ଟିଉସନ ଯିବାବେଳେ ଗଛ ତଳେ ଚାପିହେଲେ ଛାତ୍ର, ଉଦ୍ଧାର କଲା ଅଗ୍ନିଶମ ବିଭାଗ

author img

By

Published : Sep 22, 2021, 2:30 PM IST

ଟିଉସନ ଯାଉଥିବା ଗଛ ତଳେ ଚାପିହୋଇଗଲେ 9 ବର୍ଷର ଛାତ୍ର

ଟିଉସନ ଯାଉଥିବା ବେଳେ 9 ବର୍ଷର ଛାତ୍ରଙ୍କ ଉପରେ ପଡିଗଲା ଆମ୍ବଗଛ । ଛାତ୍ର ଜଣକ ଆମ୍ବଗଛ ଡାଳ ତଳେ ଚାପିହୋଇ ରହିଥିବା ବେଳେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ଗଛର ଡାଳ କାଟି ଛାତ୍ର ଜଣଙ୍କୁ ଉଦ୍ଧାର କରିଛି । ଅଧିକ ପଢ଼ନ୍ତୁ...

ବରଗଡ଼: ଟିଉସନ ଯାଉଥିବା ବେଳେ 9 ବର୍ଷର ଛାତ୍ରଙ୍କ ଉପରେ ପଡିଗଲା ଆମ୍ବଗଛ । ଛାତ୍ର ଜଣକ ଆମ୍ବଗଛ ଡାଳ ତଳେ ଚାପିହୋଇ ରହିଥିବା ବେଳେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛର ଡାଳ କାଟି ଛାତ୍ର ଜଣଙ୍କୁ ଉଦ୍ଧାର କରିଛି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସେ ସୁସ୍ଥ ରହିଥିବା ଜଣାପଡ଼ିଛି ।

ଟିଉସନ ଯାଉଥିବା ଗଛ ତଳେ ଚାପିହୋଇଗଲେ 9 ବର୍ଷର ଛାତ୍ର

ଆମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଢିପାଳି ଗ୍ରାମର ଉମାଶଙ୍କର ଖେଡିଆ ନାମକ 9 ବର୍ଷର ଛାତ୍ର ଆଜି(ସୋମବାର) ସକାଳୁ ଟିଉସନ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଆମ୍ବଘଛ ଅଚାନକ ଭାଙ୍ଗି ଯାଇଥିଲା । ଛାତ୍ର ଜଣକ ଆମ୍ବ ଗଛ ତଳେ ଚାପି ହୋଇ ରହିଯାଇଥିଲେ । ଗଛ ପଡ଼ିବା ପରେ ଛାତ୍ର ଜଣକ ଅଚେତ ହୋଇ ବହୁ ସମୟ ଧରି ଗଛ ତଳେ ପଡ଼ି ରହିଥିଲେ | ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ପରେ ସେମାନେ ଏହାକୁ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ଛାତ୍ରଙ୍କୁ ଉଦ୍ଧାର କରିଥିଲା । ସଙ୍ଗେସଙ୍ଗେ ତାଙ୍କୁ ବରଗଡ ଖେଦାପାଳି ସ୍ଥିତ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଛାତ୍ର ଜଣକ ସୁସ୍ଥ ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.