ETV Bharat / state

ପ୍ରସୂତୀଙ୍କ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ

author img

By

Published : Nov 26, 2021, 10:50 PM IST

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ନବଜାତକ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ

New born death in balasore district hospital
ପ୍ରସୂତୀଙ୍କ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ

ବାଲେଶ୍ଵର: ପ୍ରସୂତୀଙ୍କ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ ହୋଇଛି। ଏନେଇ ମେଡିକାଲ ପରିସରରେ ବେଶ କିଛି ସମୟ ଉତ୍ତେଜନା ଲାଗିଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କୁଅଁରପୁର ଅଞ୍ଚଳର ଯୋଗେନ୍ଦ୍ର ଦାସଙ୍କ ସ୍ତ୍ରୀ ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ଦୀର୍ଘ ସମୟ ଯାଏ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ପରେ ପ୍ରସବ କରାଇବା ବେଳେ ନବଜାତକର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପରିବାର ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ବେଶ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.