ETV Bharat / state

ଟୋକିଓ ଅଲମ୍ପିକ୍‌ରେ ବିଶ୍ବ ଦେଖିବ ବାଲେଶ୍ଵର ଝିଅର ଚିତ୍ର

author img

By

Published : Aug 7, 2021, 11:31 AM IST

ବାଲେଶ୍ବର ଜିଲ୍ଲାର ଝିଅ ତଥା ଚିତ୍ରଶିଳ୍ପୀ ଅର୍ଚ୍ଚନା ଜେନାଙ୍କର ପେଣ୍ଟିଂ ଟୋକିଓ ଅଲମ୍ପିକ ଅବସରରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି । ଅଧିକ ପଢନ୍ତୁ...

Odisha's Archana jena painting will be displayed in virtual art show of Tokyo Olympics
ଟୋକିଓ ଅଲମ୍ପିକ୍‌ରେ ପ୍ରଦର୍ଶିତ ହେବ ବାଲେଶ୍ଵର ଚିତ୍ରକରଙ୍କ ଚିତ୍ର

ବାଲେଶ୍ବର: ଜିଲ୍ଲାର ଚିତ୍ରଶିଳ୍ପୀ ଅର୍ଚ୍ଚନା ଜେନାଙ୍କର ପେଣ୍ଟିଂ ଟୋକିଓ ଅଲମ୍ପିକ ଅବସରରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି । ଆସନ୍ତା ୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବାକୁ ଥିବା ଏହି ଆନ୍ତର୍ଜାତିକ ଚିତ୍ରକୃତି ପ୍ରଦର୍ଶନୀରେ ବାଲେଶ୍ବର ଜିଲ୍ଲାର ଝିଅ ଅର୍ଚ୍ଚନାଙ୍କ କଳା ପ୍ରଦର୍ଶିତ ହେବ ।

ସ୍ଥାନୀୟ ଚାରୁକଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅର୍ଚ୍ଚନା ଜେନାଙ୍କର ଏକ ପେଣ୍ଟିଂ ବିଚାରକ ମାନଙ୍କ ଦ୍ବାରା ମନୋନୀତ ହୋଇଛି। ରେମୁଣାର ଜାନୁଗଞ୍ଜ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଶିକ୍ଷୟତ୍ରୀ ରୂପେ କାର୍ଯ୍ୟରତ ଅର୍ଚ୍ଚନା ପୂର୍ବରୁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ବାରା ଅନୁଷ୍ଠିତ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି । ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ଏହାସହ ସିଡାକ ଦ୍ବାରା ମଧ୍ୟ କ୍ରାଫ୍ଟ ଡିଜାଇନରେ ସାର୍ଟିଫିକେଟ ପ୍ରାପ୍ତ ଅର୍ଚ୍ଚନା ପୂର୍ବରୁ ଓଡିଶା ଓ ଓଡ଼ିଶା ବାହାରର ବିଭିନ୍ନ ଆର୍ଟ ଶିବିରରେ ଯୋଗଦେଇ ପୁରସ୍କୃତ ହୋଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.