ETV Bharat / state

ଏଟିଏମ ତାଡି ଲୁଟ ଉଦ୍ୟମ ଫେଲ, ଚମ୍ପଟ ମାରିଲେ ଲୁଟେରା

author img

By

Published : Dec 27, 2019, 2:51 PM IST

ଫକୀର ମୋହନ ଗୋଲେଇରେ ଥିବା ଏକ ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ ବେଳେ ବିଫଳ ହୋଇଛନ୍ତି ଦୁର୍ବୃତ୍ତ ।

sbi atm
ଏଟିଏମ ଲୁଟ ଉଦ୍ୟମ

ବାଲେଶ୍ଵର: ପଣ୍ଡ ହେଲା ଏଟିଏମ ଲୁଟ ଉଦ୍ୟମ । ଏକ ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ କରୁଥିବାବେଳେ ବିଫଳ ହୋଇଛନ୍ତି ଦୁର୍ବୃତ୍ତ । ବାଲେଶ୍ଵର ସହର ଫକୀର ମୋହନ ଗୋଲେଇରେ ଥିବା ଏକ ଏଟିଏମରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଦୁର୍ବୃତ୍ତ।

ଏଟିଏମ ଲୁଟ ଉଦ୍ୟମ

ଗତକାଲି(ଗୁରୁବାର) ରାତିରେ ସୁନ୍ଦରଗୁଣ୍ଡି ପେଟ୍ରୋଲ ପମ୍ପ ପାଖରେ ଥିବା ଏସବିଆଇ ଏଟିଏମ ଲୁଟ ପାଇଁ କିଛି ଦୁର୍ବୃତ୍ତ ଉଦ୍ୟମ କରିଥିଲେ । ଲୁଟ ପାଇଁ ଏଟିଏମରେ ନିଆଁ ଲଗାଇବା ସହ କାଟିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇପାରି ନାହାନ୍ତି । ମାତ୍ର ଏଟିଏମରେ କୌଣସି ତ୍ରୁଟି ଯୋଗୁଁ ବ୍ୟାଙ୍କ ପକ୍ଷରୁ ଟଙ୍କା ରଖାଯାଇ ନଥିବା ଡିଏସପି ସୂଚନା ଦେଇଛନ୍ତି ।

ତେବେ ଘଟଣା ସମ୍ପର୍କରେ ଖବର ପାଇ ଡିଏସପି ମନୋଜ ରାଉତ ତଦନ୍ତ କରିଥିବା ବେଳେ ସାଇଣ୍ଟଫିକ ଟିମ ମଧ୍ୟ ତଦନ୍ତ ଆରମ୍ଭ କରିଛି।


ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ସହରର ଫକୀର ମୋହନ ଗୋଳେଇରେ ଥିବା ଏକ ଏଟିଏମରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଦୁର୍ବୃତ୍ତ।
ସୁନ୍ଦରଗୁଣ୍ଡି ପେଟ୍ରୋଲ ପମ୍ପ ପାଖରେ ଥିବା ଏସବିଆଇର ଏଟିଏମ ଲୁଟ ପାଇଁ ଗତକାଲି ରାତିରେ ଉଦ୍ୟମ ହୋଇଥିଲା। ଲୁଟ ପାଇଁ ଏଟିଏମରେ ନିଆଁ ଲଗାଇବା ସହ ତାଡିବା ପାଇଁ ଚେଷ୍ଟା ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ଡିଏସପି ମନୋଜ ରାଉତ ତଦନ୍ତ କରିଥିବା ବେଳେ ସାଇଣ୍ଟଫିକ ଟିମ ମଧ୍ୟ ତଦନ୍ତ କରିଛି।
ବାଇଟ- ମନୋଜ ରାଉତ(ଡିଏସପି)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.