ETV Bharat / state

12 ପରିଚୟ ପତ୍ର ମଧ୍ୟରୁ ଗୋଟିଏ ମତଦାନ ପାଇଁ ଯଥେଷ୍ଟ

author img

By

Published : Oct 31, 2020, 8:08 PM IST

Updated : Oct 31, 2020, 10:01 PM IST

ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଉପନିର୍ବାଚନ ଆସନ୍ତା ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ମତଦାନ ପାଇଁ 12 ଗୋଟି ବିକଳ୍ପ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଯଥେଷ୍ଟ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

One of the 12 credentials is enough for voting
12 ପରିଚୟ ପତ୍ର ମଧ୍ୟରୁ ଗୋଟିଏ ମତଦାନ ପାଇଁ ଯଥେଷ୍ଟ

ଭୁବନେଶ୍ବର: ଆସନ୍ତା ନଭେମ୍ବର 3 ତାରିଖରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ମତଦାନ ପାଇଁ 12 ଗୋଟି ବିକଳ୍ପ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ ଜଣେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ନିଜର ମତଦାନ ଦେଇପାରିବେ ବୋଲି ସୂଚନା ମିଳିଛି ।

ଓଡିଶାର 38ଟି ବାଲେଶ୍ବର ଏବଂ 102ଟି ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ଲାଗି ଆସନ୍ତା ନଭେମ୍ବର ମାସରେ ଭୋଟରମାନେ ଭୋଟ ଦେବାକୁ ଯାଉଛନ୍ତି । ଏଥିପାଇଁ ସଂପୃକ୍ତ ଜିଲ୍ଲା ପ୍ରଶାସନ ତରଫରୁ ଭୋଟ ଗ୍ରହଣ ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା ଶେଷ ହୋଇଛି । ମତଦାନ ପାଇଁ କେବଳ ଚିରିକୁଟି କିମ୍ବା ଫଟୋ ଭୋଟର ସ୍କ୍ରିପ ଯଥେଷ୍ଟ ନୁହେଁ , ଏହା ବ୍ୟତୀତ 12 ଗୋଟି ବିକଳ୍ପ ପରିଚୟ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ, ଜଣେ ଭୋଟର ବା ବ୍ୟକ୍ତି ଭୋଟ ଗ୍ରହଣ କେନ୍ଦ୍ରରେ ନିଜର ମତଦାନ କରିପାରିବେ ।

ତେବେ 12ଗୋଟି ବିକଳ୍ପ ପରିଚୟ ପତ୍ରଗୁଡିକ ହେଲା ଭୋଟର ପରିଚୟପତ୍ର , ଡ୍ରାଇଭିଙ୍ଗ ଲାଇସେନ୍ସ, ଫଟୋ ଥିବା ସରକାରୀ ଚାକିରି କ୍ଷେତ୍ରର ପରିଚୟପତ୍ର , ଫଟୋ ସଂଲଗ୍ଧ ଯୁବା ବ୍ୟାଙ୍କ ଓ ପୋଷ୍ଟ ଅଫିସର ପାସବୁକ, ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ବାସ୍ଥ୍ୟ ବୀମା ସ୍ମାର୍ଟକାର୍ଡ, ସାଂସଦ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟପତ୍ର, ଏମ୍.ଏନ୍.ଆର୍.କି.ଏ ର ଜବକାର୍ଡ, ଫଟୋ ଥିବା ପେନସନ ଦସ୍ତାବିଜ, ଏକ ପି.ଆର ସ୍ମାର୍ଟକାର୍ଡ, ପାସପୋର୍ଟ, ପାନକାର୍ଡ, ଆଧାରକାର୍ଡ ଇତ୍ୟାଦି । ଉପରୋକ୍ତ ପରିଚୟପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ରରେ ଜଣେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିପାରିବେ ବୋଲି ନିର୍ବାଚନ ଅୟୋଗ ଏକ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 31, 2020, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.