଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.