ETV Bharat / state

ଋଣ ଠକେଇ: ସୁନ୍ଦରମ ଫାଇନାନ୍ସ କର୍ମଚାରୀ ଏବଂ ଭାଇଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

author img

By

Published : Dec 1, 2019, 9:18 PM IST

ଋଣ ଠକେଇ ଅଭିଯୋଗରେ ବାଲଶ୍ବରରେ ଦୁଇ ଭାଇଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୁନ୍ଦରମ ଫାଇନାନ୍ସ ବାଲେଶ୍ଵର ଶାଖାର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ସାହୁ ଅଛନ୍ତି।

economic-offence-wing-arrested-two-finance-employee-in-balesor
ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ଋଣ ଠକାମୀ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ବାଲେଶ୍ବରରୁ ଦୁଇ ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୁନ୍ଦରମ ଫାଇନାନ୍ସ ବାଲେଶ୍ଵର ଶାଖାର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ସାହୁ ଅଛନ୍ତି। ଗିରଫ ପରେ ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଋଣ ଦେବା ନାଁରେ ସୁନ୍ଦରମ ଫାଇନାନ୍ସ ବାଲେଶ୍ଵର ଶାଖାର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ସାହୁ ବ୍ୟାପକ ଠକେଇ କରିଥିବା ଟେରୀଟୋରି ମ୍ୟାନେଜର ଭି କିଶୋର କୁମାର ଅଭିଯୋଗ କରିଥଲେ। 2018-19ରେ ସେ ଚାଷ ମେସିନ ନାଁରେ 11ଟି ଲୋନରେ ଜାଲିଆତି କରି 1କୋଟି 43 ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

କର୍ତାର ହାର୍ଭେଷ୍ଟର ନାମକ କମ୍ପାନୀକୁ ମେସିନ କିଣା ବାବଦକୁ ଏହି ଲୋନ ଡିଆଯାଇଥିବା ଦର୍ଶାଯାଇଥିବା ବେଳେ ବାସ୍ତବରେ ଏହି ଲୋନକୁ ଜାଲିଆତି କରାଯାଇ ଶଶିକାନ୍ତ ସାହୁ, ତାଙ୍କ ଭାଇ ଶ୍ରୀକାନ୍ତ ସାହୁଙ୍କ ଦୁଇଟି ସଂସ୍ଥାକୁ ଯୋଗାଇଥଲେ। ଉକ୍ତ କର୍ତାର ହାର୍ଭେଷ୍ଟାର ନାମରେ ଋଣ କରିଥିବା ଦର୍ଶାଇ ସମସ୍ତ ସବସିଡ଼ି ଅତି ଚତୁରତାର ହଡ଼ପ କରିଥିଲେ ସେ। କର୍ତାର ହାର୍ଭେଷ୍ଟର ନାରେ ମିଛ କାଗଜ ପତ୍ର ଦେଇ ଜାଲିଆତି ହୋଇଥିବା ଟଙ୍କା ହନୁମାନ ଜୀଉ ଫ୍ରର୍ଣ୍ଣିଚର ଓ ଉତ୍କଳ ଏଣ୍ଟରପ୍ରାଇଜେସ ଆକାଉଣ୍ଟରେ ଜମା କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ବାଲେଶ୍ୱରର ଦୁଇଭାଇଙ୍କୁ ଋଣ ଠକାମୀ ଅଭିଯୋଗରେ ଗିରଫ କରାଯାଇଛି।
ସୂଚନା ଅନୁସାରେ, ସୁନ୍ଦରମ ଫାଇନାନ୍ସ ବାଲେଶ୍ଵର ଶାଖାର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ସାହୁ ଋଣ ଦେବା ନାଁରେ ବ୍ୟାପକ ଠକେଇ କରିଥିବା ଟେରୀଟୋରି ମ୍ୟାନେଜର ଭି କିଶୋର କୁମାର ଅଭିଯୋଗ କରିଥଲେ। ଅଭିଯୋଗ ଅନୁସାରେ, 2018-19 ରେ ଶଶିକାନ୍ତ ଚାଷ ମେସିନ ନାଁରେ 11ଟି ଲୋନରେ ଜାଲିଆତି କରି 1କୋଟି 43 ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। କର୍ତାର ହାର୍ଭେଷ୍ଟର ନାମକ କମ୍ପାନୀକୁ ମେସିନ କିଣା ବାବଦକୁ ଏହି ଲୋନ ଡିଆଯାଇଥିବା ଦର୍ଶା ଯାଇଥିବା ବେଳେ ବାସ୍ତବରେ ଏ ଲୋନ ଗୁଡିକ ଜାଲିଆତି କରାଯାଇ ଶଶିକାନ୍ତ ତାଙ୍କ ଭାଇ ଶ୍ରୀକାନ୍ତ ସାହୁଙ୍କ ଦୁଇଟି ସଂସ୍ଥାକୁ ଯୋଗାଇଥଲେ। ଉକ୍ତ କର୍ତାର ହାର୍ଭେଷ୍ଟାର ନାମରେ ଋଣ କରିଥିବା ଦର୍ଶାଇ ସମସ୍ତ ସବସିଡ଼ି ଅତି ଚତୁରତାର ହଡ଼ପ କରିଥିଲେ ଶଶିକାନ୍ତ। କର୍ତାର ହାର୍ଭେଷ୍ଟର ନାରେ ମିଛ କାଗଜ ପତ୍ର ଦେଇ ଜାଲିଆତି ହୋଇଥିବା ଟଙ୍କା ହନୁମାନ ଜୀଉ ଫ୍ରର୍ଣ୍ଣିଚର ଓ ଉତ୍କଳ ଏଣ୍ଟରପ୍ରାଇଜେସ ଆକାଉଣ୍ଟରେ ଜମା କରାଯାଇଥିଲା।ଅଭିଯୋଗ ଅନୁଯାୟୀ ଅର୍ଥନୈତିକ ଅପରାଧ ଶାଖା ଗତକାଲି ରାତିରେ ଦୁଇଭାଇଙ୍କୁ ଗିରଫ କରି ଆଜି ବାଲେଶ୍ୱରରେ କୋର୍ଟ ଚାଲାଣ କରିଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.