ଗାଁକୁ ନାହିଁ ରାସ୍ତା, ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

author img

By

Published : Oct 6, 2021, 8:13 AM IST

ambulance employee take to patient in bargarh

ଆମ୍ବୁଲାନ୍ସ କର୍ମଚାରୀ ଦେଖାଇଲେ ମାନବିକତା । ଶୋଚନୀୟ ରାସ୍ତାରେ 1 କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ରୋଗୀଙ୍କୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ଅଧିକ ପଢନ୍ତୁ...

ବରଗଡ: ଆମ୍ବୁଲାନ୍ସ କର୍ମଚାରୀ ଦେଖାଇଲେ ମାନବିକତା । ଶୋଚନୀୟ ରାସ୍ତାରେ 1 କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ରୋଗୀଙ୍କୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଞ୍ଚାୟତ ନୁହୁରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ରୋଗୀଙ୍କ ନିକଟକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଖଟିଆରେ ରୋଗୀଙ୍କୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ ।

ଗାଁକୁ ନାହିଁ ରାସ୍ତା ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ଆମ୍ବୁଲାନ୍ସ କର୍ମଚାରୀ

ବର୍ତ୍ତମାନ ମଧ୍ୟ ଏମିତି କିଛି ସ୍ଥାନ ରହି ଯାଇଛି ଯେଉଁ ସ୍ଥାନକୁ ଗମନାଗମନର ସୁବିଧା ହୋଇପାରିନାହିଁ , ଯାହା ଦ୍ଵାରା ଲୋକମାନେ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଲି ଏକ ଚିତ୍ର ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଂଚାୟତରୁ । ନୁହୁରିପଡା ଗ୍ରାମର ସୁବାସିନି ପାଇକଙ୍କ ଦେହ ହଠାତ ଅସୁସ୍ଥ ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଘର ପାଖକୁ ଯାଇପାରିନଥିଲା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଉଦ୍ଧବ ଷଣ୍ଡ, ଫାର୍ମାସିଷ୍ଟ ଗୋକୁଳାନ, ହେଲପର ସୁଶିଲ କୁମ୍ଭାର ରୋଗୀଣା ସୁବାସିନିଙ୍କୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହିକି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେଇଥିଲେ।

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.