ETV Bharat / state

ବାଲେଶ୍ଵରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ପିସିସି ସଭାପତି

author img

By

Published : Nov 10, 2022, 9:03 PM IST

ବାଲେଶ୍ବରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଜିଲ୍ଲାର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ପିସିସି ସଭାପତି । କଂଗ୍ରେସକୁ ସୁଯୋଗ ଦେଲେ ଆଗାମୀ ଦିନରେ ସବୁବର୍ଗର ଲୋକଙ୍କ ଉନ୍ନତି ହୋଇ ପାରିବ ବୋଲି କହିଲେ ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ବାଲେଶ୍ଵରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ପିସିସି ସଭାପତି
ବାଲେଶ୍ଵରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ପିସିସି ସଭାପତି

ବାଲେଶ୍ବର: ଓଡିଶାରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଆଗକୁ ବାଲେଶ୍ବରରେ ପ୍ରାୟ 200 କିଲୋମିଟର ଯାତ୍ରା କରିବାର ଯୋଜନା ରହିଛି । ଆଜି ବିଶ୍ରାମ ଦିବସ ଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସମ୍ମିଳନୀରେ ପଦଯାତ୍ରା ସମ୍ପର୍କରେ ସୂଚନା ଦିଆଯିବା ସହ ସରକାରର ବିଫଳତା ବଖାଣିଥିଲେ ପିସିସି ସଭାପତି ।

ବାଲେଶ୍ଵରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ପିସିସି ସଭାପତି

ଗତ ବର୍ଷ ବାଲେଶ୍ବର ସଦର ଉନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାର ଦାୟୀତ୍ୱ ନିଜେ ନେଇଥିବା କଥା କହିଥିଲେ । ମାତ୍ର ଆଜି ଯାଏଁ ବାଲେଶ୍ଵରର ଆଶାତୀତ ଉନ୍ନତି ଦେଖିବାକୁ ମିଳିଲାନି । ସୁବର୍ଣ୍ଣରେଖା ନଦୀର ସଂସ୍କାର ଯୋଜନା କାର୍ଯ୍ୟକ୍ଷମ କରିବା କଥା ଏଯାଏଁ ସରକାର ଦୃଷ୍ଟି ଦେଉନଥିବା ସମ୍ମିଳନୀରେ କୁହାଯାଇଥିଲା ।

ଖାଲି ସେତିକି ନୁହେଁ ବରଂ ଶିଳ୍ପର ସହ ବାଲେଶ୍ଵରରେ ଦିନକୁ ଦିନ ଶିଳ୍ପ ସଂସ୍ଥା ବନ୍ଦ ହେଉଥିବା ବେଳେ ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ନ ପାଇ ହନ୍ତସନ୍ତ ହେଉଛନ୍ତି । ବାଲେଶ୍ଵରର ଦାୟୀତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ଏନେଇ ପଦକ୍ଷେପ ନେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଇବାରେ ଅକ୍ଷମ ବୋଲି ମତ ପ୍ରକାଶ କରିଥିଲେ ପିସିସି ସଭାପତି । ଏହାସହ ଚାଷୀ ଓ ଚାଷ ପାଇଁ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଉ ନଥିବା ବେଳେ ବିଭିନ୍ନ ସମୟରେ ପୋକ ଲାଗିବା ଯୋଗୁଁ ସେମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏଥିପାଇଁ କଂଗ୍ରେସକୁ ସୁଯୋଗ ଦେଲେ ଆଗାମୀ ଦିନରେ ସବୁବର୍ଗର ଲୋକଙ୍କ ଉନ୍ନତି ହୋଇ ପାରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସମ୍ମିଳନୀରେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ସତ୍ୟ ଭୂଷଣଙ୍କୁ ପ୍ରାର୍ଥୀ କରୁ: ତାରା ବାହିନୀପତି

ଏନେଇ ସାମ୍ବାଦିକ ସମ୍ମିଳନୀ ପରେ ଗଣମାଧ୍ୟମକୁ ପିସିସି ସଭାପତି କହିଛନ୍ତି ଯେ, ''ଗତ ବର୍ଷ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ବାଲେଶ୍ବରର ବିକାଶ ମୋ ଦାୟୀତ୍ବ ବୋଲି କହିଥିଲେ, ଆଜି ହେଉଛି ସେହି ଦିନ ମୁଁ ତାଙ୍କୁ ପ୍ରଶ୍ନ ପଚାରିବାକୁ ଚାହେଁ ବାଲେଶ୍ବର ପାଇଁ ଜିମା ନେଇଥିବ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ପାଇଁ କଣ କରିଛନ୍ତି । ଶିଳ୍ପ କାରଖାନା ଯେଉଁ ବନ୍ଦ ହୋଇଯାଇଛି । ଯୁବକ ମାନଙ୍କର ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ସସସ୍ତ ଶିଳ୍ପ କାରଖାନାର ପୁନଉଦ୍ଧାର କରାଯାଉ । ଏବଂ ପୁଣି ଥରେ ଯୁବକ ମାନଙ୍କୁ ସେଠାରେ ଥଇଥାନ କରାଯାଉ । ଚାଷ ପାଇଁ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଉ ନଥିବା ବେଳେ ବିଭିନ୍ନ ସମୟରେ ପୋକ ଲାଗିବା ଯୋଗୁଁ ସେମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ତେବେ ଭିତ୍ତିଭୂମି ମଧ୍ୟ ବାଲେଶ୍ବରରେ କରାଯାଇ ନାହିଁ । ତେଣୁ ଏଠାରେ କଂଗ୍ରେସ ଆସିଥିଲେ ବାଲେଶ୍ବରକୁ ପ୍ରାଥମିକତା ଦିଆଯିବ ।''

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.